ବିବାଦର ଅନ୍ତ, ମାହାଙ୍ଗା ପୁଷ୍ପଗିରି ମହାବିଦ୍ୟାଳୟ ରେ ନିଯୁକ୍ତ ହେଲେ ନୂତନ ଅଧକ୍ଷ

ମାହାଙ୍ଗା କଟକ ( ଓଡିଶା ତାଜା ନ୍ୟୁଜ୍ ) ପୁଷ୍ପଗିରି ମହାବିଦ୍ୟାଳୟ 04/03/2020: ମାହାଙ୍ଗା ବ୍ଲକ ଏରକଣ ସ୍ଥିତ ମାହାଙ୍ଗା ପୁଷ୍ପଗିରି ମହାବିଦ୍ୟାଳୟରେ ଲାଗିରହିଥିବା ଅଧ୍ୟକ୍ଷ ନିଯୁକ୍ତି ବିବାଦର ଅଣ୍ଟା ହେବାସହ ନୂତନ ଅଧ୍ୟକ୍ଷ ନିଯୁକ୍ତ ହେଇଛନ୍ତି,   କଟକ ଉପଜିଲ୍ଲାପାଳ ତଥା କଲେଜ ପରିଚାଳନା କମିଟି ସଭାପତି ସୁଧାଂଶୁ ଶେଖର ମିଶ୍ର ବରିଷ୍ଠତା ଭିତିରେ ଏହି ମହାବିଦ୍ୟାଳୟର ଓଡ଼ିଆ ବିଭାଗ ମୁଖ୍ୟ ସୁଧାଂଶୁବାଳା ପଟନାୟକ ଙ୍କୁ ସ୍ଥାୟୀ ଅଧକ୍ଷା ଭାବରେ ନିଯୁକ୍ତି ଦେଇଛନ୍ତି, ଶ୍ରୀମତୀ ପଟନାୟକ ପୂର୍ବରୁ କିଛି ଦିନ ପାଇଁ ମାହାଙ୍ଗା ମହିଳା ମହାବିଦ୍ୟଳର ଅଧ୍ୟକ୍ଷ ଭାବରେ କାର୍ଯ୍ୟ ତୁଲାଇଥିଲେ,  ବର୍ତମାନ ତାଙ୍କୁ ଏହି ମହାବିଦ୍ୟଳର ଅଧ୍ୟକ୍ଷ ନିଯୁକ୍ତ କରାଯାଇଥିବାରୁ ସେ ସ୍ଥାନୀୟ ପୋଡାମରାଇ ପଂଚାୟତବାସୀ ଅଭିଭାବକ ଅଭିଭାବିକା ବୁଦ୍ଧିଜୀବୀ ଙ୍କର ସାହାଯ୍ୟ ସହଯୋଗ କାମନା କରିଚନ୍ତି,  ତାଙ୍କୁ ଅଧ୍ୟକ୍ଷ ନିଯୁକ୍ତି ଦିଆଯାଇଥିବାରୁ ପଂଚାୟତ ରାଜ ମନ୍ତ୍ରୀ ପ୍ରତାପଜେନା,  ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ଡ଼ଃ ଜୟୀରାମ ସ୍ୱାଇଁ,  ସମାଜ ସେବି ବିଷ୍ଣୁ ସିଂହ ସମେତ ସ୍ଥାନୀୟ ଲୋକ ପ୍ରତିନଧିଙ୍କୁ କୃତଜ୍ଞତା ଜଣାଇଛନ୍ତି, – ମାହାଙ୍ଗାରୁ ଲଷ୍ମୀଧର ଖୁଣ୍ଟିଆଙ୍କ ରିପୋର୍ଟ