ରାଇରଙ୍ଗପୁର ସହରରୁ ଗାଁ ସବୁଠି ଠିକଣା ଖୋଜୁଛି କରୋନା

ଓଡ଼ିଶା ତାଜା ନ୍ୟୁଜ (୧୯ ମଇ ବୁଧବାର ) ରାଇରଙ୍ଗପୁର :- ମୟୂରଭଂଜ ଜିଲ୍ଲାର ଦିତୀୟ ସର୍ବବୃହତ୍ତମ ଵାମନଘାଟୀ ଉପଖଣ୍ଡରେ ଏବେ ସହର,ବ୍ଲକ ଏବଁ ଗାଁକୁ ମାଡି ଚାଲିଲାଣି କରୋନା । ଯାହାକୁ ନେଇ ସମସ୍ତେ ଚିନ୍ତିତ । ମଙ୍ଗଳବାର ଦିନ ରାଇରଙ୍ଗପୁର ହସ୍ପିଟାଲରେ ୩୧ଜଣ,ବାଦାମପାହାଡ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ୪ ଜଣ,ମଣଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ୨ ଜଣ,ବିଜାତଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ୨ ଜଣ,ଜାମଦାଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ୬ ଜଣ,

ଗୋରୁମହିଷାଣୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ୧୩ ଜଣ,ତିରିଂ ଗୋଷ୍ଠୀ କେନ୍ଦ୍ରେ ୧ ଜଣ,ବହଳଦା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ୭ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।ରାରଙ୍ଗପୁର କୋଭିଡ ହସ୍ପିଟାଲରେ ମଙ୍ଗଳବାର ଦିନ ୨୯ ଜଣଙ୍କରୁ ୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।