ବିଭାଗୀୟ ସ୍ଥାୟୀ କମିଟି-୪ଙ୍କର ଚତୁର୍ଦ୍ଦଶ ବୈଠକ

ବିଧାନସଭା (ଓଡିଶା ତାଜା ନ୍ୟୁଜ୍ ) ବିଧାନସଭା :- ଆଜି ବିଧାନସଭାସ୍ଥିତ ପ୍ରକୋଷ୍ଠ ନଂ-୫୪ରେ ବିଭାଗୀୟ ସ୍ଥାୟୀ କମିଟି-୪ଙ୍କର ଚତୁର୍ଦ୍ଦଶ ବୈଠକ ବିଧାୟକ ଶ୍ରୀ ଭୂପିନ୍ଦର ସିଂହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।

ବୈଠକରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ଉଚ୍ଚଶିକ୍ଷା ବିଭାଗ, ବିଜ୍ଞାନ ଓ କାରିଗରୀ ବିଭାଗ, କ୍ରୀଡ଼ା ଓ ଯୁବସେବା ବିଭାଗ ଏବଂ ଇଲେକ୍‌ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଭାଗର ୨୦୨୦-୨୧ ଆର୍ଥିକ ବର୍ଷର ବଜେଟ୍‌ ଆକଳନ ସଂପର୍କିତ ଅନୁଦାନ ପାଇଁ ଦାବିର ତର୍ଜମା କରା ଯାଇଥିଲା । ଏହି ବୈଠକରେ କମିଟିର ସଦସ୍ୟ, ସଂ ପୃକ୍ତ ବିଭାଗର ଉଚ୍ଚ ପଦାଧିକାରୀଙ୍କ ସମେତ ବିଧାନସଭାର ବରିଷ୍ଠ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।