ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ନୟାଗଡ଼ ଜିଲ୍ଲାର (ଓଡିଶା ତାଜା ନ୍ୟୁଜ୍ ) ରଣପୁର 2020 ରିପୋର୍ଟ/ସୋନାଲି : ସଭା ଆରମ୍ଭ ହେବା ପାଇଁ ସମସ୍ତ ପ୍ରସ୍ତୁତି ସରିଥିଲା। ବାଜା , ବାଣ, ଫୁଲ, ପାରମ୍ପରିକ ଢୋଲ ,କୀର୍ତ୍ତନ ଧରି କଳାକାର ମାନେ ପ୍ରସ୍ତୁତ । ଆସିବେ ରାଜ୍ୟ ର ଦୁଇ ଦୁଇ ଜଣ ମନ୍ତ୍ରୀ , ଜିଲ୍ଲା ଯୋଜନା ବୋର୍ଡ଼ ର ଅଧ୍ୟକ୍ଷ , ପରିଷଦ ର ସଭାପତି। ସ୍ୱାଗତ କରିବା ପାଇଁ ଅନେକ କିଛି । ହେଲେ ନିର୍ଦ୍ଧାରିତ ସମୟରେ ପଂହଁଚିଲେ ରାଜ୍ୟ ରାଜନୀତିରେ ନୂତନ ସଂସ୍କାର ତଥା ବହୁ ସାହସିକ ପଦକ୍ଷେପ ନେଇ ମିଡ଼ିଆ ର ଶିରୋନାମା ରେ ଥିବା ଚର୍ଚ୍ଚିତ ବ୍ୟକ୍ତି ତଥା ରାଜ୍ୟ ସରକାରଙ୍କ ବରିଷ୍ଠ ମନ୍ତ୍ରୀ ଡ଼ ଅରୁଣ କୁମାର ସାହୁ। ସେତେବେଳକୁ ଆୟୋଜନ କରିଥିବାର ସଭାର ଆୟୋଜକ କିମ୍ବା ଅନ୍ୟ ଅତିଥି ମାନେ ପହଞ୍ଚିନଥିଲେ। ସଂଗେ ସଂଗେ ମନ୍ତ୍ରୀ ଚାଲିଲେ ସଭା ସ୍ଥଳ କୁ । ମଞ୍ଚ ରେ ଉଦ୍ଧିଷ୍ଟ ଚୌକି ରେ ନ ବସି ବସିଲେ ମଞ୍ଚ ତଳେ , ଆରମ୍ଭ ହେଲା ନିଜର ନିଆରା ଶୈଳୀରେ ଅଭଯୋଗ ଶୁଣାଣି ।

ଗତକାଲି ରଣପୁର ନିର୍ବାଚନ ମଣ୍ଡଳୀ ର ଚଡେୟାପଲ୍ଲୀ ପଞ୍ଚାୟତ୍ତରେ କଳା ଓ ସଂସ୍କୃତି ପରିଷଦ ତରଫରୁ ଏକ ସଭା ସ୍ଥାନୀୟ ବିଧାୟକ ସତ୍ୟନାରାୟଣ ପ୍ରଧାନ ଙ୍କ ପୌରହିତ ରେ ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ମୁଖ୍ୟ ଅତିଥି ଭାବେ ଓଡିଶା ସରକାରଙ୍କ କୃଷି ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଡ଼ ଅରୁଣ କୁମାର ସାହୁ, ମୁଖ୍ୟ ବକ୍ତା ଭାବେ ରାଜ୍ୟ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, ସମ୍ମାନିତ ଅତିଥି ଭାବେ କଳା ଓ ସଂସ୍କୃତି ପରିଷଦର ସଭାପତି ତଥା କଟକ ଚୌଦ୍ୱାର ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳ ଯୋଗ ଦେଇଥିଲେ।

ସଭା ଆରମ୍ଭ ହେବା ପୂର୍ବରୁ ମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ଚାଲିଥିଲା ବେଳେ ଜଣେ କୃଷକ ନିଜର ଉଦ୍ୟାନ ବିଭାଗ ସମ୍ପର୍କିତ ଅଭିଯୋଗ ମନ୍ତ୍ରୀଙ୍କ ନିକଟରେ ରଖିଥିଲେ ଆଉ ଆଶା ମଧ୍ୟ କରିଥିଲେ କାଳେ ମନ୍ତ୍ରୀ ଶୁଣିବେ ବୋଲି । କିନ୍ତୁ ସେ ଭାବିନଥିଲେ ତାଙ୍କ ସମ୍ମୁଖ ରେ ଶୁଣାଣି ଫଇସଲା ହୋଇଯିବ ବୋଲି ।

ଅଭିଯୋଗ ଶୁଣୁ ଶୁଣୁ ମନ୍ତ୍ରୀ ଫୋନ ଲଗାଇଥିଲେ ନୟାଗଡ଼ ଜିଲ୍ଲା ଉଦ୍ୟାନ କୃଷି ବିଭାଗ ଉପ ନିର୍ଦେଶଙ୍କୁ, ଆଉ ଶୀଘ୍ର ସମାଧାନ କରିବା ପାଇଁ ପଦକ୍ଷେପ ନେବାକୁ ପରାମର୍ଶ ଦେଇଥିଲେ ଏବଂ ତାଗିଦ ମଧ୍ୟ କରିଥିଲେ ଯେମିତି କୌଣସି କୃଷକ ଭାଇ ମାନେ ନିଜର କୃଷି କ୍ଷେତ କୁ ଛାଡି ଅଫିସରେ ବହୁ ସମୟ ନ କାଟିବେ। କାରଣ କୃଷକ ଟିଏ କୃଷି କ୍ଷେତରେ ପରିଶ୍ରମ କଲେ ଫଳ ପାଇଥାଏ ଆଉ ଏଥି ପାଇଁ ଯଦି ସେ ବାରମ୍ବାର ଅଫିସ ଦୌଡ଼ିବ ତାହେଲେ ସେ ତାର କ୍ଷେତ କୁ କେତେବେଳେ ଯିବ। ଏହି ଭଳି ଭାବେ ଅଭିଯୋଗ ଶୁଣାଣି ଚାଲିଲା ପାଖାପାଖି ୩୦ ମିନିଟ । ପରେ ପରେ ପଂହଁଚିଲେ ଅନ୍ୟ ଅତିଥି ମାନେ , ଆରମ୍ଭ ହେଲା ସଭା ।

ମୁଖ୍ୟ ଅତିଥି ଙ୍କ ବକ୍ତବ୍ୟ ଆରମ୍ଭ ହୋଇଥିଲା ନିଆରା ଶୈଳୀ ରେ । ସମାଜସେବାର କୌଣସି ଉତ୍ସବ ନ ଥାଏ । ଉତ୍ସବ ସେତେବେଳେ ଆସିଥାଏ ଯେତେବେଳେ ଆମକୁ ଦେଇଥିବା ଦାୟିତ୍ୱ ସମ୍ପୂର୍ଣ କରି ଜନମାନସରେ ଖୁସି ଟିକେ ଦେଇପାରିଥାଉ। ମୋ ନିର୍ବାଚନ ମଣ୍ଡଳୀରେ ମୁ ବାଜା, ବାଣ, ଫୁଲମାଳ, ଶୋଭାଯାତ୍ରା କୁ ମନା କରିଛି କାରଣ ଆପଣଙ୍କ ଭଳି ମୁଁ ଭି ଜଣେ ସାଧାରଣ ମଣିଷ। ଆପଣମାନେ ମୋତେ ଦାୟିତ୍ୱ ଦେଇଛନ୍ତି ଆପଣମାନଙ୍କର ସେବା କରିବା ପାଇଁ । ଓଡ଼ିଶାର ଲୋକକଳା, ସଂସ୍କୃତି ବିଶ୍ୱ ଦରବାରରେ ଏକ ନିଜସ୍ୱ ପରିଚୟ ସୃଷ୍ଟି କରିପାରିଛି ଏବଂ ଦିନ ଥିଲା ଯେତେବେଳେ ଟିଭି, ମୋବାଇଲ ନଥିଲା ଲୋକମାନଙ୍କ ମନୋରଞ୍ଜନର ଏକମାତ୍ର ମାଧ୍ୟମ ଥିଲା ଆମ ସଂସ୍କୃତିକୁ ବଞ୍ଚେଇରଖିଥିବା ପାଲା, ଦାସକାଠିଆ, ସଂକୀର୍ତ୍ତନ , ଘୋଡାନାଚ, ଦଣ୍ଡନାଚ, ରାମଲୀଳା ଇତ୍ୟାଦି ।ରାଜ୍ୟ ସରକାର ଏ ସବୁ କୁ ପ୍ରୋତ୍ସାହିତ କରିବା ପାଇଁ କଳାକାର ଭତ୍ତା ପ୍ରଦାନ କରୁଛନ୍ତି।