ପାରାଦ୍ୱୀପରେ କରୋନା ସଂଦିଗ୍ଧ ଦମ୍ପତି

କରୋନା ଭୂତାଣୁ ସଂକ୍ରମଣ ସଂପର୍କିତ ସୂଚନା ପାଇଲେ ଟୋଲ ଫ୍ରି ନମ୍ବର -୦୬୭୪- ୨୩୯୦୪୬୬, ୯୪୩୯୯୯୪୮୫୭ ଯୋଗାଯୋଗ କରିବାକୁ ଅନୁରୋଧ କରିଛନ୍ତି ରାଜ୍ୟ ସରକାର ।

ପାରାଦୀପ (ଓଡିଶା ତାଜା ନ୍ୟୁଜ୍ ) ପାରାଦୀପ କରୋନା 3.3. 2020 ରିଖ :- ବିଶ୍ୱବ୍ୟାପୀ କରୋନା ଦିନକୁ ଦିନ ଘାତକ ହେବାରେ ଲାଗିଛି । ଗତକାଲି ଭାରତରେ ୩ ଜଣଙ୍କୁ କରୋନା ପଜିଟିଭ୍‌ଙ୍କୁ ଚିହ୍ନଟ କରାଯାଇଛି । ଏଥି ମଧ୍ୟରୁ ଜଣେ ପଡ଼ୋଶୀ ରାଜ୍ୟ ତେଲେଙ୍ଗାନାର ହୋଇଥିବାରୁ ଓଡ଼ିଶାରେ କରୋନା ସଂକ୍ରମଣ ନେଇ ଆଶଙ୍କା ପ୍ରକାଶ ପାଇଛି । ଆଜି ପାରାଦ୍ୱୀପ ବନ୍ଦରରୁ କରୋନା ସଂଦିଗ୍ଧ ଦମ୍ପତିଙ୍କୁ ଚିହ୍ନଟ କରାଯାଇଛି ।

ସିଙ୍ଗାପୁରରୁ ପାରାଦ୍ୱୀପ ବନ୍ଦରକୁ ଆସିଥିବା ସେନଷ୍ଟାର ନାମକ ଜାହାଜର କର୍ମଚାରୀ ତଥା ସେକେଣ୍ଡ ଇଂଜିନିୟର ଓ ତାଙ୍କ ପତ୍ନୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ସମୟରେ ଥଣ୍ଡା ଓ ଜ୍ୱର ଥିବା ଦେଖାଯାଇଥିଲା । ବିଶେଷ କରି ଇଂଜିନିୟରଙ୍କ ଶରୀରରେ ଉଚ୍ଚ ତାପମାତ୍ରା ଥିବା ଦେଖା ଯାଇଥିଲା । ଶରୀରରେ ତାପମାତ୍ରା ରହିବା କରୋନାର ଏକ ଲକ୍ଷଣ ହୋଇଥିବାରୁ ସିଙ୍ଗପୁରର ଏହି ଦମ୍ପତିଙ୍କୁ ସ୍ୱତନ୍ତ୍ର ଆମ୍ବୁଲାନ୍ସ ଯୋଗେ ତୁରନ୍ତ କଟକ ବଡ଼ ଡାକ୍ତରଖାନାକୁ ଚିକିତ୍ସା ଲାଗି ସ୍ଥାନାନ୍ତର କରାଯାଇଛି । ଏହି ପରିପ୍ରେକ୍ଷୀରେ ଓଡ଼ିଶାରେ କରୋନା ସଂକ୍ରମଣ ଭୟ ନାହିଁ ବୋଲି କହିଛନ୍ତି ରାଜ୍ୟ ସ୍ୱାସ୍ଥ୍ୟମବୀ ନବ କିଶୋର ଦାସ । ମବୀଙ୍କ କହିବା ଅନୁସାରେ ଓ ରାଜ୍ୟ ସରକାର କରୋନା ନେଇ ସଚେତନ ଅଛନ୍ତି ଓ ଏହାର ମୁକାବିଲା ଲାଗି ସବୁ ଡାକ୍ତରଖାନା ପ୍ରସ୍ତୁତ ରହିଛନ୍ତି ।

ରାଜ୍ୟର ଭୁବନେଶ୍ୱର ଓ ଝାରସୁଗୁଡ଼ା ବିମାନ ବନ୍ଦର ଦେଇ ବାହାରୁ ଆସୁଥିବା ଯାତ୍ରୀଙ୍କ ଉପରେ କଡ଼ା ନଜର ରଖାଯାଇଛି ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଉଛି । ସେହିପରି ରେଳ ଷ୍ଟେସନଗୁଡ଼ିକରେ ମଧ୍ୟ ରାଜ୍ୟକୁ ଆସୁଥିବା ଯାତ୍ରୀଙ୍କ ଉପରେ ନଜର ରଖି ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଉଛି । ସୂଚନା ଅନୁସାରେ, ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କରୋନା ସଂକ୍ରମିତ ଦେଶରୁ ରାଜ୍ୟକୁ ଫେରିଥିବା ୧୧୫ଜଣଙ୍କ ଉପରେ ନଜର ରଖାଯାଇଛି । ଜଣେ ବ୍ୟକ୍ତିଙ୍କୁ ଅବଜରଭେସନରେ ରଖାଯାଇଥିବା ବେଳେ ୪୨ଜଣ ଘରେ ଆଇସୋଲେସନରେ ରହିଛନ୍ତି । ସୋମବାର ସୁଦ୍ଧା ୬୯ଜଣ ବ୍ୟକ୍ତିଙ୍କ ଘରେ ଆଇସୋଲେସନ୍ ଶେଷ ହୋଇସାରିଛି ।

ଅପରପକ୍ଷରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପୂର୍ବରୁ ସଂଗୃହୀତ ୮ଜଣ ବ୍ୟକ୍ତିଙ୍କ ବାଦ୍ ଅନ୍ୟ କୌଣସି ସନ୍ଦିଗ୍ଧଙ୍କ ନମୁନା ସଂଗ୍ରହ କରାଯାଇ ନାହିଁ । ପୂର୍ବରୁ ସଂଗୃହୀତ ସମସ୍ତ ନମୁନା ନେଗେଟିଭ୍ ରହିଥିଲା । ସେହିପରି କରୋନା ସଂପର୍କରେ ସଚେତନତା ପ୍ରଦାନ ଲାଗି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ୨୪ଘଣ୍ଟିଆ କଣ୍ଟ୍ରୋଲ ରୁମର ବ୍ୟବସ୍ଥା କରାଯାଇଛି । କରୋନା ଭୂତାଣୁ ସଂକ୍ରମଣ ସଂପର୍କିତ ସୂଚନା ପାଇଲେ ଟୋଲ ଫ୍ରି ନମ୍ବର -୦୬୭୪- ୨୩୯୦୪୬୬, ୯୪୩୯୯୯୪୮୫୭ ଯୋଗାଯୋଗ କରିବାକୁ ଅନୁରୋଧ କରିଛନ୍ତି ରାଜ୍ୟ ସରକାର ।