ନୂଆଗାଁ ହରିଜନ ସାହି କୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କଲେ ନୂଆଗାଁ – ତହସିଲଦାର ପ୍ରଳୟନନ୍ଦ ଶତପଥୀ

ଓଡ଼ିଶା ତାଜା ନ୍ୟୁଜ (୧୪ ମେ ଶୁକ୍ରବାର ) ନୂଆଗାଁ :- ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଅନ୍ତର୍ଗତ ନୂଆଗାଁ ପଞ୍ଚାୟତ ଅଧିନରେ ଥିବା ନୂଆଗାଁ ହରିଜନସାହି ରେ ୭ ଜଣ ଲୋକ କରୋନା ଆକ୍ରାନ୍ତ ହୋଇଛନ୍ତି । କରୋନା ସଂକ୍ରମଣ ରୁ ଜନସାଧାରଣ ଙ୍କୁ ସୁରକ୍ଷିତ ରଖିବା ପାଇଁ

ନୂଆଗାଁ ତହସିଲଦାର ପ୍ରଳୟ ନନ୍ଦ ଶତପଥୀ ନୂଆଗାଁ ହରିଜନ ସାହି କୁ  କଣ୍ଟେମେଣ୍ଟ ଜୋନ୍ ଘୋଷଣା କରିଛନ୍ତି । ତତ୍ ସହିତ କରୋନା ସମ୍ପର୍କିତ ନୀତି ନିୟମ ପାଳନ କରିବା ପାଇଁ ଜନସାଧାରଣ ଙ୍କୁ ତହସିଲଦାର ପ୍ରଳୟ ନନ୍ଦ ଶତପଥୀ ଅନୁରୋଧ କରିଛନ୍ତି ।