ବିଧାନସଭା ରେ କଦଳୀ ଚାଷ ପ୍ରସଙ୍ଗ

ଭୁବନେଶ୍ୱର (ଓଡିଶା ତାଜା ନ୍ୟୁଜ୍ ) ଓଡ଼ିଶା ବିଧାନସଭା 26.2.2020 :- ଓଡ଼ିଶା ବିଧାନସଭା ରେ ଆଜି ଗୃହ ଆରମ୍ଭ ହେବା ମାତ୍ରେ କଦଳୀ ଚାଷ ପ୍ରସଙ୍ଗ କୃଷି ଓ କୃଷକ ସଶକ୍ତି କରଣ ମନ୍ତ୍ରୀ ଅନୁଗ୍ରହ କରି କହିବେ କି – ରାଜ୍ୟରେ ବାର୍ଷିକ କେତେ ପରିମାଣର କଦଳୀ ଆବଶ୍ୟକତା ଥିବାବେଳେ ରାଜ୍ୟରେ କେତେ ଅମଳ ହେଉଛି ଓ କେତେ ଆମଦାନୀ ହେଉଛି ପ୍ରକାଶ କରି କଦଳୀ ଉତ୍ପାଦନରେ ରାଜ୍ୟକୁ ଆତ୍ମନିର୍ଭରଶୀଳ କରିବାକୁ କି ପଦକ୍ଷେପ ଗ୍ରହଣ କରାଯାଉଛି । ଆଜି ଗୃହ ଆରମ୍ଭ ହେବା ମାତ୍ରେ କଦଳୀ କୁ ନେଇ ଉପରୋକ୍ତ ପ୍ରଶ୍ନ କରିଥିଲେ କଟକ- ଚୌଦ୍ୱାର ବିଧାୟକ ସୌଭିକ ବିଶ୍ୱାଳ ।

ଏହି ପ୍ରଶ୍ନର ଉତ୍ତର ରଖି କୃଷି ମନ୍ତ୍ରୀ ଅରୁଣ ସାହୁ କହିଥିଲେ ଯେ କଦଳୀ ଚାଷ ପାଇଁ ପ୍ରୋତ୍ସାହନ ଦିଆଯାଉଛି | ବର୍ତ୍ତମାନ ରାଜ୍ୟରେ ୨୨ ହଜାର ହେକ୍ଟରରେ କଦଳୀ ଚାଷ କରାଯାଉଛି |ଏହାଛଡା ଅନ୍ୟମାନେ ନିଜ ବାଡ଼ିରେ ମଧ୍ୟ କଦଳୀ ଗଛ ଲଗାଉଛନ୍ତି | ରାଜ୍ୟରେ ୪ ଲକ୍ଷ ମେଟ୍ରିକ ଟନ କଦଳୀ ଉତ୍ପାଦନ ହେଉଛି | ଆନ୍ଧ୍ର କଦଳୀ ବ୍ରାଣ୍ଡ ହୋଇସାରିଛି ତେଣୁ ଲୋକ ଭାବୁଛନ୍ତି ସବୁ କଦଳୀ ଆନ୍ଧ୍ରରୁ ଆସୁଛି | କଦଳୀ ଚାଷକୁ ପ୍ରୋତ୍ସାହନ ଦେବା ପାଇଁ ଜାତୀୟ ଉଦ୍ୟାନ କୃଷି ମିଶନରୁ ସହାୟତା ଦିଆଯାଉଛି | ଅଧିକ କଦଳୀ ଉତ୍ପାଦନ ଓ ଗୁଣବତ୍ତା ପାଇଁ ଢେଙ୍କାନାଳ ଓ ଭୁବନେଶ୍ୱରରେ ଉନ୍ନତମାନର କଦଳୀ ଚାରା ପାଇଁ ଟିସୁ କଲଚରର ବ୍ୟବସ୍ଥା କରାଯାଇଛି |

୪ରୁ ୫ ବି ବର୍ଷ ପରେ କଦଳୀ ଚାଷରେ ଓଡ଼ିଶା ଆତ୍ମନିର୍ଭରଶୀଳ ହୋଇପାରିବ ବୋଲି ମନ୍ତ୍ରୀ କହିଛନ୍ତି | ସେହିପରି ପାଚିଲା କଦଳୀ ପାଇଁ ପଡୋଶୀ ରାଜ୍ୟ ଉପରେ ନିର୍ଭର କରିବାକୁ ପଡୁଛି। କଦଳୀ ଚାଷକୁ ପ୍ରୋତ୍ସାହନ ଦେବାକୁ ଚାଷୀଙ୍କୁ ହେକ୍ଟର ପ୍ରତି ୪୦୯୮୫ ଟଙ୍କା ସହାୟତା ଦିଆଯାଉଛି |ଦେବଗଡ଼, ଅନୁଗୁଳ, ସୁନ୍ଦରଗଡ଼, ସମ୍ବଲପୁର, ବଲାଙ୍ଗୀର, କଳାହାଣ୍ଡି, ଝାରସୁଗୁଡା, ଜିଲ୍ଲାରେ କଦଳୀ ଚାଷକୁ ପ୍ରାଧାନ୍ୟ ଦିଆଯିବ ବୋଲି ମନ୍ତ୍ରୀ କହିଛନ୍ତି |