ନୟାଗଡ ବିଧାନସଭା ନିର୍ବାଚନ ମଣ୍ଡଳୀ ରେ ଜିଲ୍ଲାପାଳ ଙ୍କ କରୋନା ସମୀକ୍ଷା ବୈଠକ

କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ଵିକାଶ ଏବଂ ଉଚ୍ଚ ଶିକ୍ଷା ମନ୍ତ୍ରୀ ଡ଼ଃ ଅରୁଣ ସାହୁଙ୍କ ନିବେଦନ :- ଗାଁ ଗାଁରେ ବର୍ତମାନ ତାସ ଖେଳ, ଭୋଜିଭାତ ବନ୍ଦ କର  
 

ଓଡ଼ିଶା ତାଜା ନ୍ୟୁଜ (୧୮ ମଇ ମଙ୍ଗଳବାର ) ନୟାଗଡ :- ଆଜି ଅପରାହ୍ନ 4ଟା ରେ ଭରଚୁଆଲ ମାଧ୍ୟମରେ ନୟାଗଡ ଜିଲ୍ଲାପାଳ ଡଃ ପୋମା ଟୁଡୁ ଭା .ପ୍ର .ସେ. ନୟାଗଡ ବିଧାନସଭା ନିର୍ବାଚନ ମଣ୍ଡଳୀର ସମସ୍ତ ଗ୍ରାମ ପଂଚାୟତର କୋଭିଡ୍ ସ୍ଥିତି ଉପରେ ସମୀକ୍ଷା ବୈଠକ କରିଛନ୍ତି । ଏଠାରେ ଉଲ୍ଲେଖଯୋଗ୍ୟ , ଜିଲାପାଳ ଡ଼ଃ ଟୁଡୁ ଏହା ପୂର୍ବରୁ ଜିଲ୍ଲାର ଅନ୍ୟ ୩ ଗୋଟି ବିଧାନସଭା ନିର୍ବାଚନ ମଣ୍ଡଳୀର ସମୀକ୍ଷା ବୈଠକ କରିସାରିଛନ୍ତି । ଆଜିର ଏହି ବୈଠକରେ ମାନ୍ୟବର ମନ୍ତ୍ରୀ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ଵିକାଶ ଏବଂ ଉଚ୍ଚ ଶିକ୍ଷା ଵିଭାଗ ତଥା ମାନ୍ୟବର ବିଧାୟକ ନୟାଗଡ଼ ଡ଼ଃ ଅରୁଣ ସାହୁ ଉପସ୍ଥିତ ଥିଲେ । କୋଭିଡର ଦ୍ୱିତୀୟ ଲହର ସାଙ୍ଘାତିକ ଭାବରେ ବ୍ୟାପି ଚାଲିଛି ଅନେକ ଲୋକଙ୍କ ଜୀବନ ବି ଗଲାଣି । ଏବେ ସହର ଠାରୁ ଗ୍ରାମ ପର୍ଯ୍ୟନ୍ତ ସବୁ ଠାରେ କରୋନା ରୋଗୀ ବାହାରିବାର ଲାଗିଛି ।

