ପାଣି ପାଇଁ ରାଜ ରାସ୍ତାକୁ ଓଲ୍ହାଇଲେ ମହିଳା

ଓଡ଼ିଶା ତାଜା ନ୍ୟୁଜ (୧୫ ମଇ ଶନିବାର ) ଚାନ୍ଦବାଲି :- ପୁଣି ସାମ୍ନାକୁ ଆସିଲା ଉପାନ୍ତ ଇଲାକାର ବିକାଶର ଆଉ ଏକ ନଗ୍ନଚିତ୍ର। ଦୀର୍ଘ ତିନି ମାସ ଧରି ନଳକୂପ ମରାମତି ନହେବାରୁ ଶେଷରେ ରାଜରାସ୍ତକୁ ଓଲ୍ହାଇଛନ୍ତି ମହିଳା। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଚାନ୍ଦବାଲି ବ୍ଲକ ଚଡ଼ଦିଆ ପଂଚାୟତରେ। ସୂଚନାଯୋଗ୍ୟ ଚଡ଼ଦିଆ ଗ୍ରାମର ମାଝୀ ସାହିରେ ଥିବା ନଳକୂପ ଉପରେ ୭୦ ରୁ ଉର୍ଦ୍ଧ ପରିବାର ନିର୍ଭର କରୁଥିଲେ କିନ୍ତୁ ଉକ୍ତ ନଳକୂପଟି ରାସ୍ତା ମଝିରେ ଥିବାରୁ ସେହି ସ୍ଥାନରୁ ଉଠାଇ ଅନ୍ୟତ୍ର ନୂତନ

ନଳକୂପ କରିବା ପାଇଁ ସରପଞ୍ଚ ପ୍ରତିଶୃତି ଦେଇଥିଲେ କିନ୍ତୁ ଦୀର୍ଘ ୩ ମାସ ବିତିଯାଇଥିଲେ ମଧ୍ୟ କାମଟି ସଂପୂର୍ଣ୍ଣ ହୋଇପାରିନାହିଁ l ଯାହାକୁ ନେଇ ଦୀର୍ଘ ଦିନ ଧରି ପାଣି ପାଇଁ ଲୋକେ ଡହଳ ବିକଳ ହେଉଥିବା ବେଳେ ଉକ୍ତ କାର୍ଯ୍ୟକୁ ହାତକୁ ନେଇଥିବା ଠିକାଦାର ମନମାନିକାର୍ଯ୍ୟ କରୁଥିବା ଅଭିଯୋଗ ହୋଇଛି। ତେବେ ଠିକାଦାରଙ୍କ ଏଭଳି କାର୍ଯ୍ୟକୁ ବିରୋଧ କରି ଗ୍ରାମବାସୀ ଦୀର୍ଘ ସମୟ ଧରି ରାସ୍ତା ରୋକ କରିବା ସହ ହୋହାଲ୍କା ମଧ୍ୟ କରିଥିଲେ l ଦୁଇଦିନ ମଧ୍ୟରେ ଉକ୍ତ ନଳକୁପ ମରାମତି କରିବା ପାଇଁ ସରପଞ୍ଚ ପ୍ରତିଶୃତି ଦେବା ପରେ ଆନ୍ଦୋଳନରୁ ଓହରି ଥିଲେ ଗ୍ରାମବାସୀ ।(ଦୀପ୍ତିମାନ ପତି, ଚାନ୍ଦବାଲି )