ଶ୍ରୀମନ୍ଦିର ସୌନ୍ଦର୍ଯ୍ୟକରଣ ଦେଖି ବିମୋହିତ ହୋଇଥିଲେ : ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା

ଲିଙ୍ଗରାଜ ମନ୍ଦିର (ଓଡିଶା ତାଜା ନ୍ୟୁଜ୍ ) ଲିଙ୍ଗରାଜ ମନ୍ଦିର 29.2.2020 (ରିପୋର୍ଟ, ମନୋଜ ସ୍ୱାଇଁ ) :- ପୁରୀ ପରେ ସେ ଭୁବନେଶ୍ୱର ଆସି ଲିଙ୍ଗରାଜ ମନ୍ଦିରରେ ପହଂଚିଥିଲେ । ସେଠାରେ ଅମିତ ଶାହାଙ୍କୁ ପ୍ରଶାସନ ତରଫରୁ କେନ୍ଦ୍ର ଗୃହମନ୍ତ୍ରୀଙ୍କୁ ଉତ୍ତରୀୟ ଦେଇ ସ୍ୱାଗତ କରାଯାଇଛି ।

ଏହା ପରେ ମନ୍ଦିରର ପୂଜାରୀମାନେ ଶାହାଙ୍କୁ ମନ୍ଦିର ଭିତରକୁ ପାଛୋଟି ନେଇଛନ୍ତି। ସେଠାରେ ଅମିତ ଶାହା ପ୍ରଭୁ ଶ୍ରୀଲିଙ୍ଗରାଜଙ୍କୁ ପୂଜାର୍ଚ୍ଚନା ଓ ଦର୍ଶନ କରିଛନ୍ତି । ଅମିତ ଶାହାଙ୍କ ସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପ୍ରତାପ ଷଡ଼ଙ୍ଗୀ ଓ ପ୍ରହ୍ଲାଦ ସିଂ ପଟେଲ ଉପସ୍ଥିତ ଅଛନ୍ତି ।

ପୂର୍ବତନ ମନ୍ତ୍ରୀ ସୁରମା ପାଢ଼ୀ, ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ଉପସ୍ଥିତ ଅଛନ୍ତି । ଶ୍ରୀମନ୍ଦିର ସୌନ୍ଦର୍ଯ୍ୟକରଣ ଦେଖି  ବିମୋହିତ ହୋଇଥିଲେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା । ଭୁବନେଶ୍ୱରରେ ଏକ ଘରୋଇ ହସ୍ପିଟାଲ ର ଶୁଭ ଉଦ୍‌ଘାଟନ କରିବା ପରେ ଦିଲ୍ଲୀ ଫେରିବେ ଗୃହମନ୍ତ୍ରୀ ଅମିତ ଶାହା ।