ଏହାର କାରଣ ଲୋକମାନଙ୍କ ଅସାବଧାନତା , ଖାମ ଖିଆଲ ମନୋଭାବ , ମାସ୍କ ବ୍ୟବହାର ନ କରିବା , ଆମକୁ କରୋନା ହେବ ନାହିଁ ବୋଲି ଭାବନା ତଥା ଲକ୍ଷଣ ଗୁଡିକୁ ଅତି ହାଲକା ଭାବେ ଗ୍ରହଣ କରି ରୋଗୀକୁ ଘରେ ଲୁଚାଇବା , ସଂଘରୋଧରେ ନ ରହିବା ଆଦି । ଏହାଛଡ଼ା ଗାଁ ଗାଁ ରେ ଅଷ୍ଟ ପ୍ରହରୀ , ଭୋଜି ଭାତ , ବିବାହ ଆଦି କାର୍ଯ୍ୟକ୍ରମରେ ଅତ୍ୟଧିକ ଗହଳି , ଗାଁ ଗାଁରେ ମେଳି ହୋଇ ତାସ ଖେଳ ଇତ୍ୟାଦି । ମାନ୍ୟବର ମନ୍ତ୍ରୀ ଡ଼ଃ ସାହୁ ଅତି ଦୁଃଖର ସହିତ ଏଗୁଡ଼ିକୁ ନ କରିବା ପାଇଁ ସମସ୍ତ ସରପଞ୍ଚ ମାନଙ୍କୁ ଅନୁରୋଧ କରିଛନ୍ତି । ଡ଼ଃ ସାହୁ କହିଛନ୍ତି , ଜିଲ୍ଲାର ଜିଲ୍ଲାପାଳ ଓ ପ୍ରଶାସନ ବହୁତ ଚେଷ୍ଟା ଚଳାଇଛନ୍ତି ଏହି ମହାମାରୀ ଘାତକକୁ ଅଟକାଇବା ପାଇଁ ଏବଂ ସେ ବହୁତ ଭଲ କାମ କରୁଛନ୍ତି । ଏଥିପାଇଁ ସମସ୍ତଙ୍କ ସହଯୋଗ ଦରକାର । ଲୋକ ମାନଙ୍କୁ ସଚେତନ କରିବା , ପ୍ରଶାସନକୁ ଜଣାଇବା ଆଦି କାର୍ଯ୍ୟକ୍ରମମାନ ସରପଞ୍ଚ ଦେଖିପାରିବେ ।

ବେଳେବେଳେ କିଛି ଅଭିଯୋଗ ଆସୁଛି ଯେ contantmmet ଅଂଚଳ , ହୋମ isolation ର ଲୋକ ବାହାରକୁ ଆସୁଛନ୍ତି । ଏ ସବୁକୁ ଜଣେ ସରପଞ୍ଚ ଚାହିଁଲେ ଅଟକାଇ ପାରିବେ । ଜିଲ୍ଲାପାଲ ଲୋକ ସଚେତନତା ଉପରେ ଗୁରୁତ୍ୱ ଦେବା ପାଇଁ ସମସ୍ତଙ୍କୁ କହିଛନ୍ତି । ଏହି ବୈଠକରେ ଉପସ୍ଥିତ ଦୁଇ ବିଡିଓ , ନିର୍ବାହୀ ଅଧିକାରୀ, ତହସିଲଦାର ତଥା ମେଡିକାଲ ଅଫିସରଙ୍କ ଠାରୁ କୋଭିଡର ପ୍ରତିଟି ବିଷୟ ଉପରେ ସମୀକ୍ଷା କରି କଡାକଡି ନିର୍ଦ୍ଦେଶ ଦେଇଛନ୍ତି । ସେ କହିଛନ୍ତି ପ୍ରତ୍ୟେକ ରୋଗୀଙ୍କୁ RRT ଟିମ ମାଧ୍ୟମରେ ଯୋଗାଯୋଗ କରା ଯାଉଛି , ଜିଲ୍ଲାରେ ମେଡିସିନ୍ ଗଛିତ ଅଛି । ILI ଆଉ ସାରି ଉପରେ ଗୁରୁତ୍ୱ ଦେବା ପାଇଁ ସିଡିପିଓ ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ଦରକାର ପଡ଼ିଲେ ଆହୁରି micro containtment କରି ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିବା ପାଇଁ ତହସିଲଦାର ମାନଙ୍କୁ କହିଛନ୍ତି। ଏହି ବୈଠକରେ ଏହି ମଣ୍ଡଳୀର ସରପଞ୍ଚ , ଜିଲ୍ଳା ପରିଷଦ ସଦସ୍ୟମାନେ ଉପସ୍ଥିତ ଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ସୁବାଷ ଚନ୍ଦ୍ର ରାୟ , ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବିଧାନ ଚନ୍ଦ୍ର ରାୟ , ଉପଜିଲ୍ଲାପାଳ ଶ୍ରୀ ଲଗ୍ନଜିତ ରାଉତ , ବନଖଣ୍ଡ ଅଧିକାରୀ ଶ୍ରୀ ଧନରାଜ ଏଚ ଡ଼ି , ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ଶକ୍ତି ପ୍ରସାଦ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ରାୟ ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରିଥିଲେ ।  (ରିପୋଟ -ରାମକୃଷ୍ଣ ରଥ, ନୟାଗଡ)