ମହିନ୍ଦ୍ରା ପକ୍ଷରୁ ଏମ୍‌-ପ୍ରୋଟେକ୍ଟ କୋଭିଡ୍ ପ୍ଲାନ୍ ସହ ଚାଷୀଙ୍କୁ ସହାୟତା

ଓଡ଼ିଶା ତାଜା ନ୍ୟୁଜ୍ ( ୧୮ ମଇ ,ବୁଧବାର ) ଭୁବନେଶ୍ୱର :- ମହିନ୍ଦ୍ରା ଆଣ୍ଡ୍ ମହିନ୍ଦ୍ରାର ଚାଷ ଉପକରଣ କ୍ଷେତ୍ର ପକ୍ଷରୁ ଏହି କଠିନ ସମୟର ଭାରତୀୟ ଚାଷୀମାନଙ୍କୁ ସହାୟତା ପ୍ରଦାନ କରିବା ଲାଗି ଏକ ନୂଆ ଗ୍ରାହକ କୈନ୍ଦ୍ରୀକ ଅଭିଯାନ “ଏମ୍‌-ପ୍ରୋଟେକ୍ଟ କୋଭିଡ୍ ପ୍ଲାନ୍‌’ର ଶୁଭାରମ୍ଭ କରାଯାଇଛି । ଏହି ପ୍ଲାନ୍‌ର ଲକ୍ଷ୍ୟ ହେଉଛି ନୂଆ ମହିନ୍ଦ୍ର ଟ୍ରାକ୍ଟର ଗ୍ରାହକ ଓ ସେମାନଙ୍କ ପରିବାରକୁ କୋଭିଡ୍‌-୧୯ ସଂକ୍ରମଣରୁ ସୁରକ୍ଷା ପ୍ରଦାନ କରିବା । ଏହି ପ୍ଲାନ୍ ଅଧୀନରେ ମହିନ୍ଦ୍ରା ଆଣ୍ଡ୍ ମହିନ୍ଦ୍ରା ପକ୍ଷରୁ ଗାହକମାନଙ୍କୁ ଏକ ସ୍ୱତବ କୋଭିଡ୍ ମେଡିକ୍ଲେମ୍ ପଲିସି ଜରିଆରେ ଏକ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ବୀମା ପ୍ରଦାନ କରାଯାଉଛି ଯାହା କରୋନା ସଂକ୍ରମଣ ଭଳି ସ୍ଥିତିରେ ଗୃହ ସଙ୍ଗରୋଧ ପାଇଁ ମଧ୍ୟ ସୁବିଧା ପ୍ରଦାନ କରିବ । କୋଭିଡ୍ ଚିକିତ୍ସା ପାଇଁ ହେବାକୁ ଥିବା ମେଡିକାଲ୍ ଖର୍ଚ୍ଚ ବହନ କରିବା ଲାଗି ପ୍ରାକ୍‌-ମଂଜୁର ଋଣ ଜରିଆରେ ଆର୍ଥିକ ସହାୟତା ପ୍ରଦାନ କରିବ । ଜୀବନ ହାନି ଭଳି ମାମଲାରେ ମହିନ୍ଦ୍ରା ଲୋନ୍ ସୁରକ୍ଷା ଜରିଆରେ ଗ୍ରାହକଙ୍କ ଋଣର ବୀମା କରିବ । ୨୦୨୧ ମେ’ ମାସରେ କିଣା ଯିବାକୁ ଥିବା ମହିନ୍ଦ୍ରାର ସବୁ ପ୍ରକାର ଟ୍ରାକ୍ଟର ଉପରେ ଏମ୍‌-ପ୍ରୋଟେକ୍ଟ କୋଭିଡ୍‌ ପ୍ଲାନ୍ ଉପଲ୨ ହେବ ।

