ରଣପୁର ରେ ମାସ୍କ କୁ ନେଇ ଚାଲିଛି କଡାକଡି ଚେକିଙ୍ଗ, ଦୁଇ ଚକିଆ ଯାନଙ୍କ ପାଇଁ ନାହିଁ ହେଲମେଟ ଚେକିଙ୍ଗ   

ରଣପୁର ରାସ୍ତା ରେ ଯାତାୟତ କରୁଥିବା ଲୋକଙ୍କ ମାସ୍କ ପରିଧାନ କୁ ନେଇ ସଚେତନ କରାଯାଉଛି ହେଲେ ଦୁଇ ଚକିଆ ଯାନଙ୍କ ପାଇଁ ନାହିଁ ହେଲମେଟ ଚେକିଙ୍ଗ … !! 

ଓଡ଼ିଶା ତାଜା ନ୍ୟୁଜ୍ ( ୧୦ ଏପ୍ରିଲ , ଶନିବାର ) ରଣପୁର ରିପୋର୍ଟ /ଅଭିମନ୍ୟୁ ମହାରଣା :- ରଣପୁର ବ୍ଲକରେ ମାସ୍କ କୁ ନେଇ କଡାକଡି କରିଛି ରଣପୁର ପୋଲିସ ପ୍ରଶାସନ । କରୋନା ର ଦ୍ୱିତୀୟ ପର୍ଯ୍ୟାୟରେ ରାଜ୍ୟ ସରକାର ଙ୍କ କୋଭିଡି କୁ ନେଇ ସ୍ୱତନ୍ତ୍ର ଗାଇଡ଼ଲାଇନ ଲାଗୁ ହୋଇଥିବା ବେଳେ ରଣପୁର ରେ ଏହାର ପ୍ରଭାବ ଦେଖିବାକୁ ମିଳୁଛି । ରଣପୁର ରେ ସାଧାରଣ ଲୋକ ଙ୍କ ପାଇଁ କେବଳ ମାସ୍କ ପରିଧାନ କୁ ବାଧ୍ୟତାମୂଳକ କରିଥିବାର ଦେଖିବାକୁ ମିଳିଛି । ରାସ୍ତା ରେ ଯାତାୟତ କରୁଥିବା ଲୋକଙ୍କ ମାସ୍କ ପରିଧାନ କୁ ନେଇ ସଚେତନ କରାଯାଉଛି ହେଲେ ଦୁଇ ଚକିଆ ଯାନଙ୍କ ପାଇଁ ନାହିଁ ହେଲମେଟ ଚେକିଙ୍ଗ ।

ମୁଣ୍ଡରେ ହେଲମେଟ ନଥିବା ଲୋକ ଙ୍କୁ ସଚେତନ ନକରି କେବଳ କରୋନା ନିୟମ କୁ କଡାକଡି କରୁଛି ପ୍ରଶାସନ ।  ରଣପୁର ପରିବା ମାର୍କେଟ ରେ ନାହିଁ ସାମାଜିକ ଦୂରତା ଏବଂ ପରିବା ବିକ୍ରି କରୁଥିବା ଲୋକଙ୍କ ମୁହଁରେ ମାସ୍କ ନଥିବା ଦେଖିବାକୁ ମିଳିଛି ଏହାକୁ ନେଇ ପୋଲିସ ପ୍ରଶାସନ ପକ୍ଷରୁ କଡାକଡି କରାଯିବା ପାଇଁ ସାଧାରଣ ରେ ମତ ଉଠିଛି । ସାଧାରଣତଃ ଯେତିକି ନିୟମ କାନୁନ କରୋନା ପାଇଁ ଲାଗୁ ହୋଇଛି ସେତିକି ନିୟମ କାନୁନ ହେଲମେଟ ପରିଧାନ କୁ ବାଧ୍ୟତାମୂଳକ କରିବା ଦିଗରେ ଲାଗୁ ହେଉ ବୋଲି ସଚେତକ ମହଲ ରୁ ଦାବୀ ହେଉଛି ।

ପୋଲିସ ମାସ୍କକୁ ଯାଞ୍ଚ କରିବାରେ ତତ୍ପର ହୋଇ ଉଠିଛନ୍ତି ଯେପରିକି ,ଚାନ୍ଦପୁରରୁ ସୁନାଖଳା ମେନ ରୋଡ଼ ପର୍ଯ୍ୟନ୍ତ , କନ୍ଧ ନୟାଗଡ଼ , କେରେଣ୍ଡାଟାଙ୍ଗି, ରାଇପଡା ,ଖଣ୍ଡିସି , ଗୋପାଳପୁର , ରଣପୁର ଏନଏସି, ଚମ୍ପତିପୁର ,ଲୋଧାଚୁଆ , କୋଇଲମା , କୋଟଗଡ , ସୁନଖଳା ଆଦି ପ୍ରମୁଖ ରାସ୍ତାରେ ଠିଆ ହୋଇ କରୋନା ପାଇଁ ଫୁ୍ଲ୍ କଡାକଡି ଚାଲିଛି ପୋଲିସ ଚେକିଙ୍ଗ ହେଲେ ନାହିଁ ନାହିଁ ରେ ହେଲମେଟ ଚେକିଙ୍ଗ । କେବଳ କରୋନା ସଚେତନ ନୁହେଁ ସଡ଼କ ସଚେତନ କରିବା ପାଇଁ ପୋଲିସ ପ୍ରଶାସନ କୁ ସାଧାରଣ ଦାବୀ ହେଉଛି ।