ବିଜ୍ଞାନ ଆଧୁନିକ ସଭ୍ୟତାର ଅଭିଛେଦ ଅଙ୍ଗ, କୁଆଁପାଳ କଲେଜର ବିଜ୍ଞାନ ଦିବସ ପାଳନ

ମାହାଙ୍ଗା, କଟକ (ଓଡିଶା ତାଜା ନିଉଜ )29/02/20:- ଆଜିର ଆଧୁନିକ ସଭ୍ୟତାରେ ରେ ବିଜ୍ଞାନ ଏକ ଅଭିଛେଦ୍ୟ ଅଙ୍ଗ ହୋଇଯାଇଛି, ମନୁଷ୍ୟ ସମାଜ ବିଜ୍ଞାନ ବିନା ବଂଚିବା ଅସମ୍ଭବ, ବିଜ୍ଞାନ କୁ ବାଦ ଦେଲେ ପ୍ରାଣୀ ଜଗତ ର ବିକାଶ ଅସମ୍ଭବ ବୋଲି କଟକ ଜିଲ୍ଲା ମାହାଙ୍ଗା ବ୍ଲକ କୁଆଁପାଳ ଅଳିଯୋଡ଼ା ସ୍ଥିତ ଜବାହାରଲାଲ ନେହେରୁ ମହାବିଦ୍ୟାର ବିଜ୍ଞାନ ଦିବସ ପାଳନ ଅବସରରେ ଅତିଥି ମାନେ ମତବ୍ୟକ୍ତ କରିଚନ୍ତି,

କଲେଜ ଅଧ୍ୟକ୍ଷ ପଲ୍ଲବ ଚକ୍ରବର୍ତ୍ତୀ ଙ୍କ ପୌରହିତ୍ୟରେ ଆୟୋଜିତ ବିଜ୍ଞାନ ଦିବସରେ ମୁଖ୍ୟ ଅତିଥି ଭାବେ କଟକ ଶୈଳବାଳା ସ୍ୱୟଂ ଶାସିତ ମହିଳା ମହାବିଦ୍ୟଳର ପ୍ରାକ୍ତନ ପ୍ରାଧ୍ୟାପକ ତଥା ରସାୟନବିତ ପ୍ରଫେସର ଡ଼ଃ ନାରାୟଣ ଚନ୍ଦ୍ର ପାଲ ଯୋଗ ଦେଇ ଛାତ୍ରଛାତ୍ରୀ ମାନେ ବିଜ୍ଞାନ ଓ ସମୟ ସହ ଖାପ ଖୁଆଇ ସମୟର ସଦୁପଯୋଗକରି କାର୍ଯ୍ୟକଲେ ସଫଳତାର ଶୀର୍ଷରେ ପହଂଚି ପରିବେବୋଲି କହିଥିଲେ, ବୈଜ୍ଞାନିକ ମନୋଭାବ ଓ ଧାର୍ମିକ ଚିନ୍ତାଧାରା ମଧ୍ୟରେ ସମନ୍ୱୟ ରକ୍ଷାକରି କାର୍ଯ୍ୟ କଲେ ସମାଜର ବିକାଶ ହେବାସହ ଛାତ୍ର ଛାତ୍ରୀ ଙ୍କର ଭବିଷ୍ୟତ ଉଜ୍ୱଳ ହେବବୋଲି ଅଧ୍ୟକ୍ଷ ଶ୍ରୀ ଚକ୍ରବର୍ତୀ କହିଥିଲେ, ରାସାୟନିକ ବିଭାଗର ମୁଖ୍ୟ ଜ୍ଞାନରଞ୍ଜନ ଶତପଥି ଅତିଥି ମାନଙ୍କର ପରିଚୟଦେଇ ବିଜ୍ଞାନର ଆବଶ୍ୟକତା ସମ୍ପର୍କରେ ପିଲାଙ୍କୁ ପରାମର୍ଶ ଦେଇଥିଲେ, ଅଧ୍ୟାପକ ଶରତ ଚନ୍ଦ୍ର ପ୍ରଧାନ, ଅଶୋକ ସିଂହ, ଶଶିଭୂଷଣ ସ୍ୱାଇଁ, ରୁଦ୍ରନାରାୟଣ ଦାସ, ବିଜୟ କୁମାର ସହୁ, ଜୀତେଶ କୁମାର ମହାନ୍ତି, ପ୍ରଦୀପ୍ତ କୁମାର ସୁତାର ପ୍ରମୁଖ ଯୋଗଦେଇ ଏହି ଦିବସ ସମ୍ପର୍କରେ କହିଥିଲେ, ସୌରଭ ବିଶ୍ୱାଳ, ଅରୂପ ମହାନ୍ତି, ବିଶ୍ବରଂଜିତା ଦାସ, ପ୍ରିୟଙ୍କା ମିଶ୍ର, ସମେତ ଛାତ୍ରଛାତ୍ରୀ ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ, ମାହାଙ୍ଗାରୁ ଲଷ୍ମୀଧର ଖୁଣ୍ଟିଆଙ୍କ ରିପୋର୍ଟ,