ମାଲକାନଗିରି : ଲସି ପିଇ ୫୦ରୁ ଅଧିକ ଅସୁସ୍ଥ

ଓଡ଼ିଶା ତାଜା ନ୍ୟୁଜ୍ ( ୦୧ ମେ , ଶନିବାର ) ମାଲକାନଗିରି :- ଲସି ପିଇ ୫୦ରୁ ଅଧିକ ଅସୁସ୍ଥ । ମାଲକାନଗିରି ଜିଲ୍ଲା ପଡିଆ ବ୍ଲକ ଅନ୍ତର୍ଗତ କୁର୍ତ୍ତି ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ସୂଚନାଯୋଗ୍ୟ ଯେ, ମାଲକାନଗିରି ଜିଲ୍ଲା ପଡିଆ ବ୍ଲକ ଅନ୍ତର୍ଗତ କୁର୍ତ୍ତି ଗାଁରେ ସାପ୍ତାହିକ ହାଟରେ ଲସି ପିଇବା ପରେ ଲୋକମାନେ ଅସୁସ୍ଥ ହୋଇଛନ୍ତି ।

ଶୁକ୍ରବାର ରାତିରେ ଅସୁସ୍ଥତା ଅନୁଭବ କରିବା ପରେ ଶନିବାର ସକାଳୁ ସମସ୍ତଙ୍କୁ ପଡିଆ ମେଡିକାଲରେ ଭର୍ତ୍ତି କରାଯାଇଛି । ପ୍ରାୟ ୫୦ରୁ ଅଧିକ ଜଣ ଲସି ପିଇ ଅସୁସ୍ଥ ହୋଇଥିବା ଜଣାପଡିଛି । ଶୁକ୍ରବାର କୁର୍ତ୍ତି ଗାଁରେ ସାପ୍ତାହିକ ହାଟ ଚାଲିଥିବା ବେଳେ ଲୋକମାନେ ସେଠାରେ ଲସି ପିଇଥିଲେ ।