ହୋଣ୍ଡା ପକ୍ଷରୁ ୨୦୨୦ ଆଫ୍ରିକା ଟ୍ୱିନ୍‌ ଆଡ୍‌ଭେଂଚର ସ୍ପୋର୍ଟସ୍ ଭାରତରେ ଉନ୍ମୋଚିତ, ମୂଲ୍ୟ ୧୫.୩୫ ଲକ୍ଷ ଟଙ୍କା

ଭୁବନେଶ୍ୱର (ଓଡିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର ତା-6.3.2020 :- ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କୁଟର ଇଣ୍ଡିଆ ପ୍ରାଇଭେଟ୍‌ ଲିମିଟେଡ୍ ପକ୍ଷରୁ ୨୦୨୦ ଆଫ୍ରିକା ଟ୍ୱିନ୍ ଆଡ୍‌ଭେଂଚର ସ୍ପୋର୍ଟସ୍‌ ବାଇକ୍‌ର ବିଏସ୍‌-୬ ମଡେଲ୍‌କୁ ଉନ୍ମୋଚନ କରାଯାଇଛି । ୨୦୨୦ ଡାକାର ର‌୍ୟାଲିର ବିଶ୍ୱ ଚାମ୍ପିଆନ୍ ରିକି ବ୍ରାବେକ୍‌ଙ୍କ ଦ୍ୱାରା ଆଜି ଏହି ବାଇକ୍‌ର ଉଭୟ ମାନୁଆଲ ଓ ଡିସିଟି ଟ୍ରାନ୍ସମିସନ୍ ଭାରିଆଂଟ୍ ଉନ୍ମୋଚିତ ହୋଇଛି । ବ୍ରାବେକ୍‌ଙ୍କ ଏହା ହେଉଛି ପ୍ରଥମ ଭାରତ ଗସ୍ତ । ସେ ଗତ ଜାନୁଆରିରେ ପ୍ରଥମ ଆମେରୀକିୟ ଚାଳକ ଭାବେ ଡାକାର ର‌୍ୟାଲି ଜିତିବାର ସୌଭାଗ୍ୟ ହାସଲ କରିଛନ୍ତି । ଆଫ୍ରିକା ଟ୍ୱିନ୍‌ର ବିଏସ୍‌-୬ ମଡେଲ୍ ସଂକ୍ରାନ୍ତରେ ହୋଣ୍ଡା ମୋଟରସାଇକଲ୍‌ ଆଣ୍ଡ୍ ସ୍କୁଟର ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍‌ର ସଭାପତି, ସିଇଓ ଓ ପରିଚାଳନା ନିର୍ଦେଶକ ଶ୍ରୀଯୁକ୍ତ ମିନୁରୋ କାଟୋ କହିଛନ୍ତି ଯେ, “ପ୍ରିମିୟମ ମୋଟରସାଇକଲ୍ ବ୍ୟବସାୟରେ ହୋଣ୍ଡା ଆଜି ବିଏସ୍‌-୬ ଯୁଗ ଆରମ୍ଭ କରିଛି । ରୋମାଂଚର ବିଶ୍ୱ ଚାମ୍ପିଆନ୍ ରିକି ବ୍ରାବେକ୍ (୨୦୨୦ ଡାକାର ର‌୍ୟାଲିର ବିଶ୍ୱ ଚାମ୍ପିଆନ୍‌)ଙ୍କୁ ଭାରତକୁ ଆଣି ଆମେ ବହୁତ ଖୁୂସି । ଆମର ବିଶ୍ୱାସ ରହିଛି ଯେ ୨୦୨୦ ଆଫ୍ରିକା ଟ୍ୱିନ୍ ରୋମାଂଚକୁ ପରବର୍ତୀ ସ୍ତରକୁ ନେବ । ଆଗାମୀ ଦିନରେ ବିଗ୍ ୱିଙ୍ଗ୍ (ହୋଣ୍ଡାର ପ୍ରିମିୟମ୍ ମୋଟରସାଇକଲ୍‌ ବ୍ୟବସାୟ)ରୁ ବହୁତ କିଛି ଆଶା କରୁଛୁ ।’’ ଆଫ୍ରିକା ଟ୍ୱିନ୍ ଆଡ୍‌ଭେଂଚର ସ୍ପୋର୍ଟସ୍‌ର ବୁକିଙ୍ଗ ସଂକ୍ରାନ୍ତରେ ଘୋଷଣା କରି ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କୁଟର ଇଣ୍ଡିଆ ପ୍ରାଇଭେଟ୍‌ ଲିମିଟେଡ୍‌ର ବରିଷ୍ଠ ଉପସଭାପତି-ବିକ୍ରି ଓ ମାର୍କେଟିଂ ଶ୍ରୀଯୁକ୍ତ ୟଦବିନ୍ଦର ସିଂହ ଗୁଲେରିଆ କହିଛନ୍ତି ଯେ, “୨୦୧୭ରେ ଭାରତରେ ପ୍ରଥମେ ଉନ୍ମୋଚିତ ହେବା ପରଠାରୁ ଆଫ୍ରିକା ଟ୍ୱିନ୍ ୨୦୦ରୁ ଅଧିକ ରୋମାଂଚ ପ୍ରେମୀଙ୍କ ପସନ୍ଦ ପାଲଟିଛି । ସମ୍ପୂର୍ଣ୍ଣ ନୂଆ ୨୦୨୦ ଆଫ୍ରିକା ଟ୍ୱିନ୍‌ରେ ରହିଛି ବିପୁଳ ଶକ୍ତି ଯାହାକୁ ରୋମାଂଚ ପ୍ରେମୀମାନେ ପସନ୍ଦ କରୁଛନ୍ତି । ସିଧାସଳଖ ଭାବେ କହିଲେ ନୂଆ ଫ୍ରେମ୍‌, ନୂଆ ବଡ଼ ଇଂଜିନ, ଅଧିକ ଶକ୍ତି ଏବଂ ଶ୍ରେଷ୍ଠ ଟର୍କ, ନୂଆ ଇଲେକ୍ଟ୍ରୋନିକ୍ସ, ନୂଆ ସସ୍‌ପେନ୍‌ସନ୍ ଭଳି ସୁବିଧା ଏଥିରେ ରହିଛି । ଆଫ୍ରିକା ଟ୍ୱିନ୍‌ର ବିଏସ୍‌-୬ ମଡେଲ୍‌ର ଉଭୟ ଡିସିଟି ଓ ମାନୁଆଲ ଭାରିଆଂଟ୍‌ର ବୁକିଙ୍ଗ ଆଜିଠାରୁ ଆରମ୍ଭ ହୋଇଛି ।’’ ୨୦୨୦ ଆଫ୍ରିକା ଟ୍ୱିନ୍ ଆଡ୍‌ଭେଂଚର ସ୍ପୋର୍ଟସ୍‌ର ବିଏସ୍‌-୬ ମଡେଲ୍‌ର ଏକ୍ସ ସୋ’ରୁମ୍ ଦାମ୍ ୧୫.୩୫ ଲକ୍ଷ ଟଙ୍କାରୁ ଆରମ୍ଭ ହୋଇଛି । ଏହା ପର୍ଲ ଗ୍ଲେୟାର ହ୍ୱାଇଟ୍ ଓ ଡାର୍କନେସ୍ ବ୍ଲାକ୍ ମେଟାଲିକ୍ ରଙ୍ଗରେ ଏହା ଉପଲବ୍ଧ ହେଉଛି ।