ଲକଡାଉନର ତୃତୀୟ ଦିନ, ବାଲେଶ୍ୱରରେ ଜୋରଦାର ଚେକିଂ

ଓଡ଼ିଶା ତାଜା ନ୍ୟୁଜ୍ (୦୭ ମଇ ଶୁକ୍ରବାର ) ବାଲେଶ୍ୱର :- ଭୟଙ୍କର ହେଉଛି କୋରୋନାର ତୃତୀୟ ଲହର । ସଂକ୍ରମଣ ଚେନକୁ ଭାଙ୍ଗିବା ପାଇଁ ରାଜ୍ୟ ସରକାର ଦୁଇ ସପ୍ତାହ ଲକଡାଉନ ଘୋଷଣା କରିଛନ୍ତି । ଆଜି ଲକଡାଉନରେ ତୃତୀୟ ଦିନ ।

ଲକଡାଉନ ପ୍ରଭାବରେ ବାଲେଶ୍ୱର ରେ ସବୁଠୁ ଜନଗହଳି ପୂର୍ଣ୍ଣ ଅଞ୍ଚଳ ରେ ଏକ ପ୍ରକାର ଜନଶୂନ୍ୟ ପାଲଟିଛି । ପୋଲିସ ପକ୍ଷରୁ ଛକରେ କଡାକଡି ଚେକିଂ କରଯାଇଛି । (ଦୀପ୍ତିମାନ ପତି, ବାଲେଶ୍ୱର )