ସାଉଦି ଆରବ ସ୍କୁଲରେ ପଢାଯିବ ରାମାୟଣ-ମହାଭାରତ, ଛାତ୍ରଛାତ୍ରୀ ପଢିବେ ପ୍ରଭୂ ଶ୍ରୀରାମଙ୍କ ଗାଥା

ଓଡିଶା ତାଜା ନ୍ୟୁଜ (୨୬ ଏପ୍ରିଲ,ସୋମବାର ) ନୂଆଦିଲ୍ଲୀ  :- ଭାରତୀୟଙ୍କ ମାର୍ଗଦର୍ଶନରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବା ରାମାୟଣ-ମହାଭାରତ ବିଶ୍ୱବ୍ୟାପୀ ଲୋକାଦୃତ ହେବାରେ ଲାଗିଛି । ସାଉଦି ଆରବର ପାଠ୍ୟକ୍ରମରେ ରାମାୟଣ-ମହାଭାରତ ପଢ଼ାଇବାକୁ ନିଷ୍ପତ୍ତି ଗ୍ରହଣ ହୋଇଛି । ପ୍ରିନ୍ସ ମହମ୍ମଦ ବିନ ସଲମନ ନୂଆ ଶିକ୍ଷା ନୀତି ସମ୍ପର୍କରେ ଘୋଷଣା କରି ଏହି ସୂଚନା ଦେଇଛନ୍ତି ।

ଛାତ୍ରଛାତ୍ରୀଙ୍କୁ ଅନ୍ୟ ଦେଶର ଇତିହାସ ଓ ସଂସ୍କୃତି ସମ୍ପର୍କରେ ଅବଗତ କରାଇବାକୁ ଏହି ନିଷ୍ପତ୍ତି ନିଆଯାଇଛି । ଭାରତୀୟ ସଂସ୍କୃତି ସହ ଜଡିତ ଯୋଗ ଏବଂ ଆୟୁର୍ବେଦକୁ ମଧ୍ୟ ପାଠ୍ୟକ୍ରମରେ ସାମିଲ କରାଯିବ । ସାଉଦି ଆରବ ଭିଜନ ୨୦୩୦ ଅଧୀନରେ ପାଠ୍ୟକ୍ରମକୁ ପରିବର୍ତ୍ତନ କରାଯାଇଛି । ନୂତନ ପାଠ୍ୟକ୍ରମରେ ଇଂରାଜୀ ଭାଷାକୁ ମଧ୍ୟ ବାଧ୍ୟତାମୂଳକ କରାଯାଇଛି । (ରିପୋର୍ଟ ଲାଲା ଅନନ୍ତ କୁମାର ସିଂହ)