ରେଳବାଇ କ୍ଷେତ୍ରରେ ନୂଆ ମାଇଲଖୁଣ୍ଟ ଅତିକ୍ରମ କଲା ନୟାଗଡ଼

ଓଡ଼ିଶା ତାଜା ନ୍ୟୁଜ୍ (୧୪ ଏପ୍ରିଲ , ବୁଧବାର ) ନୟାଗଡ଼ :- ନୟାଗଡ଼ ରେଳବାଇ କ୍ଷେତ୍ରରେ ନୂଆ ମାଇଲଖୁଣ୍ଟ ଅତିକ୍ରମ କରିଛି । ପ୍ରଥମ ଥର ପାଇଁ ବିଦ୍ୟୁତ ଚାଳିତ ଟ୍ରେନ ନୟାଗଡରୁ ଗଡିଛି । ମହାମାରୀ କରୋନା ପାଇଁ ଦୀର୍ଘ ଦିନ ଧରି ଟ୍ରେନ ଚଳାଚଳ ବନ୍ଦ ରହିଥିବା ବେଳେ ଆଜିଠାରୁ ତାହା ଚାଲୁ ହୋଇଛି ‌। ତେବେ ଟ୍ରେନ ଚଳାଚଳ ବନ୍ଦ ଥିବାବେଳେ ସଂପୂର୍ଣ୍ଣ ଲାଇନ୍ କୁ ଇଲେକ୍ଟ୍ରିଫିକେସନ୍ କରାଯିବା ସହ ଆଜିଠାରୁ ତାକୁ କାର୍ଯ୍ୟକାରୀ କରାଯାଇଛି ।

ଯାହାକୁ ନେଇ ସ୍ଥାନୀୟ ଲୋକଙ୍କ ଭିତରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି । ଆଗାମୀ ଦିନରେ ଅଧିକ ରେଳ ଚଳାଚଳର ସମ୍ଭାବନା ସୃଷ୍ଟି ହେବା ସହ ଅଧିକ ସଂଖ୍ୟକ ଯାତ୍ରୀ ଉପକୃତ ହୋଇପାରିବେ ବୋଲି କହିଛନ୍ତି ନୟାଗଡବାସୀ । ( ଓଡ଼ଗାଁ ରିପୋର୍ଟ – ଅଶ୍ଵିନୀ କୁମାର ସାହୁ )

ଓଡ଼ିଆ ନବବର୍ଷ ଓ ମହାବିଷୁବ ପଣା ସଂକ୍ରାନ୍ତି ସହ ହନୁମାନ ଜୟନ୍ତୀ ଉପଲକ୍ଷେ ଓଡ଼ିଶା ତାଜା ନ୍ୟୁଜ୍ ପରିବାର ତରଫରୁ ସମସ୍ତଙ୍କୁ ହାର୍ଦ୍ଧିକ ଶୁଭେଚ୍ଛା ଓ ଅଭିନନ୍ଦନ