ଘରୁ ଡାକି ନେଇ ବ୍ଲକ କର୍ମଚାରୀଙ୍କୁ ହାଣିଛନ୍ତି ଦୁବୃତ୍ତତ୍ତ

ଓଡ଼ିଶା ତାଜା ନ୍ୟୁଜ୍ (୧୩ ମଇ ଗୁରୁବାର ) ରାଜନଗର :- ଘରୁ ଡାକି ନେଇ ବ୍ଲକ କର୍ମଚାରୀଙ୍କୁ ହାଣିଛନ୍ତି ଦୁବୃତ୍ତତ୍ତ । ଏଭଳି ଜଘନ୍ୟ ଘଟଣା ଘଟିଛି କେନ୍ଦ୍ରପଡା ଜିଲା ରାଜନଗର ବ୍ଲକ ଅଞ୍ଚଳରେ । ଦୁର୍ବୃତ୍ତଙ୍କ ଆକ୍ରମଣରେ ରାଜନଗର ବ୍ଲକ ଓଡିଶା ଜୀବିକା ମିଶନ ସଂଯୋଜକ ରଶ୍ମି ରଞ୍ଜନ ଦାସ ଗୁରୁତର ହୋଇଛନ୍ତି ।

ଗତକାଲି ଠିକ ୩ଟା ସମୟରେ ରାଜନଗର ବ୍ଲକ ଓଡିଶା ଜୀବିକା ମିଶନ ସଂଯୋଜକ ରଶ୍ମି ରଞ୍ଜନ ଦାସ ଘରେ ଶୋଇଥିବା ସମୟରେ ୫ରୁ ୭ ଜଣ ଯୁବକ ତାଙ୍କ କବାଟ ବାଡେଇଥିଲେ । ବିଡିଓ ଡାକୁଛନ୍ତି କହି ଡାକିଥିଲେ । ରଶ୍ମି ଯାଇ ନ ଥିଲେ । ଫଳରେ ତାଙ୍କୁ ଘର ବାହାରେ ଖଣ୍ଡା ଓ ଭୁଜାଲି ଭଳି ମାରଣାସ୍ତ୍ରରେ ମରଣାନ୍ତକ ଆକ୍ରମଣ କରିଥିଲେ ଦୁର୍ବୃତ୍ତ । ଘଟଣାସ୍ଥଳରେ ରଶ୍ମିରଞ୍ଜନ ଅଚେତ ହୋଇଯାଇଥିଲେ । ପାଟି ଶୁଣି ଲୋକେ ଦୌଡି ଆସିବାରୁ ଦୁର୍ବୃତ୍ତମାନେ ଚାଲି ଯାଇଥିଲେ । ବର୍ତ୍ତମାନ ରଶ୍ମରଞ୍ଜନ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ତାଙ୍କ ସ୍ତ୍ରୀ ଏ ନେଇ ରାଜନଗର ଥାନାରେ ଅଭିଯୋଗ କରିଛନ୍ତି । ପୋଲିସ ତଦନ୍ତ ଆରମ୍ଭ କରିଛି । (ରିପୋର୍ଟ ଭଞ୍ଜ ବିହାରୀ ମହାନ୍ତି)