ରଣପୁର,ପବିତ୍ର ପଣା ସଂକ୍ରାନ୍ତି – ଝାମୁଯାତ୍ରା ଓ ପାଟ ଫୋଡା

ଓଡ଼ିଶା ତାଜା ନ୍ୟୁଜ୍ (୧୪ ଏପ୍ରିଲ , ବୁଧବାର ) ରଣପୁର /ଅଭିମନ୍ୟୁ :- ମହାଦେବ ଙ୍କ ଅନ୍ୟତମ ପର୍ବ ଦଣ୍ଡ ଯାତ୍ରା ଯାହା ପୁରୁଣା ସଂସ୍କୃତି ଓ ପରମ୍ପରା ର ଏକ ଅଂଶ , ଭାବ ଭକ୍ତି ଓ ନିଷ୍ଠାର ଅନ୍ୟନ୍ୟ ପର୍ବ ହେଉଛି ଦଣ୍ଡ ଯାତ୍ରା l ରଣପୁର ଭଳି କେତେକ ଅଞ୍ଚଳରେ ଏହି ପର୍ବ ପାଳିତ ହୋଇଅଛି । କେଉଁଠି ୭ ଦିନ ତ କେଉଁଠି ୧୩ ଦିନ ପୁଣି କେଉଁଠି ୨୧ ଦିନ ଧରି ଏହି ଦଣ୍ଡଯାତ୍ରାରେ ମହାଦେବ ଙ୍କର ଦଣ୍ଡ ଉପାସନା କରିଥାନ୍ତି ଭଗତା ମାନେ ।

 

ଭକ୍ତିରେ ନିଜକୁ ସମର୍ପିତ କରି ପାଣିଦଣ୍ଡ , ଧୂଳିଦଣ୍ଡ ଓ ଅଗ୍ନିଦଣ୍ଡ ଭଳି ଦଣ୍ଡ ଭୋଗ କରିବା ସହ ଦଣ୍ଡ ଗଡା , ହାନ୍ଦୋଳା ଖେଳି ନିଜ ମାନସିକ ପୂରଣ ପାଇଁ ମହାକାଳୀଙ୍କୁ ପ୍ରାର୍ଥନା କରନ୍ତି , ଘର ପରିବାର ଠୁ ଦୁରେଇ ରହି ମାଆ ଙ୍କ ଉପାସନା କରିଥାନ୍ତି ଭଗତା l

ଏହାର ଉଦଯାପନି ଉତ୍ସବ ଯାହାକୁ ଝାମୁଯାତ୍ରା ବୋଲି କୁହାଯାଇଥାଏ ନିର୍ଦ୍ଧିଷ୍ଟ ଦିନ ଧରି ମିଶିଥିବା ଭଗତା ମାନେ ନିଜ ନିଜର ମାନସିକ ପୂରଣ ପାଇଁ ନିଆଁରେ ଚାଲିବା ସହ ଅଗ୍ନି ଦଣ୍ଡ ଭୋଗ କରି ବ୍ରତ ଭାଙ୍ଗନ୍ତି l ଏହି ନିଆଁରେ ଚାଲିବା ପ୍ରଥା ଓଡ଼ିଶାର କେତେକ ସ୍ଥାନରେ ଏବେ ମଧ୍ୟ ପାଳିତ ହୋଇ ଆସୁଅଛି । ଓଡ଼ିଆ ପରମ୍ପରାନୁଯାୟୀ ତଥା ଓଡ଼ିଆ ଜାତିର ପାଞ୍ଜି ଅନୁସାରେ ଆଜି ଠାରୁ ଓଡ଼ିଆ ନୂତନ ବର୍ଷ ଆରମ୍ଭ ହୋଇଥାଏ l

ଏହି ଝାମୁ ଯାତ୍ରା ରଣପୁର ଅଞ୍ଚଳର ବିଭିନ୍ନ ଶୈବ ପୀଠରେ ମହା ଆଡ଼ମ୍ବର ର ପାଳିତ ହୋଇ ଯାଇଛି l ରଣପୁରରେ ବାବା ଚଣ୍ଡେଶ୍ୱର ଦେବ, ବାବା ସ୍ଵପ୍ନେଶ୍ଵର ଦେବ ଙ୍କର ୧୩ ଦିନ ଧରି ଦଣ୍ଡ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ବିଭିନ୍ନ ଗାଁ ଗଣ୍ଡା ବୁଲି ଦଣ୍ଡ ବନ୍ଦାଣ , ଦଣ୍ଡ ଯାତ୍ରା ଅନୁଷ୍ଠିତ ହୋଇଥିଲା ଏଥି ସହିତ ପୁରୁଣାବସନ୍ତ ବାଲୁଙ୍କେଶ୍ୱର ଦେବ, ସାନଗଡ଼ରେ ବାଲୁଙ୍କେଶ୍ୱର ଦେବ, କଙ୍କିଆ, ମଝିଆଖଣ୍ଡ , ବରମୂଳ ସହିତ ସମସ୍ତ ଶୈବ ପୀଠରେ ଦଣ୍ଡ ଯାତ୍ରା ତଥା ପଣା ସଂକ୍ରାନ୍ତି ରୀତିନୀତି ଅନୁଯାୟୀ ପୂଜା ବିଧି ପାଳନ କରାଯାଇଥିଲା l ପରେ ଠାକୁରଙ୍କ ସମେତ ଭଗତା ମାନେ ଝାମୁ ଚାଲିଥିଲେ ।

ରଣପୁର ଝାମୁ ଯାତ୍ରା ପରେ ବାବା ଚଣ୍ଡେଶ୍ୱର ଦେବ ଓ ସ୍ଵପ୍ନେଶ୍ଵର ଦେବଙ୍କ କୋଠି ରେ କିଛି ପାଟ ଭଗତା ଦେହରେ କଣ୍ଟା ଫୋଡି ନଗର ପରିକ୍ରମା କରୁଥିବା ଦେଖିବାକୁ ମିଳିଛି ଏବଂ ପାଟ ଫୋଡା ଙ୍କ ଠାରେ ପଣା ଭୋଗ ଲାଗି କରାଯାଇଥିବାର ମଧ୍ୟ ଦେଖିବାକୁ ମିଳିଥିଲା l ବିଭିନ୍ନ ଶୈବ ପୀଠରେ ଝାମୁ ଯାତ୍ରା ଦେଖିବା ପାଇଁ ଭକ୍ତଙ୍କ ସମାଗମ ଲାଗି ରହିଥିଲା l