ବିଷ୍ନୁପ୍ରିୟା ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ ଓ ସମ୍ବର୍ଦ୍ଧନା ସମାରୋହ ଆୟୋଜିତ !

କଟକ ଜିଲ୍ଲା ,ମାହାଙ୍ଗା (ଓଡିଶା ତାଜା ନ୍ୟୁଜ୍ ) ମାହାଙ୍ଗା 5.3. 2020 ରିଖ :- ଅଗ୍ରଣୀ ସାମାଜିକ ଆନୁଷ୍ଠାନ ବିଷ୍ନୁପ୍ରିୟା ଚାରିଟେବୁଲ ଟ୍ରଷ୍ଟ ଅନୁକୁଲ୍ୟରେ କଟକ ଜିଲ୍ଲା କିଶନନଗର ବୋଇଲୋ ସ୍ଵପ୍ନେଶ୍ଵର ବାଳାଶ୍ରମରେ ପ୍ରତିଭା ଅନ୍ୱେଷଣ, ପୁରସ୍କାର ବିତରଣ, ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ସମ୍ବର୍ଦ୍ଧନା ସଭା ଆୟୋଜିତ ହୋଇଯାଇଛି l

ବାଳାଶ୍ରମ ସମ୍ପାଦକ ସୁବାଷ ଚନ୍ଦ୍ର ସାହୁ ଉତ୍ସବକୁ ଉଦଘାଟନ କରିଥିଲେ l ମୁଖ୍ୟଅତିଥି ଭାବେ ଇଂଜିନିୟର ବସନ୍ତ ରାଉତ,ମୁଖ୍ୟବକ୍ତା ସାମ୍ବାଦିକ ସୟଦ ସାଜିଦ ଅଲ୍ଲୀ, ସମ୍ମାନିତ ଅତିଥି ଟ୍ରଷ୍ଟି ଇଂ ବିମଳ ଦାସ, ଆଇନିଜୀବି ଭବାନୀ ପଣ୍ଡା, ଇଂ ସେବକ ଶ୍ରୀକାନ୍ତ, ପ୍ରମୁଖ ଯୋଗଦେଇଥିଲେ l ବାଳାଶ୍ରମର ପିଲାମାନଙ୍କ ମଧ୍ୟରେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗୀତାର ଶ୍ରେଷ୍ଠ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା l

ସଂପାଦକ ପ୍ରିନ୍ସ ନନ୍ଦ ଓ ମୁଖ୍ୟ ଅତିଥି ଇଂ ପଣ୍ଡା କହିଲେ ଆମକୁ ଉତ୍ତମ ଶିକ୍ଷା ମିଳିଲେ ସମାଜପାଇଁ ଭଲ ନାଗରିକଟିଏ ଗଢାଯାଇ ପରିବ l ଏକ ସୁସ୍ଥ ସମାଜ ଗଢିବାରେ ଭଲ ଛାତ୍ରଟିଏ ମୁଖ୍ୟ ଉପାଦାନ ବୋଲି ସେମାନେ କହିଥିଲେ l ଶିକ୍ଷାକ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଗୁରୁ ଭବାନୀ ପ୍ରସାଦ ପଣ୍ଡା, ପ୍ରଯୁକ୍ତିବିଦ୍ୟା ପାଇଁ ଇଂଜିନିୟର ବସନ୍ତ ରାଉତ, ରବୀନ୍ଦ୍ର ରାଉତ,ସମାଜସେବା ପାଇଁ ସୁବାଷ ସାହୁ, ସାମ୍ବାଦିକତା ପାଇଁ ସୟଦ ସାଜିଦ ଅଲ୍ଲୀ,ସାହିତ୍ୟ ପାଇଁ କବି ଅଖିଳେଶ ମହାନ୍ତି, କବି ପ୍ରଭାତ ମଲ୍ଲିକଙ୍କୁ ମାନପତ୍ର, ଉପଢୌକନ ଓ ଫୁଲତୋଡ଼ା ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା l ଇଞ୍ଜିନିୟର ଅଶୋକ ସେଠୀ ଧନ୍ୟବାଦ ଦେଇଥିଲେ l ମାହାଙ୍ଗାରୁ ଲଷ୍ମୀଧର ଖୁଣ୍ଟିଆ,