ବୈତରଣୀ ନଦୀ ଭିତରେ ବ୍ରିଜ ପାଇଁ ଖୋଳା ଯାଇଥିବା ଗାତରେ ପଡ଼ି କଅଁଳ ଭାଇଭଉଣୀଙ୍କ ଜୀବନ ଚାଲିଯାଇଛି

ଓଡ଼ିଶା ତାଜା ନ୍ୟୁଜ୍ ( ୧୫ ଏପ୍ରିଲ , ଗୁରୁବାର ) ଭଦ୍ରକ :- ବୈତରଣୀ ନଦୀ ଭିତରେ ବ୍ରିଜ ପାଇଁ ଖୋଳା ଯାଇଥିବା ଗାତରେ ପଡ଼ି କଅଁଳ ଭାଇଭଉଣୀଙ୍କ ଜୀବନ ଚାଲିଯାଇଛି । ଭଦ୍ରକ ଜିଲା ଧାମନଗର ବ୍ଲକ ସୋହଡା ପଞ୍ଚାୟତସ୍ଥିତ ବୈତରଣୀ ନଦୀରେ ବୁଡ଼ି ଗୁରୁବାର ଭାଇ ଭଉଣୀଙ୍କ ମୃତ୍ୟୁ ଘଟିଛି ।

ମୃତ ଦୁଇ ଶିଶୁ ଧାମନଗନର ଥାନା ଅନ୍ତର୍ଗତ ସୋହଡ଼ା ଗ୍ରାମର ଟୁକୁ ଦାଶଙ୍କ ଝିଅ ବର୍ଷାରାଣୀ ଦାଶ (୧୧) ଓ ପୁଅ ବାତୁଆ ଦାଶ (୫) । ହାତ ଧରାଧରି ହୋଇ ଶୁଖିଲା ନଦୀ ଆରପାଖ ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା ଜୟନ୍ତରା ଗ୍ରାମରେ ଥିବା ପିଉସୀ ଘରକୁ ଯାଉଥିଲେ ବୋଲି ଜଣାପଡ଼ିଛି ।  (ରିପୋର୍ଟ /ଦୀପ୍ତିମାନ ପତି)