ଜିଗିନିପଡ଼ା ଓ ବାହାଡଝୋଲା ପଞ୍ଚାୟତ ସାହି କଣ୍ଟେନମେଣ୍ଟ ଜୋନ୍ ଘୋଷଣା

ଓଡ଼ିଶା ତାଜା ନ୍ୟୁଜ (୧୭ ମଇ ସୋମବାର )ନୂଆଗାଁ :- ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ର ବିଭିନ୍ନ ଗ୍ରାମାଞ୍ଚଳରେ ବଢି ଚାଲିଛି କରୋନା ସଂକ୍ରମଣ। ଯାହାକି ଉଦୟପୁର ପଞ୍ଚାୟତ ଜିଗିନିପଡ଼ା ରେ ୨୦ ଜଣ ଏବଂ ବାହାଡଝୋଲା ପଞ୍ଚାୟତ ସାହି ରେ ୪ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ତେଣୁ ଗୋଷ୍ଠୀ ସଂକ୍ରମଣ ର ଆଶଙ୍କା କରି ଜନସାଧାରଣ ଙ୍କୁ ସୁରକ୍ଷିତ ରଖିବା ପାଇଁ

ନୂଆଗାଁ ତହସିଲଦାର ପ୍ରଳୟ ନନ୍ଦ ଶତପଥୀ ଜିଗିନିପଡ଼ା ଓ ପଞ୍ଚାୟତ ସାହି କୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିଛନ୍ତି।କଣ୍ଟେନମେଣ୍ଟ ହୋଇଥିବା ପ୍ରତ୍ୟେକ ଅଞ୍ଚଳକୁ ବିଶୋଧନ କରାଯିବା ସହ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ପ୍ରଶାସନ ପକ୍ଷରୁ ଯୋଗାଣ କରାଯିବା ନେଇ ଜଣାପଡିଛି । (ପୁଷ୍ପଲତା ପ୍ରଧାନ ଙ୍କ ରିପୋର୍ଟ )