ରେଳଧାରଣା କଡରୁ ଯୁବକ ଯୁବତୀଙ୍କ ମୃତଦେହ ଉଦ୍ଧାର

ଓଡ଼ିଶା ତାଜା ନ୍ୟୁଜ (୨୭ ଅପ୍ରେଲ ମଙ୍ଗଳବାର) କୋରାଇ :- କୋରାଇ ଓ ଯାଜପୁରୋଡ ରେଲୱେ ଷ୍ଟେସନର ମଧ୍ୟବର୍ତୀ ତେନ୍ତୁଲିଖୁଂଟା ନିକଟସ୍ଥ ରେଳ ଧାରଣା କଡରୁ ଆଜି ଅପରାହ୍ଣରେ ଯୁବକ ଯୁବତୀଙ୍କ ମୃତ ଦେହ ଉଦ୍ଧାର କରାଯାଇଛି । ଯାଜପୁର ରୋଡ ଜିଆରପି ପୂୁଲିସ ଘଟଣା ସ୍ଥଳେ ପହଂଚି ତଦନ୍ତ ଚଳାଇଥିଲା ବେଳେ ମୃତକଙ୍କର କୌଣସି ପରିଚୟ ମଳିପାରି ନାହିଁ ।

ଘଟଣା ସ୍ଥଳୁ ୨ଟି ମୋବାଇଲି ମିଳିଛି ; ତାହାକୁ ଆଧାରକରି ପରିଚୟପାଇଁ ତଦନ୍ତ ଜରିରହିଥିଲା ବେଳେ ଖବର ଲେଖାହେଲା ବେଳେକୁ ପରିଚୟ ମିଳିପାରିନଥିଲା । ସୂଚନାଅନୁଯାୟୀ ଆଜି ଅପରାହ୍ଣରେ କୌଣସି ଏକ ରେଳରେ କଟି ଏହି ଯୁବକ ଯୁବତୀ ଦ୍ୱୟ ମୃତ୍ୟୁବରଣ କରିଥିବା ଜଣାପଡିଛି ।

ସଂପୃକ୍ତ ଯୁବକ ଯୁବତୀଙ୍କ ବୟସ ପ୍ରାୟ ୨୨ରୁ ୨୫ମଧ୍ୟରେ ହେବା ନେଇ ଅନୁମାନ କରାଯାଉଥିଲା ବେଳେ ପ୍ରେମ ଜନିତ ଘଟଣା ନେଇ ଆତ୍ମହତ୍ୟା କରିଥିବା ନେଇ ପରିପାଶ୍ୱର୍କ ସ୍ଥିତିରୁ ସାଧାରଣରେ ଆଲୋଚନା କରାଯାଉଛି । (କୋରାଇରୁ ରଶ୍ମିରେଖା ମଲ୍ଲିକଙ୍କ ରିପୋର୍ଟ)