ମନ୍ତ୍ରୀ ଡଃ ଅରୁଣ କୁମାର ସାହୁ ଓଡ଼ଗାଁରେ କୋଭିଡ ସମୀକ୍ଷା କରିଛନ୍ତି

ଓଡ଼ିଶା ତାଜା ନ୍ୟୁଜ୍ ( ୧୫ ମେ,ଶନିବାର ) ଓଡ଼ଗାଁ :- ଓଡ଼ଗାଁ ରେ ଦିନକୁ ଦିନ କରୋନା ବ୍ୟାପିବାରେ ଲାଗିଛି । ପ୍ରଶାସନ ତରଫରୁ ଯେତେ ସଚେତନତା ସହ ତାଗିଦ୍ କଲେ ମଧ୍ୟ ଅମାନିଆ ମାନୁନାହାନ୍ତି । ଆଜି ଏ ନେଇ ରାଜ୍ୟ ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ , ମତ୍ସ୍ୟ , ପ୍ରାଣୀ ସମ୍ପଦ ଓ ଉଚ୍ଚ ଶିକ୍ଷା ମନ୍ତ୍ରୀ ଡଃ ଅରୁଣ କୁମାର ସାହୁ କୋଭିଡ୍ ସମୀକ୍ଷା କରିଛନ୍ତି । ଓଡ଼ଗାଁ ବ୍ଲକ ନିକଟସ୍ଥ କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ବୈଠକରେ ମନ୍ତ୍ରୀ କୋଭିଡ୍ ନିୟମକୁ କଡାକଡି କରାଯିବା ପାଇଁ ପରାମର୍ଶ ଦେଇଥିଲେ ।

କୋଭିଡ ଲକ୍ଷଣଯୁକ୍ତ ରୋଗୀଙ୍କୁ ହୋମ ଆଇସୋଲେସନ୍ ରେ ନରଖି ତୁରନ୍ତ କୋଭିଡ କେୟାର ସେଣ୍ଟରକୁ ପଠାଯିବା ପାଇଁ ପରାମର୍ଶ ଦେଇଛନ୍ତି । ସାମାନ୍ୟ ଲକ୍ଷଣ ଦେଖାଗଲେ ତୁରନ୍ତ ପରୀକ୍ଷା କରିବା ପାଇଁ ଜନସାଧାରଣଙ୍କୁ ପରାମର୍ଶ ଦେବା ପାଇଁ ସ୍ଥାନୀୟ ନେତାଙ୍କୁ କହିଥିଲେ । ଏହି ବୈଠକରେ ଓଡ଼ଗାଁ ତହସିଲଦାର ବିଜୟତା ସାମନ୍ତସିଂହାର , ଓଡ଼ଗାଁ ବିଡ଼ିଓ ସ୍ବାତିଲେଖା ଦାସ ,

ବିଜ୍ଞାପିତ ଅଞ୍ଚଳର କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ବାତୀ ମିଶ୍ର , ଆଦର୍ଶ ଥାନା ଅଧିକାରୀ ପ୍ରଜ୍ଞାପାରମିତା ଜେନା , ଜିଲ୍ଲାପରିଷଦ ସଭ୍ୟ ଲୋକନାଥ ସାହୁ , ବିଭୁପ୍ରସାଦ ସାହୁ , ଏନ୍ଏସି ବିଜେଡି ସଭାପତି ରବିନ୍ଦ୍ରନାଥ ପୃଷ୍ଟି , ବିଜେଡି ବ୍ଲକ ସଭାପତି ସୂର୍ଯ୍ୟନାରାୟଣ ଚୋୖଧୁରୀ , ସମାଜସେବୀ ବିଜନ ପାଇକରାୟ , ଓଡ଼ଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅଧିକାରୀ ବଳରାମ ପ୍ରଧାନ ପ୍ରମୁଖ ଯୋଗଦେଇଥିଲେ । ( ଓଡ଼ଗାଁ ରିପୋର୍ଟ – ଅଶ୍ଵିନୀ କୁମାର ସାହୁ )