କୋରାଇ ବ୍ଲକପରିସରରେ ବିଡିଓଙ୍କ ଦ୍ୱାରା ଚାରାରୋପଣ

କୋରାଇ (ଓଡିଶା ତାଜା ନ୍ୟୁଜ୍ ) ବ୍ୟାସନଗର ତହସିଲ 5.3. 2020 ରିଖ :- ବ୍ୟାସନଗର ତହସିଲ ଅଧିନସ୍ଥ କୋରାଇ ବ୍ଲକର ତେନ୍ତୁଲିଖୁଣ୍ଟା ମୌଜାରେ ଏସଟିପିଆଇ (ସଫ୍ଟଓୟାର ଟୋକନୋଲୋଜି ପାର୍କ ଅଫ ଇଣ୍ଡିଆ ସ୍ଥାପନା ନିମନ୍ତେ ୩ଏକର ସରକାରୀ ଜମି ତହସିଲ ପକ୍ଷରୁ ହସ୍ତାନ୍ତର କରାଯାଇଛି । ଏହି ମୌଜାର ଖାତା ନମ୍ବର ୧୭୭, ପ୍ଲଟ ନମ୍ବର ୮୧୫ଓ ୧୨୧୯ରେ ଜମି ଚିହ୍ନଟ କରାଯାଇ ଏସଟିପିଆଇର ବରିଷ୍ଠପ୍ରଶାସନିକ ଅଧିକାରୀ କମଳକିଶୋର କାନୋଜିଆ ଓ ଉପନିର୍ଦେକ ସନ୍ତୋଷକୁମାର ରଥଙ୍କୁ ବ୍ୟାସନଗର ତହସିଲର ଭାରପ୍ରାପ୍ତ ତହସିଲଦାର ଜ୍ୟୋତିକାନ୍ତ ଭୁଜବଳ ଜମି ଚିହ୍ନଟ ପୂର୍ବକ ସମସ୍ତ କାଗଜାତ ହସ୍ତାନ୍ତର କରିଛନ୍ତି । ସୂଚନାଥାଉକି, ଏଠାରେ ୨୦୧୫ମସିହାରୁ ଏସଟିପିଆଇ ସ୍ଥାପନା ନିମନ୍ତେ ପ୍ରସ୍ତାବ ରହିଥିଲା ବେଳେ ସରକାରୀ ଜମି ପ୍ରଦାନରେ ବିଳମ୍ବହେତୁ ତାହା ହୋଇ ପାରୁନଥିଲା ।

ଜିଲାର ରାଜନୈତିକ ବ୍ୟକ୍ତବତଶେଷ ଓ ଅଞ୍ଚଳବାସୀଙ୍କ ସହଯୋଗଫଳରେ ରାଜ୍ୟସରକାର କୋରାଇ ବ୍ଲକର ତେନ୍ତୁଲିଖୁଣ୍ଟା ମୌଜାରେ ଥିବା ସରକାରୀ ଜମିଦେବାକୁ ରାଜିହୋଇଥିଲେ । ତଦନୁଯାଇ ଗତ ଜାନୁଆରୀମାସ ୨୭ତାରିଖରେ ଜିଲାପ୍ରଶାସନ ପକ୍ଷରୁ ଏହି ମୌଜାରେ ୩ଏକର ଜମି ଦେବାକୁ ଘୋଷଣା କରିଥିଲେ । ସୋମବାର ସଂପୃକ୍ତ ଜମିର ଚିହ୍ନଟ ସହ ବିଧିବଧ ଭାବେ ପ୍ରସ୍ତୁତ କାଗଜ ଏସଟିପିଆଇକୁ ପ୍ରାଦନ କରାଯାଇଥିଲା । ସଂପୃକ୍ତ ସ୍ଥାନରେ ୧୦୦କୋଟି ଟଙ୍କାର ବ୍ୟୟରେ ୨୦୦୦ବର୍ଗଫୁଟ ଆୟତନରେ ଏହା ନିର୍ମାଣ କରାଯିବ । ତେଣୁ ତୁରନ୍ତ ନାର୍ମାଣ କାର୍ଯ୍ୟଆରମ୍ଭ କରାଯାଇ କାର୍ଯ୍ୟକ୍ଷମ କରାଯିବ ବୋଲି ଏହିଅବସରରେ ଏସ୍‌ଟିପିଆଇ ପ୍ରଶାସନିକ ଅଧିକାରୀ ଶ୍ରୀ କାନୋଜିଆ ସୂଚନାଦେଇଥିଲେ । ଏହା ପ୍ରତିଷ୍ଠା କରାଗଲେ ଜିଲାର ବେକାର ଆଇଟି ତାଲିମ ପ୍ରତିଭାଧାରୀମାନେ ଉପକୃତ ହେବେ । ଏଥିସହିତ ବିଭିନ୍ନ ସଂସ୍ଥାମାନେ ହାଇସ୍ପିଡ ଡାଟା କମୁନିକେଶସନର ବିଶେଷ ସୁବଧା ଉପଲବ୍ଧ ହେବ । ଏହି ସୀମାନିର୍ଦ୍ଧରଣ ତଥା ଚିହ୍ନଟ ସମୟରେ ଭାରପ୍ରାପ୍ତ ତହସିଲଦାରଙ୍କ ସମେତ ତହସିଲ ସୁପରଭାଇଜର ବିଷ୍ଣୁଚରଣ ପଣ୍ଡା, କଣ୍ଟଝରୀ ରାଜସ୍ୱନିରୀକ୍ଷକ କଟେ ପୂର୍ତ୍ତିୀ, ବରିଷ୍ଠକର୍ମଚାରୀ ମନୋଜକୁମାର ସ୍ୱାଇଁ ପ୍ରମୁଖ କାର୍ଯ୍ୟରେ ସହଯୋଗ କରିଥିଲେ ।