ବିଏଫଆଇଏନ ଓ ଜେଏନଆଇବିଏଫ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷର

ମୁମ୍ବାଇ (ଓଡିଶା ତାଜା ନ୍ୟୁଜ୍ ) ମୁମ୍ବାଇ 5.3. 2020 ରିଖ :- ତାଲିମ ଓ ଆନୁଷଙ୍ଗିକ କ୍ଷେତ୍ରରେ ପାରସ୍ପରିକ ସହଯୋଗ ଉଦ୍ଦେଶ୍ୟରେ ବ୍ୟାଙ୍କିଙ୍ଗ ଫାଇନାନ୍‌ସ ଆଣ୍ଡ ଇନସ୍ୟୁରାନ୍‌ସ ଇନଷ୍ଟିଚ୍ୟୁଟ ଅଫ ନେପାଳ ଲିମିଟେଡ଼ ( ବିଏଫଆଇଏନ) ସହ ଆଇଡ଼ିବିଆଇ ବ୍ୟାଙ୍କ ଲିମିଟେଡ଼ର ଅଗ୍ରଣୀ ତାଲିମ ପ୍ରତିଷ୍ଠାନ ଜବାହରଲାଲ ନେହେରୁ ଇନଷ୍ଟିଚ୍ୟୁଟ ଅଫ ବ୍ୟାଙ୍କିଙ୍ଗ ଆଣ୍ଡ ଫାଇନାନ୍‌ସ (ଜେଏନଆଇବିଏଫ), ହାଇଦ୍ରାବାଦ, ଗତ ୩ ତାରିଖରେ ଏକ ବୁଝାମଣାପତ୍ର ସ୍ୱାକ୍ଷର କରିଛି । ଜେଏନଆଇବିଏଫ ପକ୍ଷରୁ ନିର୍ଦ୍ଦେଶକ କୁମାର ନିଲ ଲୋହିତ ଓ ବିଏଫଆଇଏନ ପକ୍ଷରୁ ଏମଡ଼ି ବିନୋଦ ଅତ୍ରେୟ ଏହି ବୁଝାମଣାପତ୍ର ସ୍ୱାକ୍ଷର କରିଥିଲେ । ଏହି ଅବସରରେ ଉଭୟ ବ୍ୟାଙ୍କର ବହୁ ସଦସ୍ୟ ଓ ଆଇଡ଼ିବିଆଇ ବ୍ୟାଙ୍କର ମାନବ ସମ୍ବଳ ଓ ତାଲିମ ଇଡ଼ି ଭି.ନାରାୟଣମୂର୍ତ୍ତି ଉପସ୍ଥିତ ଥିଲେ । ଆଲୋଚନାଚକ୍ର, ସମ୍ମିଳନୀ, ତାଲିମ ଓ କର୍ମଶାଳା ଆଦି ଜରିଆରେ ଦୁଇ ରାଷ୍ଟ୍ରର ପେଶାଦାରଙ୍କ ମଧ୍ୟରେ ପରିଚାଳନାଗତ ଦକ୍ଷତା ବୃଦ୍ଧି ଏହି ବୁଝାମଣାପତ୍ର ସ୍ୱାକ୍ଷରର ଲକ୍ଷ୍ୟ ଅଟେ ।