ଆର୍ଥିକ ଅନ୍ତର୍ଭୁକ୍ତୀକରଣ ଗ୍ରାମୀଣ ଲୋକଙ୍କ ଆୟକୁ ସୁରକ୍ଷା ପ୍ରଦାନ କରିଥାଏ

ଭୁବନେଶ୍ୱର (ଓଡିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର 4.3. 2020 ରିଖ :- ବର୍ତମାନ ଯୁଗରେ ଉପେକ୍ଷୀତ ବର୍ଗର ଲୋକମାନଙ୍କୁ ଆର୍ଥିକ ସେବା ପ୍ରଦାନ କରିବାରେ ଆର୍ଥିକ ଅନ୍ତର୍ଭୁକ୍ତୀକରଣ ସଂସ୍ଥାଗୁଡ଼ିକର ଭୂମିକା ବେଶ ଉତ୍ସାହଜନକ ରହିଛି । ରାଜ୍ୟର ଦାରିଦ୍ର‌୍ୟ ପ୍ରଭାବିତ ଅଂଚଳଗୁଡ଼ିକରେ ଆର୍ଥିକ ଅନ୍ତର୍ଭୁକ୍ତୀକରଣର ସଂପ୍ରସାରଣ ଲାଗି ସରକାର, ଭାରତୀୟ ରିଜର୍ଭ ବ୍ୟାଙ୍କ, ବ୍ୟାଙ୍କ ଏବଂ ଅନ୍ୟାନ୍ୟ ଅଂଶୀଦାରମାନେ ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରୁଛନ୍ତି । ଓସାଫିର ସଭାପତି ଶ୍ରୀଯୁକ୍ତ ଦିବ୍ୟଜ୍ୟୋତି ପଟ୍ଟନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏବଂ ଓଡ଼ିଶାର ଅର୍ଥ ବିଭାଗର ସ୍ୱତନ୍ତ୍ର ସଚିବ ତଥା ସଂସ୍ଥାଗତ ନିର୍ଦେଶକ ଶ୍ରୀଯୁକ୍ତ ପି କେ ବିଶ୍ୱାଳଙ୍କ ଦ୍ୱାରା ଉଦ୍‌ଘାଟିତ ହୋଇଛି ତୃତୀୟ ରାଜ୍ୟ ସ୍ତରୀୟ ଆର୍ଥିକ ଅନ୍ତର୍ଭୁକ୍ତୀକରଣ କନ୍‌କ୍ଲେଭ୍‌-୨୦୨୦ । ଓଡ଼ିଶାର ଆର୍ଥିକ ଅନ୍ତୁର୍ଭକ୍ତୀକରଣର ସ୍ଥିତି ଉପରେ ଅଧିବେଶନ ଆୟୋଜନ କରାଯାଇଥିଲା ଏବଂ ଇକ୍ୱିଫାକ୍ସ କ୍ରେଡିଟ୍ ବ୍ୟୁରୋର ଶ୍ରୀଯୁକ୍ତ ମନୁ ସେହଗଲ୍ ରିପୋର୍ଟ ଉପସ୍ଥାପନ କରିଥିଲେ । ଆଶୀର୍ବାଦର ଏଭିପି ଶ୍ରୀଯୁକ୍ତ ଆଲୋକ ପଟ୍ଟନାୟକ ଆର୍ଥିକ ଅନ୍ତର୍ଭୁକ୍ତୀକରଣର ପ୍ରଭାବ ସଂପର୍କିତ ରିପୋର୍ଟ ପ୍ରଦାନ କରିଥିଲେ । ଓସାଫିର ସିଇଓ ଶ୍ରୀଯୁକ୍ତ ନରେନ୍ଦ୍ର ନାୟକ ଓସାଫିର କାର୍ଯ୍ୟକଳାପ ବିଷୟରେ ତଥ୍ୟ ଉପସ୍ଥାପନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସିଡ୍‌ବିର ରାଜ୍ୟ ପ୍ରବନ୍ଧକ ଅଙ୍କିତା ମହାନ୍ତି, ସିଡ୍‌ବିର ପୂର୍ବତନ ଜିଏମ୍ ଶ୍ରୀଯୁକ୍ତ ଅଶୋକ ରଂଜନ ସାମଲ ଓ ସିୱାଇଏସଡିର ପ୍ରତିଷ୍ଠାତା ଶ୍ରୀଯୁକ୍ତ ଜଗଦାନନ୍ଦ ଆର୍ଥିକ ଅନ୍ତର୍ଭୁକ୍ତୀକରଣର ମଡେଲ୍ ଉପରେ ଆଲୋଚନା କରିଥିଲେ । ଏହି ଅବସରରେ ଓଡ଼ିଶା ସରକାରଙ୍କ ଅର୍ଥ ବିଭାଗର ସ୍ୱତନ୍ତ୍ର ସଚିବ ଓ ସଂସ୍ଥାଗତ ନିର୍ଦେଶକ ଶ୍ରୀଯୁକ୍ତ ପି କେ ବିଶ୍ୱାଳ କହିଛନ୍ତି ଯେ,” ମାଇକ୍ରୋଫାଇନାନ୍ସ ସଂସ୍ଥାଗୁଡ଼ିକ ପାଇଁ ଦାରିଦ୍ର‌୍ୟରେ ଉଲ୍ଲେଖନୀୟ ହ୍ରାସ ଘଟିଛି । ସେମାନଙ୍କ ପାଇଁ ଓଡ଼ିଶାର ଗ୍ରାମାଂଚଳର ନିମ୍ନ ଆୟ ବର୍ଗର ଲୋକମାନଙ୍କ ପାଖରେ ବ୍ୟାଙ୍କିଙ୍ଗ ସେବା ପହଂଚିବାରେ ଉନ୍ନତି ହୋଇଛି ।’’ କୃତଜ୍ଞତା ଜ୍ଞାପନ କରି ଓସାଫିର ସଭାପତି ଶ୍ରୀଯୁକ୍ତ ଦିବ୍ୟାଜ୍ୟୋତି ପଟ୍ଟନାୟକ କହିଛନ୍ତି ଯେ, “ମୁଁ ବହୁତ ଖୁସି ଯେ ଓସାଫି ଏହାର ଉଦ୍ୟମକୁ ଜାରି ରଖି ସମସ୍ତ ମାଇକ୍ରୋଫାଇନାନ୍‌ସ ପ୍ରାକ୍ଟିସନରମାନଙ୍କୁ ଏକତ୍ରୀତ କରିପାରିଛି ଯଦ୍ୱାରା ଆମେମାନେ ନିଜ ନିଜର ଉଦ୍ୟମକୁ ଏକତ୍ରୀତ କରି “କାହାକୁ ପଛରେ ନ ଛାଡ଼ିବାର’ ଲକ୍ଷ୍ୟ ନେଇ ନିମ୍ନ ଆୟ ବର୍ଗର ଲୋକମାନଙ୍କୁ ସେବା ପ୍ରଦାନ କରି ସେମାନଙ୍କ ଆର୍ଥିକ ସ୍ଥିତିକୁ ସୁଦୃଢ଼ କରିବା ଦିଗରେ କାର୍ଯ୍ୟ କରୁଛୁ ।’’ ଭାରତୀୟ ରିଜର୍ଭ ବ୍ୟାଙ୍କର ସହକାରୀ ମହାପ୍ରବନ୍ଧକ ଶ୍ରୀଯୁକ୍ତ ନିର୍ମଳ ଚନ୍ଦ୍ର ପଟ୍ଟନାୟକ ଜୀବିକା ସୁଯୋଗରେ ଉନ୍ନତି ଆଣିବା ଲାଗି ମିଳିତ ଉଦ୍ୟମ କରିବା ଏବଂ ଏଥିରେ ମାଇକ୍ରୋଫାଇନାନ୍ସ ସଂସ୍ଥାଗୁଡ଼ିକର ଭୂମିକା ବିଷୟରେ ଆଲୋଚନା କରିଥିଲେ ।

ସିଡ୍‌ବି- ପୁଅରେଷ୍ଟ୍ ଷ୍ଟେଟ୍ ଇନ୍‌କ୍ଲୁସିଭ୍ ଗ୍ରୋଥ୍ ପ୍ରୋଗ୍ରାମ (ପିଏସ୍‌ଆଇଜି) ସହଯୋଗରେ ଓଡ଼ିଶା ଷ୍ଟେଟ୍ ଆସୋସିଏସନ୍ ଫର ଫାଇନାନ୍ସିଆଲ ଇନ୍‌କ୍ଲୁଜନ୍ ଇନଷ୍ଟିଚୁୃ୍ୟସନ୍ସ (ଓସାଫି) ପକ୍ଷରୁ ହୋଟେଲ୍ ସ୍ୱସ୍ତି ପ୍ରିମିୟମ୍‌ଠାରେ ଆୟୋଜନ କରାଯାଇଥିବା ଏହି କନ୍‌କ୍ଲେଭ୍‌ରେ ଅନ୍ତର୍ଭୁକ୍ତୀକରଣ ଫାଇନାନ୍ସ ଜରିଆରେ ଲୋକମାନଙ୍କ ନିରନ୍ତର ବିକାଶ ଉପରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଛି । କନ୍‌କ୍ଳେଭ୍‌ରେ ସରକାରଙ୍କ ବିଭିନ୍ନ ଲାଇନ୍ ବିଭାଗ, ଆରବିଆଇ, ନାବାର୍ଡ, ସିଡବି, ଏସଏଲବିସି, ବ୍ୟାଙ୍କ, ଆରଆରବି, ଏସଏଫବି, ଏନବିଏଫସି- ଏମଏଫଆଇ, ବିସି, ଏନଜିଓ, ସିବିଓ, ଏସଏଚପିଆଇ, ସମବାୟ ସଂସ୍ଥା, ଶିଳ୍ପ ସଂଘ, ଏସଆରଓ-ଏମଏଫଆଇଏନ ଓ ସା-ଧନର ପ୍ରାୟ ୨୦୦ ପ୍ରତିନିଧି ଅଂଶଗ୍ରହଣ କରି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ଓଡ଼ିଶା ଜୀବିକା ମିସନର ରାଜ୍ୟ ପ୍ରବନ୍ଧକ ଶ୍ରୀଯୁକ୍ତ ଦେବାଶିଷ ମହାପାତ୍ର ଆର୍ଥିକ ଅନ୍ତର୍ଭୁକ୍ତୀକରଣରେ ରହୁଥିବା ସମସ୍ୟାଗୁଡ଼ିକ ଉପରେ ଆଲୋଚନା କରିଥିଲେ ଏବଂ ତାହାର କିଭଳି ମୁକାବିଲା କରାଯିବ ତାହା କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ଡିଜିଏମ୍‌-ଆଉଟରିଚ ଶ୍ରୀଯୁକ୍ତ ଅରୁଣ ଅଗ୍ରୱାଲ, ଏୟାରଟେଲ ପେମେଂଟ୍ ବ୍ୟାଙ୍କର ରାଜ୍ୟ ମୁଖ୍ୟ ଶ୍ରୀଯୁକ୍ତ ଅନୁପମ କାଲଟିଆ, ଆକସେସ ଡେଭ୍ ସର୍ଭିସେସ୍‌ର ଡକ୍ଟର ଏ କେ ମହାନ୍ତି ମଧ୍ୟ ସମ୍ମିଳନୀରେ ବକ୍ତା ଭାବେ ଯୋଗ ଦେଇଥିଲେ । ସମସ୍ତ ଆଲୋଚନା ଓ ବକ୍ତୃତା ଗୋଟିଏ ବିଷୟ “ଆର୍ଥିକ ଉତ୍ପାଦ ଓ ସେବା ହାସଲ କରିବାର ସୁଯୋଗ’ ଉପରେ କେନ୍ଦ୍ରୀଭୂତ ରହିଥିଲା । ଆର୍ଥିକ ଅନ୍ତର୍ଭୁକ୍ତୀକରଣ ଏଜେଣ୍ଡା ବଢ଼ୁଥିବା ବେଳେ ଆର୍ଥିକ ଅନ୍ତର୍ଭୁକ୍ତୀକରଣରେ ଅଧିକ ମହିଳାଙ୍କୁ ସାମିଲ କରିବାର ଏକମାତ୍ର ବିକଳ୍ପ ହେଉଛି ଅଧିକ ଲିଙ୍ଗ ଅନ୍ତୁର୍ଭକ୍ତୀକରଣ ଆର୍ଥିକ ବ୍ୟବସ୍ଥା ଆଣିବା ଯାହା ସାମଜରେ ମହିଳାମାନେ ସାମ୍ନା କରୁଥିବା ପ୍ରତିବନ୍ଧକର ମୁକାବିଲା କରିପାରିବ । ଓସାଫି ହେଉଛି ଏକ ସଂସ୍ଥା ଯାହା ରାଜ୍ୟର ସମସ୍ତ ସରକାର ଏବଂ ଅଣ ସରକାରୀ ସଂସ୍ଥା ମଧ୍ୟରେ ସମ୍ପର୍କ ସ୍ଥାପନ କରୁଛି ଏବଂ ସୁଲଭ ମୂଲ୍ୟରେ ସମାଜର ଉପେକ୍ଷୀତ ଓ ନିମ୍ନ ଆୟ ବର୍ଗର ଲୋକମାନଙ୍କୁ ଆର୍ଥିକ ସେବା ପ୍ରଦାନ କରିବା ଦିଗରେ କାର୍ଯ୍ୟ କରୁଛି । ଏହି କନ୍‌କ୍ଲେଭ୍ ପାଇଁ ଓସାଫିର ସଦସ୍ୟ ସଂସ୍ଥାଗୁଡ଼ିକ ପ୍ରତ୍ୟକ୍ଷ ସହଯୋଗ ପ୍ରଦାନ କରିଥିଲେ ଏବଂ ଏହାର ସଂଯୋଜନା କରିଥିଲେ ମହମ୍ମଦ ଅମିନ, ଶ୍ରୀ ଗୋବିନ୍ଦ ଦାଶ, ଶ୍ରୀ ଦୀପକ କିଣ୍ଡୋ, ଶ୍ରୀ ଯୁଗଳ କିଶୋର ପଟ୍ଟନାୟକ-ନେଟୱର୍କର ବୋର୍ଡ ଅଫ୍ ଡାଇରେକ୍ଟର୍ସ ।