ଅଟଳ ଯୁବ ଶକ୍ତି ତରଫରୁ ଜଳେଶ୍ୱର, ରେମୁଣା, ସଦର ନିର୍ବାଚନ ମଣ୍ଡଳୀର ନୂତନ କର୍ମ କର୍ତା ନିଯୁକ୍ତି କରାଯାଇଛି

ଓଡ଼ିଶା ତାଜା ନ୍ୟୁଜ  (୨୯ ଏପ୍ରିଲ ୨୦୨୧, ଗୁରୁବାରବାଲେଶ୍ୱର :- ଅଟଳ ଯୁବଶକ୍ତି ତରଫରୁ ଆଜି  ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି l ଏହି ବୈଠକରେ ସମସ୍ତ ଅଟଳ ଯୁବ ଶକ୍ତି କାର୍ଯ୍ୟକର୍ତା ମାନଙ୍କ ସମର୍ଥନ ଏବଂ ଜିଲ୍ଲା ର ସଭାପତି ଙ୍କ ସହମତି କ୍ରମେ ଜଳେଶ୍ବର ନିର୍ବାଚନ ମଣ୍ଡଳୀର ସଭାପତି ଭାବରେ ବିଶିଷ୍ଟ ଶିକ୍ଷାବିତ ଓ ଯୁବ ସମାଜସେବୀ ଦୀପ୍ତିମାନ ପତିଙ୍କୁ ନିଯୁକ୍ତି କରାଯାଇଛି l  ରେମୁଣା ନିର୍ବାଚନ ମଣ୍ଡଳୀର women ସେଲ ର ସଭାନେତ୍ରୀ ଭାବରେ ଶର୍ମିଷ୍ଠା ଦଳେଇ ସଦର ନିର୍ବାଚନ ମଣ୍ଡଳୀର women ସେଲର କାର୍ଯ୍ୟକାରୀ ସଭାନେତ୍ରୀ ଭାବରେ ସବିତା ପାଣିଗ୍ରାହୀ ର ସୋସିଆଲ ମେଡିଆ ର ସହ ପ୍ରମୁଖ ଭାବରେ ଶକ୍ତି ପାଣିଗ୍ରାହୀ ଙ୍କୁ ନିଯୁକ୍ତି କରାଯାଇଛି ।

ଆଗାମୀ ଦିନରେ ଅଟଳ ବିହାରୀ ବାଜପେୟୀଙ୍କ ପ୍ରେରଣାରେ ସଙ୍ଘଠନ ବିଭିନ୍ନ ସେବା ସଂଘର୍ଷ ଏବଂ ଯୁବକ ମାନଙ୍କ ନିଯୁକ୍ତି ଓ ଗରୀବର ହକ ର ଲଢେଇର ସ୍ୱର କୁ ଶାଣିତ କରିବ ଏବଂ ସମାଜ ସେବା କୁ ମୂଳ ଲକ୍ଷ୍ୟ କରି ସବୁ ଯୁବ ବନ୍ଧୁଙ୍କୁ ସାଥିରେ ନେଇ ନୂତନ ବାଲେଶ୍ବର ଗଠନ କରିବା ଓ ବିକାଶ ମାର୍ଗରେ କାମ କରିବ । ଆଗାମୀ ଦିନରେ ଜିଲ୍ଲା ର ଅନ୍ୟ ପଦାଧିକାରୀ ତଥା ବିଭିନ୍ନ ନିର୍ବାଚନ ମଣ୍ଡଳୀରେ ମଧ୍ୟ କମିଟି କରିବ ବୋଲି ନିଷ୍ପତି ହୋଇଛି l (ଦୀପ୍ତିମାନ ପତି, ବାଲେଶ୍ୱର )