ହିଞ୍ଜିଳି ଥାନାର ଦୁଇ କାର୍ଯ୍ୟରତ ଏସଆଇଙ୍କ ପଦୋନ୍ନତି 

ଓଡ଼ିଶା ତାଜା ନ୍ୟୁଜ ୩୦ ଏପ୍ରିଲ ୨୦୨୧, ଶୁକ୍ରବାର ) ହିଞ୍ଜିଳିକାଟୁ  :-ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନାର ଦୁଇ ଜଣ ସବ୍ ଇନ୍ସପେକ୍ଟର (ଏସଆଇ) ରୁ ପୋଲିସ ଇନ୍ସପେକ୍ଟର (ଆଇଆଇସି) ପଦବୀକୁ ପଦୋନ୍ନତି ପାଇଛନ୍ତି ।ସେମାନେ ହେଲେ ମମତା ସାମନ୍ତରାୟ ଓ ପ୍ରଦୀପ୍ତ କୁମାର ଦାସ । ଗତ ୮ ଏପ୍ରିଲରେ ଅନୁଷ୍ଠିତ କେନ୍ଦ୍ରୀୟ ଚୟନ ବୋର୍ଡ ଏବଂ ପରବର୍ତ୍ତୀ ସବ୍ ଇନ୍ସପେକ୍ଟର ଙ୍କୁ ପୋଲିସ୍ ଇନ୍ସପେକ୍ଟର ପଦବୀରେ ପଦୋନ୍ନତି ପାଇଁ ଚୟନ ହୋଇ ପରବର୍ତ୍ତୀ ପାହ୍ୟା ତଥା ପୋଲିସ୍ ଇନ୍ସପେକ୍ଟର ଇନ୍ ଚାର୍ଜ ପଦବୀକୁ ପଦୋନ୍ନତି ପାଇବାକୁ ଯୋଗ୍ୟ ହୋଇଛନ୍ତି ସଂପୃକ୍ତ ଦୁଇ ଏସ ଆଇ ।

ଓଏସଆରପି ନିୟମ ଅନୁଯାୟୀ ତାଙ୍କୁ ସମସ୍ତ ସୁବିଧା ଯୋଗାଇ ଦିଆଯିବା ନେଇ ପତ୍ର ମାଧ୍ୟମରେ ଦର୍ଶାଯାଇଛି । ଆଇଆଇସି ପଦବୀ ପାଇବା ପରେ ପ୍ରଦୀପ୍ତ କୁମାର ଦାସ ଓ ମମତା କୁମାରୀ ସାମନ୍ତରାୟଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି ।ନିଜର କଠିନ ପରିଶ୍ରମ ଦ୍ୱାରା ଅଞ୍ଚଳରେ ଅପରାଧିକ କାର୍ଯ୍ୟକଳାପକୁ ପ୍ରତିହିତ କରି ଜନସାଧାରଣଙ୍କ ହୃଦୟ ଜିଣିଥିବା ଏସଆଇ ଦ୍ବୟଙ୍କୁ ଥାନାର ସମସ୍ତ କର୍ମଚାରୀ ଓ ଅଞ୍ଚଳବାସୀ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି  |   ( ରିପୋର୍ଟ – ଶେଷଦେବ ସାହୁ )