ବାଲେଶ୍ୱର ଜିଲ୍ଲାରେ ସଟଡାଉନ, ନିୟମ ମାନିଲେ, ବଜାର ବନ୍ଦ, ରାସ୍ତଘାଟ ଶୂନଶାନ

ଓଡିଶା ତାଜା ନ୍ୟୁଜ ( ୨୫ ଏପ୍ରିଲ ରବିବାର ) ବାଲେଶ୍ୱର :- କରୋନା ସଂକ୍ରମଣର ଦ୍ୱିତୀୟ ଲହରୀ ଲାଗି ଶନିବାର ଓ ରବିବାର ୨ଦିନିଆ ବାଲେଶ୍ୱର ଜିଲ୍ଲାର ସଟଡାଉନ ହୋଇଛି । ବାଲେଶ୍ୱରର ପ୍ରଥମ ଦିନର ସଟଡାଉନର ପ୍ରଭାବ ଦେଖିବାକୁ ମିଳିଛି । ବାଲେଶ୍ୱର ପୁଲିସ ପ୍ରଶାସନ ପକ୍ଷରୁ କରୋନାର ଦ୍ୱିତୀୟ ଲହରୀର ସଂକ୍ରମଣକୁ ଦୃଷ୍ଠିରେ ରଖି କଟକଣାକୁ କଡାକଡି ଭାବେ ପାଳନ କରାଯାଇଛି । ବାଲେଶ୍ୱର ଯାନବାହାନ ଚଳାଚଳ ସଂପୂର୍ଣ୍ଣ ଭାବେ ବନ୍ଦ ହୋଇ ଯାଇଥିବାରୁ ରାସ୍ତାଘାଟ ଶୂନଶାନ ଓ ବିଭିନ୍ନ ଛକ ବଜାର ବନ୍ଦ ରହିଥିବା ଦେଖାଯାଇଛିଥିଲା ।

ଦେଶବ୍ୟାପୀ କୋରନାର ଦ୍ୱିତୀୟ ଲହରୀ ପାଇଁ ଲକଡାଉନ ହୋଇଥିଲା ବେଳେ ଆମ ରାଜ୍ୟର ଓଡିଶାରେ ମାନ୍ୟବର ମୁଖ୍ୟମନ୍ତ୍ରୀ କରୋନାକୁ ହଟେଇବା ପାଇଁ ଶନିବାର ଓ ରବିବାର ୨ଦିନକୁ ସଟଡାଉନ ଘୋଷଣା କରାଇଥିଲେ । ଏହା ଶନିବାର ସକାଳ ୬ଟାରୁ ସୋମବାର ସକାଳ ୬ଟା ହୋଇଛି ।

ଏହି ସମୟରେ ଲୋକ ମାନେ କେହି ବାହରକୁ ବାହାରି ନଥିଲାବେଳେ ଦୋକାନ ବଜାର ବନ୍ଦ ରହିଛି । କେବଳ ନିର୍ଦ୍ଧିଷ୍ଟ କେତୋଟି ମେଡିସନ ଦୋକାନ, ପେଟ୍ରୋଲ ପମ୍ପ, ଡାକ୍ତରଖାନା, ରେଲବାଇ, ପାଣିଯୋଗାଣ, ପୁଲିସ, ଅଗ୍ନିସମ, ଯୋଗାଣ ବିଭାଗ, ବିଦ୍ୟୁତ ସରବରାହ ଓ ବିତରଣ କେନ୍ଦ୍ର ଆଦି ଖୋଲା ରହିବାକୁ ଥିଲା ବେଳେ ପୁଲିସ ଦ୍ୱାରା ଅନୁମୋଦିତ ଗଣମାଧ୍ୟମ ପ୍ରତିନିଧି ଓ ମାଲ ପରିବହନ କରୁଥିବା ଗାଡିହିଁ କେବଳ ଚଳାଚଳ କରିଥିବା ଦେଖା ଯାଇଛି ।

କାଳେ ଲୋକମାନେ କଟକଣାକୁ ଉଲଘଂନ କରିବେ; ସେଥିପାଇଁ କଡାକଡି ଭାବେ ପାଳନକରିବା ପାଇଁ ବାଲେଶ୍ୱର ଜିଲ୍ଲାପାଳ ,ଅତିରିକ୍ତ ଜିଲ୍ଲାପାଳ ,ଏସ .ପି ପ୍ରମୁଖ ବିଭିନ୍ନ ଅଂଚଳ ପରିକ୍ରମ କରିଥିଲେ । ବାଲେଶ୍ୱରର ଶାନ୍ତିପୂଣ୍ଣ ଭାବେ ସରକାରଙ୍କ ଲକଡାଉନ ନିୟମକୁ ସମ୍ମାନ ଦେଇଥିବାରୁ ଓ କରୋନା ପାଇଁ ଅଧ୍ୟିକରୁ ଅଧ୍ୟିକ ସଚେତନ ହୋଇଥିବାରୁ ବାଲେଶ୍ୱର ପୋଲିସ ଓ ପ୍ରସାସନକୁ ବିଭିନ୍ନ ମହଲରୁ ଓ ସ୍ଥାନୀୟ ଲୋକମାନେ ପ୍ରଶଂସା କରିଛନ୍ତି ।    (ଦୀପ୍ତିମାନ ପତି, ବାଲେଶ୍ୱର )