ଗ୍ରାମ ପଞ୍ଚାୟତ ଉଚ୍ଚବିଦ୍ୟାପୀଠର ଅବସରପ୍ରାପ୍ତ କର୍ମଚାରୀଙ୍କୁ ବିଦାୟ ସମ୍ବର୍ଦ୍ଧନା

ଓଡ଼ିଶା ତାଜା ନ୍ୟୁଜ (୨୩ ଅପ୍ରେଲ ଶୁକ୍ରବାର) କଳାହାଣ୍ଡି :- ନର୍ଲା ବ୍ଳକ ଅନ୍ତର୍ଗତ ଭୀମକେଲା ଗ୍ରାମ ପଞ୍ଚାୟତ ଉଚ୍ଚବିଦ୍ୟାପୀଠର ପ୍ରଥମ କର୍ମଚାରୀ ଲୋକନାଥ ଗଉଡ ଗତ ମାର୍ଚ୍ଚ ମାସ ୩୧ ତାରିଖ ଦିନ ଅବସର ଗ୍ରହଣ କରିବା ପରେ ବିଦ୍ୟାଳୟ ପକ୍ଷରୁ ତାଙ୍କୁ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି।ଉକ୍ତ ବିଦ୍ୟାଳୟରେ ୧୯୮୯ ମସିହାରେ ପ୍ରଥମ କର୍ମଚାରୀ ଭାବେ ଲୋକନାଥ ଗଉଡ ଯୋଗଦାନ କରି ସେବକକାର୍ଯ୍ୟ ତୁଲାଇଥିଲେ ।

ତାଙ୍କରି ଅବସର ଗ୍ରହଣ କରିବା ପରେ କରୋନା ମହାମାରୀ ପରିସ୍ଥିତିରେ ଏକ ନିରାଡ଼ମ୍ବର ଉତ୍ସବରେ ବିଦ୍ୟାଳୟ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା। ପ୍ରଧାନ ଶିକ୍ଷକ ମଧୁସୂଦନ ଦାଶ ପୁଷ୍ପଗୁଚ୍ଛ ସହ ଉପଢୌକନ ଓ ମାନପତ୍ର ପ୍ରଦାନ କରି ଅବସରପ୍ରାପ୍ତ ଲୋକନାଥଙ୍କ ଆଗାମୀ ସମୟ ସୁଖସମୃଦ୍ଧି ନିରାମୟ ଜୀବନ ହେଉ ବୋଲି ମତପୋଷଣ କରିଥିଲେ।

କୋଭିଡ କଟକଣା ଯୋଗୁଁ ଏହି ନିରାଡ଼ମ୍ବର ଉତ୍ସବରେ ପରିଚାଳନା କମିଟି ଓ ଛାତ୍ରଛାତ୍ରୀଙ୍କ ଅନୁପସ୍ଥିତିରେ ବରିଷ୍ଠଶିକ୍ଷକ ବିନୟ କିଶୋର ଦାଶ, ରାଜିବ ଲୋଚନ ଦାଶ,କେଶବ ମହାପାତ୍ର, ନୃସିଂହ ଚରଣ ଦଲାଇ, ସଞ୍ଜୟ କୁମାର ସେନାପତି, ଗଙ୍ଗା ରଣା, ତୀର୍ଥ କରୁଆଁ ସହ କିଶୋର କରୁଆଁ,ଥବିର ପାତ୍ର ପ୍ରମୁଖ ଉପସ୍ଥିତ ରହି ଲୋକନାଥ ଗଉଡଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ଜଣାଇଥିଲେ। (ରିପୋର୍ଟ ପ୍ରଦୀପ କୁମାର ଗଉଡ କଳାହାଣ୍ଡି ବ୍ୟୁରୋ ଚିଫ)