ବରିଷ୍ଠ ସାମ୍ବାଦିକ ଜୀମୂତ ମଂଗରାଜଙ୍କୁ ଆମେରିକାର ସ୍ୱାହିଲି ବିଶ୍ୱବିଦ୍ୟାଳୟ ପକ୍ଷରୁ ସାମ୍ବାଦିକତାରେ ଡ଼କ୍ଟରେଟ୍‌

ଭୁବନେଶ୍ୱର (ଓଡିଶା ତାଜା ନ୍ୟୁଜ୍ ) ବରିଷ୍ଠ ସାମ୍ବାଦିକ ଜୀମୂତ ମଂଗରାଜ 4.3. 2020 ରିଖ :- ବରିଷ୍ଠ ସାମ୍ବାଦିକ, ବିଜୁ ପଟ୍ଟନାୟକ ସାମ୍ବାଦିକତା ଓ ଗଣଯୋଗାଯୋଗ ମହାବିଦ୍ୟାଳୟର ଅଧ୍ୟକ୍ଷ, କିସ୍ ବିଶ୍ୱବିଦ୍ୟାଳୟ ବିଜୁ ପଟ୍ଟନାୟକ ଗବେଷଣା ଚେୟାରର ମୁଖ୍ୟ ପରାମର୍ଶଦାତା ତଥା ସ୍ତମ୍ଭକାର, ଲେଖକ, ରାଜନୈତିକ ବିଶ୍ଲେଷକ,

ଓଡ଼ିଶା ସଚିବାଳୟ ସାମ୍ବାଦିକ ସଂଘ ଓ ଉତ୍କଳ ସାମ୍ବାଦିକ ସଂଘର ସଭାପତି ଜୀମୂତ ମଙ୍ଗରାଜଙ୍କୁ ସେଂଟ୍ରାଲ୍ ଆମେରିକାର ପାନମାସ୍ଥିତ ସ୍ୱାହିଲି୍ ବିଶ୍ୱବିଦ୍ୟାଳୟ ପକ୍ଷରୁ ସାମ୍ବାଦିକତା ଓ ଗଣଯୋଗଯୋଗରେ ଡ଼କ୍ଟରେଟ୍ (ପିଏଚ୍‌ଡ଼ି) ଉପାଧି ପ୍ରଦାନ କରାଯାଇଛି । ସାମ୍ବାଦିକତା ଓ ଗଣଯୋଗଯୋଗରେ ଏହା ହେଉଛି ଜୀମୂତ ମଂଗରାଜଙ୍କ ଦି୍ୱତିୟ ଡ଼କ୍ଟରେଟ୍ । ସାମ୍ବାଦିକତା ପାଠ୍ୟକ୍ରମରେ ଦୁଇଥର ଡ଼କ୍ଟରେଟ୍ ପାଇଥିବା ଶ୍ରୀ ମଂଗରାଜ ଓଡ଼ିଶାର ସାମ୍ବାଦିକତା କ୍ଷେତ୍ରରେ ପ୍ରଥମ । ଡ଼କ୍ଟରେଟ୍ ପାଇବା ପରେ ଶ୍ରୀ ମଂଗରାଜଙ୍କୁ ସାମ୍ବାଦିକ ତଥା ବିଭିନ୍ନ ମହଲରୁ ସ୍ୱାଗତ କରାଯାଇଛି ।