ବଢୁଛି ସଂକ୍ରମଣ, ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କଲା ପ୍ରଶାସନ – ସମ୍ବଲପୁର

 

ଓଡ଼ିଶା ତାଜା ନ୍ୟୁଜ (୨୯ ଏପ୍ରିଲ ୨୦୨୧, ଗୁରୁବାରସମ୍ବଲପୁର :- ବଢୁଛି ସଂକ୍ରମଣ, ଆକ୍ସନରେ ପ୍ରଶାସନ । ସମ୍ବଲପୁର ଜିଲ୍ଲାର ଯୁଯୁମୁରା ବ୍ଲକର କିଛି ଗାଁ ଓ ମହାନଗର ନିଗମର ହୀରାକୁଦ ସହରର କିଛି ଅଞ୍ଚଳ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା । ଏନେଇ ସମ୍ବଲପୁର ଜିଲ୍ଲାପାଳ ଘୋଷଣା କରିଛନ୍ତି ।

ଯୁଯୁମୁର ବ୍ଲକର ଯୁଯୁମୁରା ପଂଚାୟତର ଯୁଯୁମୁରା ଗାଁ ମାଇକ୍ରୋକଣ୍ଟେନମେଣ୍ଟ ଘୋଷଣା ହୋଇଥିବାବେଳେ ପଂଚାୟତର ଭିଏସଏସ କଲୋନୀ, ମିର୍ଦ୍ଧା ପଡା, ଚମାରପଡା, ହରିଜନପଡା ଓ ଦୁର୍ଗାମଣ୍ଡପ ଅଂଚଳ ବୋଫର ଜୋନରେ ରହିଛି । ସେହିପରି ଯୁଯୁମୁରା ବ୍ଲକର ଡଙ୍ଗାପାଳ ଗ୍ରାମ ପଞ୍ଚାୟତର ଡଙ୍ଗାପାଳ ଗାଁକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ଘୋଷଣା ହୋଇଥିବାବେଳେ ଝରନପଡା ଓ ବାହାଡାପଡାକୁ ବୋଫରଜୋନ ଘୋଷଣା କରାଯାଇଛି |

ସେପଟେ ମହାନଗର ନିଗମ ଓ୍ବାର୍ଡ ନମ୍ବର ୧୦ ହୀରାକୁଦର ହିଣ୍ଡାଲକୋ କଲୋନୀର E2 ବ୍ଲକକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିଥିବା ବେଳେ SDO କଲୋନୀ, ହସ୍ପିଟାଲ, ଜି୪ ବ୍ଲକ E type ବ୍ଲକ, E1 ବ୍ଲକ, E27 ବ୍ଲକ, ଜି ୧, ଜି ୨, ଜି ୩ ବ୍ଲକ, ଏମ୍ ୫ ବ୍ଲକକୁ ବୋଫର ଜୋନ ଘୋଷଣା କରାଯାଇଛି |(ଲାଲା ଅନନ୍ତ କୁମାର ସିଂ)