କିଡ଼ନୀ ରୋଗୀକୁ ୟେଶ ଉଇ କେନ ପକ୍ଷରୁ ଆର୍ଥିକ ସହାୟତା ପ୍ରଦାନ

ମାହାଙ୍ଗା କଟକ ( ଓଡିଶା ତାଜା ନ୍ୟୁଜ୍ ) ଗୋପାଳ ପୁର ପଂଚାୟତ 04/02/20:-କଟକ ଜିଲ୍ଲା ମାହାଙ୍ଗା ବ୍ଲକ ପୁର୍ବାଞ୍ଚଳ ଗୋପାଳ ପୁର ପଂଚାୟତର ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ ୟେଶ ଉଇ କେନ ପକ୍ଷରୁ ଜଣେ କିଡ଼ନୀ ରୋଗ ପୀଡିତ ବ୍ୟକ୍ତିଙ୍କୁ ଆର୍ଥିକ ସହାୟତା ପ୍ରଦାନ, ଭଦ୍ରେଶ୍ୱର ପଂଚାୟତ ଗୋବିନ୍ଦପୁର ଗ୍ରାମର କିଡ଼ନୀ ରୋଗରେ ପୀଡିତ ଜିତେନ୍ଦ୍ର କୁମାର ନନ୍ଦ ଙ୍କ ବାସଗୃହ କୁ ୟେଶ ଉଇ କେନ ର କର୍ମକର୍ତ୍ତା ମାନେ ଯାଇ ତାଙ୍କର ଚିକିତ୍ସା ପାଇଁ 30 ହଜାର ଟଙ୍କାର ଚେକ ସହାୟତା ରାଶି ପ୍ରଦାନ କରିଚନ୍ତି, ଗରିବ ଦୁସ୍ଥ ଅସହାୟ ଲୋକ ମାନଙ୍କୁ ଏହି ସ୍ବେଛାସେବୀ ଅନୁଷ୍ଠାନ ପକ୍ଷରୁ ବିଭିନ୍ନ ସମୟରେ ସାହାଯ୍ୟ ସହଯୋଗର ହାତ ବଢ଼ୁଥିବାରୁ ଏହାକୁ ସାଧାରଣରେ ବୁଦ୍ଧିଜୀବୀ ମାନେ ଉଚ୍ଚ ପ୍ରଶଂସା କରିବା ସହ ଅସହାୟ ଓ ଅର୍ଥୀକ ଅନଗ୍ରସର ରୋଗୀମାନଙ୍କୁ ସାହାଯ୍ୟ ସହଯୋଗ ଯୋଗାଇଦେବାକୁ ସ୍ଵଛଳବର୍ଗର ଯୁବପିଢ଼ି ଓ ସ୍ବେଛାସେବୀ ଅନୁଷ୍ଠାନ ମାନେ ଆଗେଇଆସି କାର୍ଯ୍ୟ କରିବାକୁ ନିବେଦନ କରିଚନ୍ତି, – ମାହାଙ୍ଗାରୁ ଲଷ୍ମୀଧର ଖୁଣ୍ଟିଆଙ୍କ ରିପୋର୍ଟ