ଜିଲା ଶିକ୍ଷା ଅଧିକାରୀଙ୍କ ଦ୍ୱାରା ପୁନରୁଦ୍ଧାର ହୋଇଥିବା ରାୟଗଡ ଗୋଷ୍ଠି ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ  ଉଦଘାଟିତ

ଓଡ଼ିଶା ତାଜା ନ୍ୟୁଜ୍ ( ୨୩ ଏପ୍ରିଲ , ଶୁକ୍ରବାର ) ଗଜପତି :- ଜିଲା ରାୟଗଡ ଗୋଷ୍ଠି ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସର ମଧ୍ୟରେ ଥିବା ପରିତ୍ୟକ୍ତ ବି ଆର ସିସି କୋଠାଗ୍ରୁହକୁ ପୁନରୁଦ୍ଧାର କରାଯାଇ ନୂତନ ଗୋଷ୍ଠି ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଭାବରେ ଶୁକ୍ରବାର ଜିଲା ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ନାଗ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଉଦ୍ଘାଟନ କରିଛନ୍ତି । ଉକ୍ତ ଉଦ୍ଘାଟନୀ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ସାନତୁଣ୍ଡି ସମ୍ମିତି ସଭ୍ୟ ବା ପୂର୍ବ ତନ ବ୍ଲକ ଅଧ୍ୟକ୍ଷ ନବକିଶୋର ଶବର ଯୋଗଦେଇଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଗୋଷ୍ଠି ଶିକ୍ଷା ଅଧିକାରୀ ଏସ ପାପାରାଓ, ରାୟଗଡ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଏସ ମଣିମାଳା ପ୍ରମୁଖ ମଞ୍ଚାସିନ ଥିଲେ ।

ଉକ୍ତ କାର୍ଯ୍ୟକ୍ରମକୁ ଗୋଷ୍ଠି ଶିକ୍ଷା ଅଧିକାରୀ ମନରଞ୍ଜନ ସେଠୀ ପରିଚାଳନା କରିଥିଲେ। ଶ୍ରୀ ସେଠୀ ନିଜ ଅଭିଭାଷଣରେ କହିଥିଲେ ଯେ ଉକ୍ତ କୋଠା ଗୃହଟି ମରାମତି ଅଭାବରୁ ବହୁ ବର୍ଷ ଧରି ପଡ଼ିରହିଥିଲା ତେଣୁ ବାରମ୍ବାର ଉକ୍ତ କୋଠାର ମରାମତି ପାଈଁ ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଇ ନ ଥିବା ହେତୁ କାର୍ଯ୍ୟରତ ସମସ୍ତ କର୍ମଚାରୀ ମାନେ କିଛି କିଛି ଅର୍ଥ ଆଦାୟ କରି  ଏପରି କାର୍ଯ୍ୟାଳୟରେ କାର୍ଯ୍ୟରତ ପିଅନ୍ ମଧ୍ୟ ଉକ୍ତ କୋଠାଗୃହର ମରାମତି ପାଇଁ କିଛି ଅର୍ଥ ସାହାଯ୍ୟ କରିଛନ୍ତି ବୋଲି ସମସ୍ତଙ୍କୁ ଧନ୍ୟବାଦ ଜଣାଈଥିଲେ। 

ତେବେ ବାରମ୍ବାର ରାୟଗଡ ଗୋଷ୍ଠି ଶିକ୍ଷା ବିଭାଗ ପକ୍ଷରୁ ଏହିପରି ଆକର୍ଷଣୀୟ ପଦକ୍ଷେପ ପାଈଁ ଯଥା ଅବସର ପୁର୍ବରୁ ପେନସନ ବ୍ୟବସ୍ଥା ହେଉ ଅବା ପରିସର ମଧ୍ୟରେ ଥିବା ଆକର୍ଷଣୀୟ ସୁନ୍ଦର ବଗିଚା ବର୍ତମାନ ନିଜ ଦୃଢ ସଂକଳ୍ପ ଦ୍ୱାର କୋଠଗ୍ରୁହ୍ରର ପୁନରୁଦ୍ଧାର କୁ ନେଇ ଗୋଷ୍ଠି ଶିକ୍ଷା ଅଧିକାରୀ ମନରଞ୍ଜନ ସେଠୀ ଚର୍ଚ୍ଚାରେ। ରାୟଗଡ ଗୋଷ୍ଠି ଶିକ୍ଷା ବିଭାଗ ପାଇଁ ଏକ  ଆଦର୍ଶ ବୋଲି ବୁଦ୍ଧିଜୀବୀ ମହଲରେ ପ୍ରଶଂସିତ ହେଉଥିବା ଦେଖିବାକୁ ମିଳୁଛି। ତେବେ ଗଜପତି ରାୟଗଡ କୁ ଉକ୍ତ ସ୍ଥାନ ରେ ଲାଗିଥିବା ଫେକ୍କ୍ସି ବେନର ରେ ତୃଟି ଥିବା ଦେଖିବାକୁ ମିଲିଥିଲା l (ସଞ୍ଜୀବ କୁମାର ପାଣି ରାୟଗଡ ଗଜପତି)