ଟିକା ଉତ୍ସବ ,କୁରାଳ ଦଧିବାମନ ସଂସ୍କୃତ ମହାବିଦ୍ୟାଳୟ ତରଫରୁ “ଟିକା ଉତ୍ସବ” ପାଳନ କରାଯାଇଛି 

ଓଡ଼ିଶା ତାଜା ନ୍ୟୁଜ୍ ( ୧୩ ଏପ୍ରିଲ , ମଙ୍ଗଳବାର ) ଓଡ଼ଗାଁ :- ଓଡ଼ଗାଁ ବ୍ଲକ ଅନ୍ତର୍ଗତ କୁରାଳ ଦଧିବାମନ ସଂସ୍କୃତ ମହାବିଦ୍ୟାଳୟ ତରଫରୁ ଟିକା ଉତ୍ସବ ପାଳନ କରାଯାଇଛି । କରୋନା ଟିକା ନେବା ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ଜାତୀୟ ସେବା ଯୋଜନା ସହାୟତାରେ ଟିକା ଉତ୍ସବ ପାଳନ ଅନୁଷ୍ଠିତ ହେଲା ।

ଉକ୍ତ ଉତ୍ସବରେ ସ୍ଵେଚ୍ଛାସେବୀ ଏବଂ ଛାତ୍ରଛାତ୍ରୀ ମାନେ କୁରାଳ ପଞ୍ଚାୟତର ନାଥିଆପଲ୍ଲୀ ଗ୍ରାମର ଗ୍ରାମବାସୀ ମାନଙ୍କୁ ଟିକା ନେବା ପାଇଁ ବୁଝାଇଥିଲେ ଏବଂ ସଂସ୍କୃତ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଭାବଗ୍ରାହୀ କର ସ୍ଵେଚ୍ଛାସେବୀ ଓ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ ।

ଉକ୍ତ ଉତ୍ସବରେ ଜାତୀୟ ସେବା ଯୋଜନା ଅଧିକାରୀ ଶ୍ରୀଯୁକ୍ତ କୃଷ୍ଣଚନ୍ଦ୍ର ସାହୁ , ସାହିତ୍ୟାଧ୍ୟାପକ ଶ୍ରୀ ଯୁକ୍ତ ସୁଶାନ୍ତ କୁମାର ବିଷୋୟୀ ଏବଂ ବ୍ୟାକରଣ ଅଧ୍ୟାପିକା ସୁଷମା ମଞ୍ଜରୀ ପାଣିଗ୍ରାହୀ ତଥା ସମସ୍ତ କର୍ମଚାରୀ ପ୍ରତ୍ୟେକ୍ଷ ଭାବେ ଏହାକୁ ପରିଚାଳନା କରିଥିଲେ । ( ଓଡ଼ଗାଁ ରିପୋର୍ଟ – ଅଶ୍ଵିନୀ କୁମାର ସାହୁ )