ରଘୁନାଥ ସମବାୟ ମହାବିଦ୍ୟାଳୟରେ ଅନଲାଇନ ପରୀକ୍ଷା ପାଇଁ ଦାବି : କଲେଜ ମୁଖ୍ୟ ଫାଟକରେ ତାଲା ପକାଇ ବିକ୍ଷୋଭ କଲେ ଛାତ୍ରଛାତ୍ରୀ

ଓଡ଼ିଶା ତାଜା ନ୍ୟୁଜ (୧୧ ଅପ୍ରେଲ ରବିବାର) ଓଡ଼ଗାଁ :-  ଉଚ୍ଚଶିକ୍ଷାବିଭାଗ ଦ୍ଵାରା ପରିଚାଳିତ +୨ ଶେଷବର୍ଷ ପରୀକ୍ଷାକୁ ଅନଲାଇନ ମାଧ୍ୟମରେ କରିବାକୁ ଓଡ଼ଗାଁ ରଘୁନାଥ ସମବାୟ ମହାବିଦ୍ୟାଳୟରେ ପଠନରତ +୨ କଳା ଏବଂ ବିଜ୍ଞାନ ବିଭାଗର ଛାତ୍ରଛାତ୍ରୀମାନେ ନାରାବାଜି ଦେବା ସହ ସାମୟିକ ସମୟ ପାଇଁ କଲେଜ ମୁଖ୍ୟ ଫାଟକରେ ତାଲା ପକାଇଥିଲେ ଏବଂ ଏ ସଂକ୍ରାନ୍ତରେ ଏକ ଦାବିପତ୍ର ମଧ୍ୟ ଅଧ୍ୟକ୍ଷ ଅଶ୍ୱିନୀ କୁମାର ନାୟକଙ୍କୁ ପ୍ରଦାନ କରିଥିଲେ।

ବିଶେଷ କରି କଳା ଏବଂ ବିଜ୍ଞାନ ବିଭାଗର ବିଭିନ୍ନ କ୍ଲାସ ହେଉନଥିବାରୁ ସାମାନ୍ୟ ଉତ୍ତେଜନା ମଧ୍ୟ ଦେଖାଯାଇଥିଲା । ଅନଲାଇନ ହେଉ ଅବା ଅଫଲାଇନ ପରୀକ୍ଷା ପରିଚାଳନା ନିଷ୍ପତ୍ତି କେବଳ ଉଚ୍ଚଶିକ୍ଷା ବିଭାଗ ,ଓଡିଶାଙ୍କ ଉପରେ ନିର୍ଭର କରେ ବୋଲି କଲେଜ ଅଧ୍ୟକ୍ଷ କହିବା ପରେ ଛାତ୍ରଛାତ୍ରୀମାନେ ଫେରିଥିଲେ । ସମ୍ପ୍ରତି ସମଗ୍ର ପୃଥିବିରେ କରୋନା ଭାଇରସର ଦ୍ଵିତୀୟ ଲହର ପ୍ରସାର ହେବାସଙ୍ଗେ ସଙ୍ଗେ ଓଡ଼ିଶାରେ ଏହାର ଭୟାବହତା ବଢ଼ିବାରେ ଲାଗିଅଛି । ବିଶେଷ କରି ବିଭିନ୍ନ ଶିକ୍ଷାନୁଷ୍ଠାନମାନଙ୍କୁ ଏହି ଦ୍ଵିତୀୟ ଲହର ତାହାର କେନ୍ଦ୍ରସ୍ଥଳୀରୂପେ ବାଛି ନେଇଛି । ଯାହା ଦ୍ୱାରା ବିଭିନ୍ନ ଛାତ୍ରଛାତ୍ରୀ ଏବଂ ଶିକ୍ଷା କର୍ମଚାରୀଗଣ ଏହାର ସମ୍ମୁଖୀନ ହେଉଛନ୍ତି । (ରିପୋର୍ଟ /ଅଶ୍ଵିନୀ କୁମାର ସାହୁ)