ମାହାଙ୍ଗା ବ୍ଲକ ମଉଦା ସୁସ୍ଥ ଗାଁ ଭାବେ ପୁରସ୍କୃତ

ମାହାଙ୍ଗା, କଟକ, ( ଓଡିଶା ତାଜା ନ୍ୟୁଜ୍ ) ମଉଦା ଗ୍ରାମ 01/03/20:- କଟକ ଜିଲ୍ଲା ମାହାଙ୍ଗା ପଂଚାୟତ ସମିତି ଅଧୀନ ମଉଦା ଗ୍ରାମକୁ କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱଚ୍ଛତା ଓ ଗାଁ କଲ୍ୟାଣ ସମିତି ର ବିଭିନ୍ନ କାର୍ଯ୍ୟ କ୍ଷେତ୍ରରେ ଉଲ୍ଲେଖନିୟ ଅବଦାନ ପାଇଁ ଚଳିତ ବର୍ଷ ସୁସ୍ଥ ଗାଁ ପୁରସ୍କାର ପ୍ରଦାନ କରାଯାଇଛି,

ଏହି ଅବସରରେ କଟକ ସହିଦ ଭବନରେ ଏକ ସ୍ୱତନ୍ତ୍ର ଉତ୍ସବରେ କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚଇନି ଓ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଯୋଗ ଦେଇ ମଉଦା ଗାଁ କଲ୍ଯାଣ ସମିତିର ସଭାପତି ଶ୍ରୀମତୀ ନିର୍ମଳା ରାଉତ, ଆବାହିକା ମଉଦା -୧ ଅଙ୍ଗନବାଡି କର୍ମୀ କମଳିନୀ ମିଶ୍ର, ଆଶା କର୍ମୀ ଦମୟନ୍ତୀ ମହାରଣା ତାଙ୍କର କାର୍ଯ୍ୟକ୍ରମ ବଜାୟ ରଖିଥିବାରୁ ସୁସ୍ଥ ଗାଁ ସମ୍ମାନ ୨୦୧୯-୨୦ ପ୍ରଦାନ କରାଯିବା ସହ ସ୍ମୃତି ଫଳକ, ମାନପତ୍ର ଓ ୧୦.୦୦୦ ଟଙ୍କାର ଚେକ ରାଶି ଦେଇ ସୁସ୍ଥ ଗ୍ରାମ ଭାବେ ପୁରସ୍କୃତ କରିଛନ୍ତି,ଏଥିରେ ମାହାଙ୍ଗା ଶିଶୁ ବିକାଶ ପ୍ରକଳ୍ପ ର ମହିଳା ପରିଦର୍ଶିକା ଓଜସ୍ୱନି ମହାନ୍ତି, ସ୍ୱାସ୍ଥ୍ୟ କେନ୍ଦ୍ରର ବିତ୍ତ ପରିଚାଳକ ସନ୍ତୋଷ ଶତପଥି, ଗୀତାଞ୍ଜଳି ଲେଙ୍କା, ଅଜିତ କୁମାର ବେହୁରା, ବିକ୍ରମ କେଶରୀ ଦାସ ଓ ବହୁ କର୍ମଚାରୀ ମାନେ ଉପସ୍ଥିତ ରହିଥିଲେ, ସମଗ୍ର ମାହାଙ୍ଗା ବ୍ଲକ ମଧ୍ୟରୁ ମଉଦା ଗ୍ରାମ କୁ ଜିଲ୍ଲା ପ୍ରଶାସନ ପୁରସ୍କୃତ କରିଥିବାରୁ ମଉଦା ପଞ୍ଚାୟତ ତରଫରୁ ରାଜ୍ୟ ସରକାରଙ୍କୁ କୃତଜ୍ଞତା ଜଣାଇଛନ୍ତି | ମାହାଙ୍ଗାରୁ ଲଷ୍ମୀଧର ଖୁଣ୍ଟିଆଙ୍କ ରିପୋର୍ଟ,