ମାହାଙ୍ଗା ବ୍ଲକ ଉମର ପଂଚାୟତ ପାଇଲା ସୁସ୍ଥ ପଂଚାୟତ ପୁରସ୍କାର

ମାହାଙ୍ଗା, କଟକ ( ଓଡିଶା ତାଜା ନ୍ୟୁଜ୍ ) ମାହାଙ୍ଗା 29/02/20:-କଟକ ଜିଲ୍ଲା ମାହାଙ୍ଗା ପଂଚାୟତ ସମିତି ଅଧୀନ ଉମର ଗ୍ରାମ ପଂଚାୟତକୁ କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱଚ୍ଛତା ଓ ଗାଁ କଲ୍ୟାଣ ସମିତି ର ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନିୟ ଅବଦାନ ପାଇଁ ଚଳିତ ବର୍ଷ ସୁସ୍ଥ ପଂଚାୟତ ପୁରସ୍କାର ପ୍ରଦାନ କରାଯାଇଛି, ଏହି ଅବସରରେ କଟକ ସହିଦ ଭବନରେ ଏକ ସ୍ୱତନ୍ତ୍ର ଉତ୍ସବରେ କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚଇନି ଓ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଯୋଗ ଦେଇ ଉମର ପଂଚାୟତର ସରପଞ୍ଚ ନିରୁପମା ମହାପାତ୍ର, ସମିତି ସଭ୍ୟା ରତ୍ନପ୍ରଭା ମହାରଣା, ଅଙ୍ଗନବାଡି କର୍ମୀ ଉଷାରାଣୀ ସିଂହ, ପୁଷ୍ପଲତା ମହାପାତ୍ର, ସରସ୍ବତୀ ବାରିକ, ଆଶା କର୍ମୀ ସ୍ମିତାରାଣୀ ଦାସ, କୁସୁମଲତା ଜଟ, କବିତା ମହାପାତ୍ର, ୱାର୍ଡ ସଭ୍ୟ କୈଳାଶ ମହାନ୍ତି ସମେତ ଜନପ୍ରତିନିଧି ମାନେ ପଂଚାୟତ ରେ ସ୍ୱଚ୍ଛତା କାର୍ଯ୍ୟକ୍ରମ କୁ ବଜାୟ ରଖିଥିବାରୁ ଉମର ପଞ୍ଚାୟତକୁ ସ୍ମୃତି ଫଳକ, ମାନପତ୍ର ଓ ୧0000 ଟଙ୍କାର ଚେକ ରାଶି ଦେଇ ସୁସ୍ଥ ପଂଚାୟତ ଭାବେ ପୁରସ୍କୃତ କରିଚନ୍ତି,ଏଥିରେ ମାହାଙ୍ଗା ସ୍ୱାସ୍ଥ୍ୟ କେନ୍ଦ୍ରର ବିତ୍ତ ପରିଚାଳକ ସନ୍ତୋଷ ଶତପଥି, ଗୀତାଞ୍ଜଳି ଲେଙ୍କା ଓ ବହୁ କର୍ମଚାରୀ ମାନେ ଉପସ୍ଥିତ ରହିଥିଲେ, ସମଗ୍ର ମାହାଙ୍ଗା ବ୍ଲକ ମଧ୍ୟରୁ ଉମର ପଂଚାୟତ କୁ ଜିଲ୍ଲା ପ୍ରଶାସନ ପୁରସ୍କୃତ କରିଥିବାରୁ ଉମର ପୂର୍ବତନ ସରାପଞ୍ଚ ଚିତ୍ତରଞ୍ଜନ ମହାପାତ୍ର, ପ୍ରାକ୍ତନ ସମିତି ସଭ୍ୟ ତାପସ ପ୍ରଧାନ,ପୂର୍ବତନ ସରପଞ୍ଚ ଜଗନ୍ନାଥ ପ୍ରଧାନ ସମେତ ସ୍ଥାନୀୟ ବୁଦ୍ଧିଜୀବୀ ମାନେ କଟକ ଜିଲ୍ଲାପାଳଙ୍କୁ କୃତଜ୍ଞତା ଜଣାଇଛନ୍ତି, ମାହାଙ୍ଗାରୁ ଲଷ୍ମୀଧର ଖୁଣ୍ଟିଆଙ୍କ ରିପୋର୍ଟ,