ପବିତ୍ର ଅକ୍ଷୟ ତୃତୀୟା ଅବସରରେ ; ରାଜ୍ୟ କୃଷି ଓ କୃଷକ ସଶକ୍ତି କରଣ, ମତ୍ସ୍ୟ ଓ ପ୍ରାଣୀ ସଂପଦ, ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ଅଖିମୁଠି ଅନୁକୂଳ କରିଛନ୍ତି – ନୟାଗଡ଼ 

ଓଡ଼ିଶା ତାଜା ନ୍ୟୁଜ (୧୫ ମଇ ଶନିବାର ) ନୟାଗଡ଼ :- ପବିତ୍ର ଅକ୍ଷୟ ତୃତୀୟା ଅବସରରେ ନୟାଗଡ଼ ବିଧାୟକ ତଥା ରାଜ୍ୟ ସରକାରଙ୍କ କୃଷି ଓ କୃଷକ ସଶକ୍ତି କରଣ, ମତ୍ସ୍ୟ ଓ ପ୍ରାଣୀ ସଂପଦ ଏବଂ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ଅଖିମୁଠି ଅନୁକୂଳ କରିଛନ୍ତି । ନୟାଗଡ଼ ବ୍ଳକ ଅନ୍ତର୍ଗତ ବାଲୁଗାଁ ପଞ୍ଚାୟତ ଖେଡ଼ପଡ଼ାଠାର ଅଖିମୁଠି ଅନୁକୁଳ କରି କୃଷି ଓ କୃଷକର ଉନ୍ନତୀ କାମନା କରିଛନ୍ତି । ଜଣେ ଚାଷୀ ବିଲରେ କୃଷି ମନ୍ତ୍ରୀ ପୂଜାର୍ଚ୍ଚନା କରି ଅଖିମୁଠି ଅନୁକୂଳ କରିବା ସହ ନିଜେ ହଳ କରି ବିହନ ବୁଣିଛନ୍ତି ।

ଏହି କାର୍ଯ୍ୟକ୍ରମରେ ନୟାଗଡ଼ ଜିଲ୍ଲା ବିଜୁ କୃଷକ ଜନତା ଦଳର ସଭାପତି ଜଗନ୍ନାଥ ପଣ୍ଡା, ସମାଜସେବୀ ପୂର୍ଣ୍ଣଚନ୍ଦ୍ର ନାୟକ, ପଞ୍ଚାୟତ ସମିତି ଉପାଧ୍ୟକ୍ଷ ସୁବାଷ ଚନ୍ଦ୍ର କଅଁର ପ୍ରମୁଖ ଯୋଗ ଦେଇଥିଲେ । ଗତବର୍ଷ ରାଜ୍ୟରେ ଫସଲ ଉତ୍ପାଦନ ଅଧିକ ହୋଇଥିବା ବେଳେ ଏବର୍ଷ ମଧ୍ୟ କୃଷକମାନେ ଲାଭବାନ ହେବେ ବୋଲି ଆଶା କରାଯାଉଛି । ଗତକାଲି ରାଜ୍ୟ ସରକାର କାଳିଆ ଯୋଜନାରେ ୪୨ ଲକ୍ଷ କୃଷକଙ୍କ ଖାତାରେ ୯୨୦ କୋଟି ଟଙ୍କା ଜମି କରିଛନ୍ତି । ଏଥିସହିତ ଚାଷୀ ଆମର ଗର୍ବ, ତାଙ୍କ ତ୍ୟାଗର ତୁଳନା ନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ( ଓଡ଼ଗାଁ ରିପୋର୍ଟ – ଅଶ୍ଵିନୀ କୁମାର ସାହୁ )