ଗୋଏୟାର ଏସିଆ ପ୍ରଶାନ୍ତ ମହାସାଗରୀୟ ଅଂଚଳରେ ଦଶମ ଶ୍ରେଷ୍ଠ ସମୟାନୁବର୍ତୀ ବିମାନ କଂପାନି

ଭୁବନେଶ୍ୱର (ଓଡିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର 3.3. 2020 ରିଖ :- ୟୁକେ ସଂସ୍ଥା ସିରିଅମ ପକ୍ଷରୁ ଭାରତୀୟ ବିମାନ କଂପାନି ଗୋଏୟାରକୁ ଏସିଆ ପ୍ରଶାନ୍ତ ମହାସାଗରୀୟ ଅଂଚଳର ଦଶମ ଶ୍ରେଷ୍ଠ ସମୟାନୁବର୍ତୀ ବିମାନ କଂପାନିର ମାନ୍ୟତା ପ୍ରଦାନ କରାଯାଇଛି । ଏହି ସଂସ୍ଥା ୩୫ ନିୟୁତ ବିମାନକୁ ଅନୁଧ୍ୟାନ କରିବା ପରେ ଗୋଏୟାରକୁ ଏହି ରାଙ୍କ ପ୍ରଦାନ କରିଛି । ୨୦୧୯ରେ ୭୬.୯୪% ଅନ ଟାଇମ ପରଫରମାନ୍ସ (ଓଟିପି) ସହିତ ଭାରତର ଏକମାତ୍ର ବିମାନ କଂପାନି ଭାବେ ଗୋଏୟାର ଏସିଆ ପାସିଫିକ (ଏସିଆ ପ୍ରଶାନ୍ତ ମହାସାଗରୀୟ ଅଂଚଳ)ରେ ଶ୍ରେଷ୍ଠ ୧୦ ବିମାନ କଂପାନି ମଧ୍ୟରେ ସ୍ଥାନ ପାଇଛି । ସିରିଅମ ପକ୍ଷରୁ ୬୦୦ ବିଶ୍ୱ ସ୍ତରୀୟ ଉତ୍ସକୁ ବ୍ୟବହାର କରି ମାସକୁ ୩୦ ଲକ୍ଷ ବିମାନ ଉପରେ ନଜର ରଖାଯାଇଛି । ବିଶ୍ୱର ୯୭% ସିଡ୍ୟୁଲଡ ବିମାନ ଉପରେ ଏହା ନଜର ରଖିପାରୁଛି । ବେସାମରିକ ବିମାନ ଚଳାଚଳ ମହାନିର୍ଦେଶାଳୟ (ଡିଜିସିଏ)ର ଓଟିପି ର‌୍ୟାଙ୍କିଙ୍ଗରେ କ୍ରମାଗତ ୧୫ ମାସ ପର୍ଯ୍ୟନ୍ତ ଶୀର୍ଷ ସ୍ଥାନରେ ରହିଥିବା ଗୋଏୟାର ପାଇଁ ସିରିଅମର ମାନ୍ୟତା ଏହାର ସଫଳତା ପୁସ୍ତକରେ ଆଉ ଏକ ଫର୍ଦ୍ଦ ଯୋଡ଼ିଛି । ଏହି ସଫଳତା ସଂପର୍କରେ ଗୋଏୟାରର ପରିଚାଳନା ନିର୍ଦେଶକ ଜେହ ୱାଡ଼ିଆ କହିଛନ୍ତି ଯେ, “ଏସିଆ ପ୍ରଶାନ୍ତ ମହାସାଗରୀୟ ଅଂଚଳର ସବୁଠୁ ସମୟାନୁବର୍ତୀ ବିମାନ କଂପାନି ଭାବେ ସିରିଅମ ତରଫରୁ ମାନ୍ୟତା ହାସଲ କରିବା ବାସ୍ତବରେ ଗର୍ବର ବିଷୟ । ସମୟାନୁବର୍ତିତା, ଭରସାଯୋଗ୍ୟତା ଏବଂ ଗ୍ରାହକ ସନ୍ତୁଷ୍ଟି କ୍ଷେତ୍ରରେ ଆଗରେ ରହିବା ଲାଗି ଆମର ରହିଥିବା ପ୍ରତିବଦ୍ଧତା ପ୍ରତି ଏହା ହେଉଛି ଉପଯୁକ୍ତ ପ୍ରତିଫଳନ । ଗୋଏୟାରର ସମସ୍ତ ଟିମ ଦିନରାତି ଏକ କରି କାର୍ଯ୍ୟ କରିଥିବାରୁ ଏହା ସମ୍ଭବ ହୋଇଛି ଏବଂ ଏହା ଗ୍ରାହକମାନଙ୍କୁ ଶ୍ରେଷ୍ଠ ଗମନାଗମନ ଅନୁଭୂତି ପ୍ରଦାନ କରିଛି । ସେମାନଙ୍କ ଉଦ୍ୟମକୁ ପୁଣି ଥରେ ସ୍ୱୀକୃତି ମିଳିଛି ଏବଂ ଏହା କହିବା ଅନାବଶ୍ୟକ ଯେ ଗୋଏୟାରରେ ଯାତ୍ରା କରିଥିବା ନିୟୁତାଧିକ ଯାତ୍ରୀଙ୍କ ସମର୍ଥନ ବିନା ଏହା ସମ୍ଭବପର ହୋଇପାରିନଥାନ୍ତା । ବିମାନ ଶିଳ୍ପରେ ସମୟାନୁବର୍ତି ପ୍ରଦର୍ଶନର ଗୁରୁôତ୍ୱ ସଂପର୍କରେ ସିରିଅମର ସିଇଓ ଜେରେମି ବାୱେନ କହିଛନ୍ତି ଯେ,ବିମାନ ଭଡ଼ାରେ ରିହାତି ଏବଂ ବିମାନ ଉପଲବ୍ଧତା ଠାରୁ ବିଶ୍ୱ ସ୍ତରୀୟ ଗ୍ରାହକ ସନ୍ତୁଷ୍ଟି ଏବଂ ଉତ୍ପାଦରେ ଭିନ୍ନତା ବହୁତ ଅଧିକ ଅଟେ । ଆଜିର ଯାତ୍ରୀମାନେ ବିମାନ ଚୟନ କରିବା ବେଳେ ଓଟିପି ଏବଂ ପରିଚାଳନା ଭରସାଯୋଗ୍ୟତାକୁ ଦେଖୁଛନ୍ତି । ଆମର ଓଟିପି ଅନୁଶୀଳନ ଲାଗି ଆମେ ସର୍ବୋଚ୍ଚ ସ୍ତରର ଡାଟା ଆନାଲିସିସି ବ୍ୟବହାର କରିଥିଲୁ ଏବଂ ଆମର ବିଶ୍ୱାସ ରହିଛି ଯେ ସିରିଅମର ଓଟିପି ରିଭ୍ୟୁ ୨୦୧୯ ବିମାନ କଂପାନି ଓ ବିମାନ ବନ୍ଦରଗୁଡ଼ିକୁ ଉନ୍ନତ ପ୍ରଦର୍ଶନ କରିବା ଲାଗି ଅନୁପ୍ରାଣିତ କରିବ ।