ବିଏସଏନଏଲ ସେବାରୁ ବଞ୍ଚିତ ହିଞ୍ଜିଳିବାସୀ

ଓଡ଼ିଶା ତାଜା ନ୍ୟୁଜ (୧୭ ମଇ ସୋମବାର ) ହିଞ୍ଜିଳିକାଟୁ :-  ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଡିଜିଟାଇଲେସନର ସ୍ବପ୍ନ ଦେଖାଇ ଅଧିକାଂଶ ପ୍ରାୟ ସେବା ଇଣ୍ଟରନେଟ ମାଧ୍ୟମରେ ଯୋଗାଇ ଦେଉଛନ୍ତି । କିନ୍ତୁ ସମସ୍ତ ଅଞ୍ଚଳରେ ନେଟଓ୍ବାର୍କ ସୁବିଧା ଉପଲବ୍ଧ ନଥିବାରୁ ଏହା ବିଫଳ ହୋଉଥିବା ଦେଖିବାକୁ ମିଳିଛି । ଏହାର ଜ୍ୱଳନ୍ତ ଉଦାହରଣ ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ଅଞ୍ଚଳରେ ଦେଖିବାକୁ ମିଳିଛି । ଏଠାରେ ପ୍ରାୟ ୨୦ରୁ ଉର୍ଦ୍ଧ୍ବ ଦିନ ଧରି ବିଶ୍ବର ଦୃର୍ତ୍ତତମ ନେଟଓ୍ବାର୍କ ବିଏସଏନଏଲ ସେବା ଯୋଗାଇବାରେ ବିଫଳ ହୋଇଛି । ଫଳରେ ସ୍ଥାନୀୟ ଅଞ୍ଚଳବାସୀ ନାନା ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । ବିଭିନ୍ନ ସମୟରେ ବର୍ଷା ଓ ପବନ ହେଲେ କିମ୍ବା ବିଦ୍ୟୁତ ସେବା ବିଛିନ୍ନ ହେବାମାତ୍ରେ ବିଏସଏନଏଲ ନେଟଓ୍ବାର୍କ କଟିଯାଉଛି । ବର୍ତମାନ ଡିଜିଟାଲ ଯୁଗରେ ସମସ୍ତ ପ୍ରକାର ସରକାରୀ ଓ ବେସରକାରୀ କାର୍ଯ୍ୟ ଗୁଡ଼ିକ

ଅନଲାଇନ ମାଧ୍ୟମରେ ସମ୍ପାଦନା କରାଯାଉଥିବା ବେଳେ ନେଟଓ୍ବାର୍କ ରେ ସମସ୍ୟା ସୃଷ୍ଟି ହେଉଥିବାରୁ କାର୍ଯ୍ୟ ଗୁଡ଼ିକ ନିର୍ଦ୍ଧାରିତ ସମୟରେ ଶେଷ ହୋଇପାରୁନାହିଁ । ଏପରିକି ବିଭିନ୍ନ ସମୟରେ ଜରୁରୀ ପରିସ୍ଥିତିରେ ଆମ୍ବୁଲାନ୍ସ କିମ୍ବା ଅଗ୍ନିଶମ ବିଭାଗ ସହିତ ଯୋଗାଯୋଗ ସମ୍ଭବ ହୋଇ ପାରୁନାହିଁ । ମହାମାରୀ କରୋନା ଭୁତାଣୁ ସଂକ୍ରମଣର ଦ୍ବିତୀୟ ଲହର ସମୟରେ ଘରେ ରୁହନ୍ତୁ ସୁସ୍ଥ ରୁହନ୍ତୁ ଏବଂ ଘରେ ରହି ସମସ୍ତ ପ୍ରକାରର ସରକାରୀ ଓ ବେସରକାରୀ କାର୍ଯ୍ୟକୁ ଅନଲାଇନ ମାଧ୍ୟମରେ କରିବା ପାଇଁ ସରକାର ଜନ ସାଧାରଣଙ୍କୁ ପରାମର୍ଶ ଦେଇଛନ୍ତି । କିନ୍ତୁ ଦୀର୍ଘ ୧୫ ଦିନ ଧରି ସ୍ଥାନୀୟ ଅଞ୍ଚଳରେ ବିଏସଏନଏଲ ନେଟଓ୍ବାର୍କ ନରହିବା ଯୋଗୁଁ କିପରି ସମସ୍ତ ଅନଲାଇନ କାର୍ଯ୍ୟ କାର୍ଯ୍ୟକାରୀ ହେବ, ତାହା ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏ ଦିଗରେ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।    ( ରିପୋର୍ଟ ଶୁସାନ୍ତ ପ୍ରଧାନ )