ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କଲେ : ଅମିତ ଶାହା

ପୁରୀ (ଓଡିଶା ତାଜା ନ୍ୟୁଜ୍ ) ପୁରୀ ଶ୍ରୀମନ୍ଦି 29.2.2020 :- ଅମିତ ଶାହା ପୁରୀରେ ସକାଳ ୮ଟା ୧୦ ରେ ଶ୍ରୀମନ୍ଦିର ସମ୍ମୁଖ ରେ ପହଞ୍ଚି ଶ୍ରୀ ଜଗନ୍ନାଥ ଙ୍କ ଦର୍ଶନ କରିଥିଲେ । ପହଞ୍ଚିବା ପରେ ଶାହା ଙ୍କୁ ଶ୍ରୀ ମନ୍ଦିର କାର୍ଯ୍ୟାଳୟ ପକ୍ଷରୁ ସ୍ୱାଗତ କରାଯାଇଥିଲା । ଏହା ପରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରଯାଇଥିଲା ।

ସିଂହ ଦ୍ୱାର ସମ୍ମୁଖରେ ରେଡ୍ କର୍ପେଟ ବିଛା ଯିବା ସହ ବ୍ୟାପକ ପୋଲିସ ମୁତୟନ କରାଯାଇଥିଲା । ଶାହା ଙ୍କ ସହ ବିଜେପି ରାଷ୍ଟ୍ରୀୟ ଉପାଧକ୍ଷ ବୈଜୟନ୍ତ ପଣ୍ଡା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପ୍ରତାପ ଷଡ଼ଙ୍ଗୀ , ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି , ସମ୍ବିଦ ପାତ୍ର ପୁରୀ ଗ୍ରସ୍ତ କରି ମହାପ୍ରଭୁ ଙ୍କ ଦର୍ଶନ କରିଥିଲେ । ଶାହା ପ୍ରଥମେ ୨୨ ପାହାଚ ଦେଇ ଗର୍ଭ ଗୃହକୁ ଯାଇଥିଲେ ଓ ଭିତର ଅରଗଳି ଠୁ ଠାକୁର ଙ୍କୁ ଦର୍ଶନ କରିଥିଲେ ।

” ଏହା ପରେ ଦୀପ ଦାନ କରି ମୁକ୍ତି ମଣ୍ଡପ ପାଖରେ ପହଂଚି ବିମଳା ମନ୍ଦିର ଦେଇ ଲଷ୍ମୀ ମନ୍ଦିର କୁ ଯାଇଥିଲେ । ପରେ ଫେରିବା ସମୟ ରେ ପତିତପାବନ ଦର୍ଶନ କରିଥିଲେ । ପୁରୀ ରୁ ଫେରି ଅମିତ ଶାହା ଭୁବନେଶ୍ୱର ରେ ଲିଙ୍ଗରାଜ ଦର୍ଶନ କରିବାର ବ୍ୟାପକ ବ୍ୟବସ୍ଥା କରାଯାଇଛି ।