ଏ ସମ୍ପର୍କରେ ହେମନ୍ତ ସିକ୍କା-ସଭାପତି, ଫାର୍ମ ଇକ୍ୱିପମେଂଟ୍ ସେକ୍ଟର, ଏମ୍ ଆଣ୍ଡ୍ ଏମ୍ ଲିମିଟେଡ୍ କହିଛନ୍ତି ଯେ, “ମହିନ୍ଦ୍ରାରେ ଆମେ ଆମର ଗ୍ରାହକ ଓ ସର୍ବୋପରୀ ସମାଜର ଯତ୍ନ ନେଉଛୁ ଏବଂ କୋଭିଡ୍ ଜନିତ ଆହ୍ୱାନକୁ ସାମ୍ନା କରିବା ଲାଗି ସବୁଠୁ ଅଧିକ ଦରକାର କରୁଥିବା ଲୋକମାନଙ୍କୁ ସହାୟତା ପ୍ରଦାନ କରିବା ଲାଗି ଅନେକ ପ୍ରକାର ଅଭିଯାନ ଗ୍ରହଣ କରିଛୁ । ଆମର ନୂଆ “ଏମ୍‌-ପ୍ରୋଟେକ୍ଟ କୋଭିଡ୍ ପ୍ଲାନ୍‌’ ସେ ଦିଗରେ ଚାଷୀମାନଙ୍କ ପାଇଁ ଏକ ପଦକ୍ଷେପ, ଏହି କଠିନ ସମୟରେ ସକାରାତ୍ମକ ପରିବର୍ତନ ପ୍ରବାହ କରିବା ଲାଗି ଆମେ ସେମାନଙ୍କ ସହିତ ରହିଅଛୁ । କୋଭିଡ୍‌-୧୯ ଜନିତ ପ୍ରଭାବକୁ ହ୍ରାସ କରିବା ଲାଗି ଏମ୍ ପ୍ରୋଟେକ୍ଟ ସହିତ ସେମାନଙ୍କୁ ସେବା ଓ ସହାୟତା ପ୍ରଦାନ କରୁଥିବାରୁ ଆମେ କୃତଜ୍ଞ । ଆମେ ଆଶା କରୁଛୁ ଯେ ଏମ୍‌-ପ୍ରୋଟେକ୍ଟ ସହିତ ଆମ ଚାଷୀମାନେ ସୁସ୍ଥକର ଜୀବନଯାପନ କରିବେ ।’’ ଶୁଭବ୍ରତ ଶାହ, ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ, ଫାର୍ମ ଡିଭିଜନ୍‌, ଏମ୍ ଆଣ୍ଡ୍ ଏମ୍ ଲିମିଟେଡ୍ କହିଛନ୍ତି ଯେ, “ଚାଷ ସମ୍ପ୍ରଦାୟ ପାଇଁ ମେ’ ଓ ଜୁନ୍ ହେଉଛି ଜୀବନଜୀବିକା ଲାଗି ଗୁରୁତ୍ୱପୂର୍ଣ୍ଣ ମାସ ଏବଂ କୋଭିଡ୍‌-୧୯ ଅନେକ ପ୍ରକାର ଆହ୍ୱାନ ସୃଷ୍ଟି କରିଛି । ଆମର ନୂଆ ଏମ୍ ପ୍ରୋଟେକ୍ଟ କୋଭିଡ୍ ପ୍ଲାନ୍‌ର ଲକ୍ଷ୍ୟ ହେଉଛି ଏହି ଚାଷ ପାଇଁ ଗୁରୁତ୍ୱପୂର୍ଣ୍ଣ ମାସଗୁଡ଼ିକରେ ସେମାନଙ୍କ ଚିନ୍ତାକୁ ଦୂର କରିବା । ଏହି ଆହ୍ୱାନପୂର୍ଣ୍ଣ ସମୟରେ ଚାଷୀ ଓ ସେମାନଙ୍କ ପରିବାରବର୍ଗଙ୍କ ସୁରକ୍ଷା ପାଇଁ ଆଶ୍ୱସ୍ତି ପ୍ରଦାନ କରିବା ଲାଗି ଆମେ ଏମ୍ ପ୍ରୋଟେକ୍ଟ ଜରିଆରେ ସ୍ୱାସ୍ଥ୍ୟ, ଆର୍ଥିକ ଓ ବୀମା ସମ୍ପର୍କିତ ସୁରକ୍ଷା ପ୍ରଦାନ କରିବୁ । ଆମର ଚାଷୀ ଗ୍ରାହକ ମାନଙ୍କୁ ଉଲ୍ଲେଖନୀୟ ସହାୟତା ପ୍ରଦାନ କରୁଥିବାରୁ ଆମେ ଆମ ଚ୍ୟାନେଲ୍ ପାର୍ଟନର୍‌ ମାନଙ୍କୁ ଧନ୍ୟବାଦ ପ୍ରଦାନ କରୁଛୁ ।’’