ମୋତେ ପାରୁଛ ଯେତେ ଗାଳି ଦିଅ , ପିଲାଙ୍କ ଭବିଷ୍ୟତ ସୁଧାରି ଦିଅ : ଅରୁଣ

ଯୁଗେ ଯୁଗେ ଗୁରୁମାନେ ହେଉଛନ୍ତି ଆଦର୍ଶ । ସେମାନେହିଁ ଛାତ୍ରଛାତ୍ରୀଙ୍କ ପାଇଁ ମାର୍ଗଦର୍ଶକ । କାରଣ ଶିକ୍ଷକତା ହେଉଛି ଏକ ମହତ ବୃତ୍ତି । ଶିକ୍ଷାକତାକୁ ବୃତ୍ତି ଭାବେ ଗ୍ରହଣ କରିଥିବା ଗୁରୁମାନେ ନିଜ ବୃତ୍ତିର ମହାନତାକୁ ହ୍ରୁଦବୋଧ କରିବା ଉଚିତ । ଉଚ୍ଚଶିକ୍ଷା ମନ୍ତ୍ରୀ ଡକ୍ଟର ଅରୁଣ ସାହୁ କହିଛନ୍ତି ।

କେନ୍ଦ୍ରାପଡା (ଓଡିଶା ତାଜା ନ୍ୟୁଜ୍ ) କେନ୍ଦ୍ରାପଡା 27.2.2020 :- କେନ୍ଦ୍ରାପଡା ମହାବିଦ୍ୟାଳୟର ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ଡକ୍ଟର ଅରୁଣ ସାହୁ । ଭବିଷ୍ୟତ ପିଢ଼ି ଗଢ଼ିବାର ଦାୟିତ୍ୱ ଶିକ୍ଷକମାନଙ୍କ ହାତରେ ରହିଛି । ତେଣୁ ସେମାନେ ନିଜର ବୃତ୍ତି ସହିତ ଦେଶ ଗଠନରେ ପ୍ରମୁଖ ଭୂମିକା ଗ୍ରହଣ କରିବାକୁ ସେ ପରାମର୍ଶ ଦେଇଛନ୍ତି । କଲେଜଗୁଡ଼ିକରେ ଶିକ୍ଷକମାନେ ସାତଘଣ୍ଟା ଉପସ୍ଥିତ ରହିବା ପାଇଁ ସରକାର ଯେଉଁ ନିୟମ କରିଛନ୍ତି ସେଥିପାଇଁ ଏବେ ଅନେକ ସ୍ଥାନରେ ମନ୍ତ୍ରୀଙ୍କୁ ଗାଳି କରୁଛନ୍ତି ।

ଯେତେ ଗାଳି କଲେ ବି ପିଲାଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ଶିକ୍ଷକମାନେ କଲେଜରେ ସାତ ଘଣ୍ଟା ଉପସ୍ଥିତ ରହିବାକୁ ସେ କହିଛନ୍ତି । କେନ୍ଦ୍ରାପଡ଼ା କଲେଜର ବିକାଶ କ୍ଷେତ୍ରରେ ଅର୍ଥର ଅଭାବ ରହିବ ନାହିଁ ଓ ଭିତ୍ତିଭୂମି ବିକାଶ ଲାଗି ରାଜ୍ୟ ସରକାର ସମସ୍ତ ପ୍ରକାର ସହାୟତା ଯୋଗାଇଦେବେ ବୋଲି ଡ. ସାହୁ ଉପସ୍ଥିତ ଛାତ୍ରଛାତ୍ରୀମାନଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ କେନ୍ଦ୍ରାପଡ଼ା ବିଧାୟକ ଶଶୀଭୂଷଣ ବେହେରା, କଲେଜର ଅଧ୍ୟକ୍ଷ, ଅଧ୍ୟାପକ ଓ ଅଧ୍ୟାପିକା ବୃନ୍ଦ ଏବଂ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ ।