ବୃଦ୍ଧା ମାଆର ଅବହେଳା ପାଇଁ ଗାଁ ର ମହିଳା ଏକତ୍ରିତ ହୋଇ ପୁଅକୁ ଗଛରେ ବାନ୍ଧି ନିସ୍ତୁକ ମାଡ ମାରି ଥାନରେ ଜିମା ଦେଲେ

ଓଡ଼ିଶା ତାଜା ନ୍ୟୁଜ୍ (୦୮ ଏପ୍ରିଲ ୨୦୨୧, ଗୁରୁବାର ) ବାଲେଶ୍ୱର :- ବୃଦ୍ଧା ମାଆ କୁ ଅବହେଳା କରି ଦାଣ୍ଡ ପିଣ୍ଡରେ ଶୁଆଇ । ପୁଅକୁ ମହଙ୍ଗା ପଡିଲା । ଗାଁ ର ମହିଳା ଏକତ୍ରିତ ହୋଇ ପୁଅକୁ ଗଛରେ ବାନ୍ଧି ନିସ୍ତୁକ ମାଡ ମାରି ଥାନରେ ଜିମା ଦେଲେ । ତେବେ ଗାଁ ମହିଳା ଆଇନ ହାତକୁ ନେଇ କଙ୍ଗାରୁ କୋର୍ଟ କରିଥିଲେ ମଧ୍ୟ ଉକ୍ତ ଘଟଣାରେ ମାଆ କୁ ଅବହେଳା କରିବା ଓ ମା ପ୍ରତି ଅନ୍ୟାୟ କରୁଥିବା ଅଯୋଗ୍ୟ ପୁଅ ମାନଙ୍କ ପ୍ରତି ଏକ ଉଚିତ ଶିକ୍ଷା ବୋଲି ଧରି ନେବାକୁ ପଡିବ । ଘଟଣାରୁ ପ୍ରକାଶ ଯେ ବାଲେଶ୍ଵର ଜିଲ୍ଲା ଜଳେଶ୍ଵର ଥାନା ତରିବତପୁର ଗାଁ ର ସୁଭଦ୍ରା ମଣି ଦାସ । ସ୍ଵାମୀ ଉପେନ୍ଦ୍ର ଦାସ ଚାରିମାସ ତଳେ ଆର ପାରିକୁ ଚାଲିଯିବା ପରେ ସାନ ପୁଅ ପାଖରେ ରହୁଥିଲେ ।

ବଡ ପୁଅ ଦୂର ଗାଁ ରେ ଅଲଗା ହୋଇ ରହୁଛି । ପୈତୃକ ସମ୍ପତି ସବୁ ସାନ ପୁଅ ଚଞ୍ଚକତା କରି ନିଜ ସ୍ତ୍ରୀ ନାମରେ କରିବା ପରେ ମାକୁ ଅବହେଳା ଓ ଅଣଦେଖା ଆରମ୍ଭ ହେଲା । ଆଜକୁ ଦୁଇ ଦିନ ଧରି ମାଆ କୁ ସାନ ପୁଅ ଓ ବୋହୁ ଘର ଭିତରକୁ ନ ନେଇ ବାହାରେ ପିଣ୍ଡରେ ଶୋଇ ଥିଲେ । ଭୋକ ଓ ଉପାସ ରେ ରହିଥିବାରୁ ପୋଡଶି ଖାଇ ବାକୁ ଦେଇଥିଲେ । ଘଟଣା ବାବଦରେ ପୁଅ ସହିତ ଗାଁ ମହିଳା ମାନେ କଥା ହୋଇଥିଲେ ମଧ୍ୟ ସାନ ପୁଅ କିଛି ଶୁଣି ନଥିଲା । ଫଳରେ ଆଜି ଗାଁ ମହିଳା ମାନେ ଘର ତାଲା ଭାଙ୍ଗି ସାନ ପୁଅ କୁ ଗଛରେ ବାନ୍ଧି ନୀର୍ଦ୍ଧୁମ ପିଟି ଥିଲେ । ପରେ ଜଳେଶ୍ଵର ଥାନା କୁ ଖବର ଦେଇ ସାନ ପୁଅ କୁ ଜିମା ଦେଇଥିଲେ । (ଦୀପ୍ତିମାନ ପତି, ବାଲେଶ୍ୱର )