ବରିଷ୍ଠ ସାମ୍ବାଦିକ ଦିନେଶ ଦେହୁରୀ ଓ ତାଙ୍କ ଧର୍ମପତ୍ନୀ କରୋନା ଆକ୍ରାନ୍ତ

ଓଡ଼ିଶା ତାଜା ନ୍ୟୁଜ୍ (୦୯ ମଇ ରବିବାର ) ଅନୁଗୋଳ :-  ଅନୁଗୋଳ ଜିଲ୍ଲା ବନ୍ତଳା ଥାନା ପୋକତୁଙ୍ଗା ଅଞ୍ଚଳର ବରିଷ୍ଠ ସାମ୍ବାଦିକ ଓ ତାଙ୍କ ଧର୍ମପତ୍ନୀ କରୋନା ଆକ୍ରାନ୍ତ ହୋଇ ଗୃହ ସଂଘରୋଧରେ ଚିକିତ୍ସିତ ହେଉଥିବା ସୂଚନା ମିଳିଛି । ୨୦ ବର୍ଷରୁ ଉର୍ଦ୍ଧ୍ବ ହେବ ସାମ୍ବାଦିକତା କରି ଆସୁଥିବା ସମସ୍ତଙ୍କର ଅତି ପ୍ରିୟ ତଥା ଦୈନିକ ଖବର କାଗଜ ଧରିତ୍ରୀର ପ୍ରତିନିଧି ଦିନେଶ ଦେହୁରୀ କରୋନା ଆକ୍ରାନ୍ତ ହୋଇଛନ୍ତି ।

ଅନୁଗୋଳ ଜିଲ୍ଲା ସାମ୍ବାଦିକ ସଂଘ ( ଏଡିୟୁଜେ ) ଓ ଜିଲ୍ଲା ସାମ୍ବାଦିକ ସମୂହ ସାମ୍ବାଦିକ ଦିନେଶ ଦେହୁରୀ ଓ ତାଙ୍କର ଧର୍ମପତ୍ନୀଙ୍କ ଆଶୁ ଆରୋଗ୍ୟ କାମନା ସ୍ୱରୂପ ଜଗତର ନାଥ ଜଗନ୍ନାଥ ଓ ମା ବୁଢୀ ଠାକୁରାଣୀଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ।.(କେନ୍ଦ୍ରାପଡ଼ା ରୁ ଜିଲ୍ଲା ପ୍ରତିନିଧି ଅନିରୁଦ୍ଧ ସେଠୀଙ୍କ ରିପୋର୍ଟ)