ଦେଶରେ ଗୁଜୁରାଟ ମଡେଲ ଦଙ୍ଗା ଚାଲିଛି : ଭୁବନେଶ୍ୱର ଜିଲ୍ଲା କଂଗ୍ରେସ

ଭୁବନେଶ୍ୱର ( ଓଡିଶା ତାଜା ନ୍ୟୁଜ୍ ) ପ୍ରଦେଶ କଂଗ୍ରେସ 29/02/20:- କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହାଙ୍କ ଓଡିଶା ଗସ୍ତ ପ୍ରତିବାଦରେ ପ୍ରଦେଶ କଂଗ୍ରେସ କମିଟିର ଆହ୍ୱାନକ୍ରମେ ଆଜି ଭୁବନେଶ୍ୱର ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ କାର୍ଯ୍ୟକାରୀ ସଭାପତି ଶ୍ରୀମତୀ ରଶ୍ମି ମହାପାତ୍ରଙ୍କ ନେତୃତ୍ୱରେ ଏକ ର‌୍ୟାଲି କଂଗ୍ରେସ ଭବନରୁ ବାହାରି ମାଷ୍ଟରକ୍ୟାଂଟିନ୍ ଛକ ପର୍ଯ୍ୟନ୍ତ ଯାଇଥିଲା । ଦେଶରେ ତଥା ଦିଲ୍ଲୀରେ ଦଙ୍ଗା ପାଇଁ ଦାୟୀ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହାଙ୍କ ଇସ୍ତଫା ଦାବିରେ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ କମିଟିର ନେତୃବୃନ୍ଦ ମାଷ୍ଟରକ୍ୟାଂଟିନ୍ ଛକରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଅମିତ୍‌ ଶାହାଙ୍କ କୁଶପୁତଳିକା ଦାହ କରିଥିଲେ ।

ଶ୍ରୀମତୀ ମହାପାତ୍ର କହିଲେ ଯେ ଗୁଜୁରାଟ ଦଙ୍ଗାକାରୀ ଆଜି ଦେଶରେ ଦଙ୍ଗା କରୁଛନ୍ତି । କଂଗ୍ରେସ ଅଧ୍ୟକ୍ଷା ଶ୍ରୀମତୀ ସୋନିଆ ଗାନ୍ଧୀ ସେତେବେଳେ ଏମାନଙ୍କୁ ମୌତ୍ କା ସୌଦାଗର କହିଥିଲେ । ଗୁଜୁରାଟ ମଡେଲରେ ଭାରତବର୍ଷର ବିକାଶ ନାରା ଦେଇଥିବା ପ୍ରଧାନମନ୍ତ୍ରୀ ଆଜି ଭାରତରେ ଗୁଜୁରାଟ ମଡେଲ ଦଙ୍ଗା କରୁଛନ୍ତି । ବିଶେଷକରି ଦିଲ୍ଲୀ ଜଳୁଥିବା ବେଳେ ସିଏଏ, ଏନ୍‌ଆରସି ଓ ଏନ୍‌ପିଆର ସମର୍ଥନରେ କେନ୍ଦ୍ର ସରକାରଙ୍କ ପୃଷ୍ଠପୋଷକତାରେ ଦେଶରେ କୋଟି କୋଟି ଟଙ୍କା ବ୍ୟୟରେ ଦଳୀୟ ଏବଂ ଜନବିରୋଧି ର‌୍ୟାଲି କରାଯାଉଛି । ଏହି କାର୍ଯ୍ୟକ୍ରମରେ ଗୁରୁପଦ ନନ୍ଦ, ଶିବାନନ୍ଦ ରାୟ, ଯଜେ୍ଞଶ୍ୱର ବାବୁ, ଜ୍ଞାନଦେବ ବେଉରା, ଜାନକୀ ବଲ୍ଲଭ ପଟ୍ଟନାୟକ, ପ୍ରକାଶ ମିଶ୍ର, ସୁବ୍ରତ ମହାପାତ୍ର, ଜୟକୃଷ୍ଣ ସୁବୁଦ୍ଧି, ରମାକାନ୍ତ ସାହୁ, ବିସ୍ମୟ ମହାପାତ୍ର, ଶୁଭଶ୍ରୀ ପଣ୍ଡା, ରଜନୀ ମହାନ୍ତି, ଚିନ୍ମୟ ସୁନ୍ଦର ଦାସ, ସୁଶାନ୍ତ ତ୍ରିପାଠୀ, ସଂଜୀବ ମହାନ୍ତି, ମୋହନ ଜେନା, ଶ୍ରୀୟାସ୍ମିତା ପଣ୍ଡା, ଲୁଲୁ ଅହମ୍ମଦ, ମଂଟୁ ମଲ୍ଲିକ, ରାଜକିଶୋର ବାରିକ, ଶିବନ ମୁଶାରଫ, ଜାନକୀ ମଲ୍ଲିକ, ଅମିତା ବିଶ୍ୱାଳ, ରୂପାଦିପ୍ତା ମହାପାତ୍ର, ଦୀପକ ମହାପାତ୍ର, ଦେବବ୍ରତ ମହାନ୍ତି, ପ୍ରତିମା ମଲ୍ଲିକ, ସରୋଜ ମହାନ୍ତି, ଦେଓ ପ୍ରସାଦ, ନାସିର ଖାନ, ଦୁଷ୍ମନ୍ତ ପାଟ୍ଟଶାଣୀ ପ୍ରମୁଖ ଅଂଶଗ୍ରହଣ କରିଥିଲେ । ରିପୋର୍ଟ, ମନୋଜ ସ୍ୱାଇଁ