ପ୍ରଣବ ପ୍ରକାଶ ଦାସ ଙ୍କୁ ମିଳିଲା ଗୁରୁ ଦାୟିତ୍ଵ

ବିଜେଡିର ସାଂଗଠନିକ ସଂପାଦକ ପଦ ତଥା ଗୁରୁଦାୟିତ୍ୱ ପାଇଁ ମନୋନୀତ କରାଗଲା ବୋଲି ନବୀନ ପ୍ରତିକ୍ରିୟା ଦେଇଛନ୍ତି ।

ଭୁବନେଶ୍ୱର (ଓଡିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର 4.3. 2020 ରିଖ :- ଆଜି ହେଉଛି ବିଜୁବାବୁଙ୍କ ୧୦୪ତମ ଜୟନ୍ତୀ । ସେପଟେ ଆଜି ମୁଖ୍ୟମନ୍ତ୍ରୀ ହେବାର ୨୦ ବର୍ଷ ପୂରଣ କରିଛନ୍ତି ନବୀନ ପଟ୍ଟନାୟକ । ଏହି ଅବସରରେ ଆଜି ମୁଖ୍ୟମନ୍ତ୍ରୀ ଏକ ବଡ ଘୋଷଣା କରିଛନ୍ତି ।

ପ୍ରଣବ ପ୍ରକାଶ ଦାସ ଙ୍କୁ ନୂଆ ଦାୟିତ୍ୱ । ପ୍ରଣବ ପ୍ରକାଶ ଦାସ ହେଲେ ବିଜେଡିର ସାଂଗଠନିକ ସଂପାଦକ । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଏନେଇ ଘୋଷଣା କରିଛନ୍ତି । ବିଜେଡି ଦଳୀୟ କାର୍ଯ୍ୟାଳୟରେ ଆଜି ପ୍ରଣବ ପ୍ରକାଶ ଦାସଙ୍କୁ ସାଂଗଠନିକ ସଂପାଦକ ଭାବେ ଦାୟିତବ ଦିଆଯାଇଛି ।

ବିଜୁ ଜୟନ୍ତୀ ଅବସରରେ ଆଜି ବିଜେଡି କାର୍ଯ୍ୟାଳୟରେ ନବୀନ ପଟ୍ଟନାୟକ ଆନୁଷ୍ଠାନିକ ଭାବେ ଘୋଷଣା କରିଛନ୍ତି । ପ୍ରଣବ ୨୦୧୮ ଉପ ନିର୍ବାଚନ, ୨୦୧୯ ସାଧାରଣ ଓ ଉପ ନିର୍ବାଚନରେ କଠିନ ପରିଶ୍ରମ କରିଛନ୍ତି । ସଫଳତାର ସହ ଦଳକୁ ଆଗକୁ ନେବାରେ ସେ ସାହାର୍ଯ୍ୟ କରିଛନ୍ତି ।

କେବଳ ସେତିକି ନୁହେଁ ଗତ ବିଜେପୁର ଓ ପାଟକୁରା ଉପନିର୍ବାଚନ ସମୟରେ ମଧ୍ୟ ପ୍ରଣବଙ୍କ ଅବଦାନ ଅତି ଗୁରୁତ୍ୱପୂର୍ଣ୍ଣ ରହିଥିଲା । ତେଣୁ ତାଙ୍କୁ ବିଜେଡିର ସାଂଗଠନିକ ସଂପାଦକ ପଦ ତଥା ଗୁରୁଦାୟିତ୍ୱ ପାଇଁ ମନୋନୀତ କରାଗଲା ବୋଲି ନବୀନ ପ୍ରତିକ୍ରିୟା ଦେଇଛନ୍ତି ।