ପଦ୍ମପୁର ଗ୍ରାମ କୁ କଣ୍ଟେଣ୍ଟ ମେଣ୍ଟ ଜୋନ୍ ଘୋଷଣା କଲେ – ତହସିଲଦାର ପ୍ରଳୟ ନନ୍ଦ ଶତପଥୀ

ଓଡ଼ିଶା ତାଜା ନ୍ୟୁଜ (୧୫ ମଇ ଶନିବାର ) ନୂଆଗାଁ :- କରୋନା ମହାମାରୀ ର ଦ୍ଵିତୀୟ ଲହରୀ ଯୋଗୁଁ ରାଜ୍ୟରେ ସଂକ୍ରମଣ ସଂଖ୍ୟା ବଢ଼ିବାରେ ଲାଗିଥିବା ବେଳେ ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ର ବିଭିନ୍ନ ଗ୍ରାମରେ ସଂକ୍ରମଣ ସଂଖ୍ୟା ବଢ଼ିବାରେ ଲାଗିଛି ।

ନୂଆଗାଁ ବ୍ଲକ୍ ଅନ୍ତର୍ଗତ ଖଣ୍ଡୁଗାଁ ପଞ୍ଚାୟତ ପଦ୍ମପୁର ଗ୍ରାମ ରେ ୧୫ ଜଣ କରୋନା ସଂକ୍ରମଣ ଚିହ୍ନଟ ହେବା ପରେ ଗୋଷ୍ଠୀ ସଂକ୍ରମଣ ର ଆଶଙ୍କା ରହିଛି । ଏଭଳି ପରିସ୍ଥିତି ରେ ଜନସାଧାରଣ ଙ୍କୁ କରୋନା ସଂକ୍ରମଣ ରୁ ସୁରକ୍ଷିତ ରଖିବା ପାଇଁ ନୂଆଗାଁ ତହସିଲଦାର ପ୍ରଳୟ ନନ୍ଦ ଶତପଥୀ ପଦ୍ମପୁର ଗ୍ରାମ କୁ କଣ୍ଟେଣ୍ଟ ମେଣ୍ଟ ଜୋନ୍ ଘୋଷଣା କରିଛନ୍ତି।     (ପୁଷ୍ପଲତା ପ୍ରଧାନ ଙ୍କ ରିପୋର୍ଟ)